ପ୍ରେମିକାଙ୍କ ତଣ୍ଟି କାଟି ବିଷ ପିଇଦେଲେ ଯୁବକ, ଆଉ ତା’ ପରେ…

ବଲାଙ୍ଗୀର,୨୨ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟା ବରାହ ଗାଁର ଜଣେ ନାବାଳିକା ଝିଅର ତଣ୍ଟି କାଟି ଜଣେ ଯୁବକ ଫେରାର ହୋଇଯାଇ ଥିବା ପ୍ରକାଶ ପାଇଥିଲା। ନାବାଳିକାଙ୍କୁ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ଯୁବକ ଜଣକ ଝିଅର ମାମୁ ପୁଅ। ଝିଅ ଓ ପୁଅର ପ୍ରେମ ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଛି। ପ୍ରେମ ସମ୍ପର୍କରୁ ଏହି ଘଟଣା ଘଟିଥିବା ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଯୁବକ ଜଣକ ବିଷ ପିଇଦେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁର ହଳଧର ବରିହା (୨୫) ତାକୁ ପରିବାର ଲୋକେ ପାଟଣାଗଡ଼ ହସ୍ପିଟାଲକୁ ଚିକିତ୍ସା କରିବାକୁ ନେଇଥିଲେ। ହଳଧର ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଆଣି ଚିକିତ୍ସା କରାଯାଉଛି। ସଦର ଥାନା ପୋଲିସ ପହଞ୍ଚି ପଚାରଉଚରା କରୁଥିବା ଜଣାପଡ଼ିଛି।

Share