ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କଲେ ଯୁବକ, ଝିଅର ଚିତ୍କାର ଶୁଣି ପହଞ୍ଚିଗଲେ…

ପାରଳାଖେମୁଣ୍ଡି,୧୪ା୧(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରରେ ଜଣେ ୧୦ ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ପାଇଲୁ ରବି (୩୫) ଗିରଫ ହୋଇଛନ୍ତି। ସହରର ଏକ ସାହିରେ ରହୁଥିବା ନାବାଳିକାଙ୍କ ପରିବାର ଲୋକେ ସୋମବାର କାମକୁ ଯାଇଥିଲେ। ନାବାଳିକା ଜଣକ ଏକୁଟିଆ ଥିବାର ସୁଯୋଗ ନେଇ ପାଇଲୁ ଘରେ ପଶି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ସେ ପାଟି କରିବାରୁ ପାଇଲୁ ତାଙ୍କ ପାଟି ବନ୍ଦ କରି ବଳାତ୍କାର କରିବାକୁ ଉଦ୍ୟମ କଲା ବେଳେ କୌଣସି ପ୍ରକାରେ ନାବାଳିକା ଜଣକ ତାଙ୍କ କବଳରୁ ଖସି ଆସିଥିଲେ। ବାହାରେ ନାବାଳିକା ଏକ କୁଅ ପାଖରେ ପଡ଼ିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପହଞ୍ଚତ୍ ପାଇଲୁଙ୍କୁ ଘର ଭିତରେ ଅଟକାଇ ରଖି ଧରିଥିଲେ। ଏହି ଖବର ଶୁଣି ନାବାଳିକାଙ୍କ ମା’ ବାପା ପହଞ୍ଚତ୍ ଝିଅଠାରୁ ସବୁ ଶୁଣି ପୋଲିସକୁ ଖବର ଦେଇଥିଲେ। ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚତ୍ ଅଭିଯୁକ୍ତ ପାଇଲୁଙ୍କୁ ଗିରଫ କରିଥିଲା। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୬/୨୬ରେ ଏକ ମାମଲା ରୁଜୁ ହୋଇଛି।

Dharitri – The Largest & Most Trusted Odia Daily

Share