ବଅଁରପାଳ,୩ା୯ (ସୁବାସ ସାହୁ):ଅନୁଗୋଳ ଜିଲା ନାଲ୍କୋନଗର ଥାନା ଅଞ୍ଚଳର ଜଣେ ୪ ବର୍ଷର ନାବାଳକଙ୍କ ସହ ଅପ୍ରାକୃତ ଯୌନସମ୍ପର୍କ କରାଯାଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ଯୁବକ ନାରାୟଣ ଟୁଡୁ (୨୮)ଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସୋମବାର ସାରେ ନାବାଳକ ଜଣକ ଘର ପାଖରେ ଖେଳୁଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ଦୋକାନରୁ ଖାଇବାକୁ ଦେବାର ପ୍ରଲୋଭନ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ଅପ୍ରାକୃତ ଯୌନ ସମ୍ପର୍କ ରଖିଥିଲେ। ପ୍ରାୟ ଘଣ୍ଟାଏ ପରେ ନାବାଳକ ଜଣକ କାନ୍ଦି କାନ୍ଦି ଘରକୁ ଆସି ଘଟଣା ବିଷୟରେ କହିଥିଲେ। ଏହାପରେ ନାବାଳକଙ୍କ ବାପା ନାଲ୍କୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।