Posted inଫୁରସତ

ଏହି ଛୋଟ କାମ ପାଇଁ ୧.୨ କୋଟି ଟଙ୍କାର ଚାକିରି ଛାଡ଼ିଦେଲେ ଯୁବକ: ସମସ୍ତେ କରୁଛନ୍ତି ବାଃ ବାଃ

ସମସ୍ତେ ଚାହାଁନ୍ତି ତାଙ୍କୁ ଏପରି ଏକ ଚାକିରି ମିଳୁ, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ଦରମା ଏବଂ ସବୁ ପ୍ରକାର ସୁବିଧା ଥିବ। ଏହାଦ୍ୱାରା ସେ ଶାନ୍ତିରେ ନିଜ ଜୀବନ ବଞ୍ଚିପାରିବେ। ଯଦିଓ ଏହା ସମସ୍ତଙ୍କ ଭାଗ୍ୟରେ ଲେଖା ନ ଥାଏ, କିନ୍ତୁ ଯିଏ ଏପରି ଚାକିରି ପାଏ, ସେ ଆଗକୁ ବଢ଼ିବା ବଦଳରେ ଅନ୍ୟ କିଛି ଭାବିପାରେ ନାହିଁ। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଯତ୍ନ ନେବା ପାଇଁ, ତାଙ୍କୁ କାମରେ ସାହାଯ୍ୟ କରିବା ପାଇଁ କୋଟି କୋଟି ଟଙ୍କାର ଚାକିରି ଛାଡ଼ିଛନ୍ତି। ଏହି ଘଟଣା ବେଙ୍ଗାଲୁରୁର ବୋଲି କୁହାଯାଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟରେ ଏକ ପୋଷ୍ଟ ଭାଇରାଲ ହୋଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତି ଲେଖିଛନ୍ତି, ମୁଁ ଏକ କୋଟିରୁ ଅଧିକ ଟଙ୍କାର ଚାକିରିରୁ ଇସ୍ତଫା ଦେଉଛି। ମୁଁ ଗତ ୭ ବର୍ଷ ମଧ୍ୟରେ ବହୁତ ଆଗକୁ ବଢ଼ିଛି। କିନ୍ତୁ ଦୁଇ ମାସ ପୂର୍ବେ, ମୁଁ ଜାଣିବାକୁ ପାଇଲି ଯେ ଆମ ଘରକୁ ଜଣେ ନୂତନ ଅତିଥି ଆସିବାକୁ ଯାଉଛି ଅର୍ଥାତ୍‌ ମୋ ସ୍ତ୍ରୀ ମା’ ହେବାକୁ ଯାଉଛନ୍ତି। ତେଣୁ ମୁଁ ଚାହିଁଲି ତାଙ୍କ ସହାୟତା ପାଇଁ ଚାକିରିିରୁ ଗୋଟିଏ ବର୍ଷ ପାଇଁ ବିରତି ନେବି ଏବଂ ସ୍ତ୍ରୀଙ୍କୁ ଘର କାମରେ ସାହାଯ୍ୟ କରିବି। କିନ୍ତୁ ସ୍ତ୍ରୀ ଚାକିରି ଛାଡିବାକୁ ମନା କରିଥିଲେ। ଫଳରେ ସେ ଓ୍ବାର୍କ ଫର୍ମ ହୋମ କରିବାକୁ ନିଷ୍ପତ୍ତି ନେଇଥିଲେ।

ସେହି ବ୍ୟକ୍ତି ଜଣକ କହିଥିଲେ, ସେମାନେ ଦୁହେଁ କାମ ଏବଂ ଦାୟିତ୍ୱ ବାଣ୍ଟି ସାରିଛନ୍ତି। ସେ ନିଜକୁ ଭାଗ୍ୟବାନ ମନେ କରନ୍ତି, କାରଣ ତାଙ୍କ ପାଖରେ ଏପରି ପଦକ୍ଷେପ ନେବାର ସାହସ ଅଛି ଏବଂ ଏହା ମଧ୍ୟ ଜାଣନ୍ତି ଯେ ତାଙ୍କ ସମ୍ପର୍କ ଏବଂ ଅଭିଜ୍ଞତା ଯୋଗୁ ସେ ଯେତେବେଳେ ଚାହିଁବେ ସେତେବେଳେ ତାଙ୍କ କାମକୁ ଫେରିପାରିବେ। ସେହି ବ୍ୟକ୍ତି ତାଙ୍କ ପୋଷ୍ଟରେ ଏହା ମଧ୍ୟ କହିଛନ୍ତି, ତାଙ୍କର ଦରମା ବାର୍ଷିକ ୧.୨ କୋଟି ଟଙ୍କା।

ସେହି ବ୍ୟକ୍ତି ପୋଷ୍ଟରେ ଲେଖିଛନ୍ତି, ମୁଁ ଭାବୁଛି ଜୀବନରେ ସଠିକ ସମୟରେ ସଠିକ ସ୍ଥାନରେ ପହଞ୍ଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆପଣଙ୍କ ସାଥୀ, ପିଲା ଏବଂ ମାତାପିତାଙ୍କୁ ଆପଣଙ୍କର ଆବଶ୍ୟକତା ଅଛି ସେତେବେଳେ ତାଙ୍କ ସହ ରହିବା ଉଚିତ୍‌। ଅନ୍ୟ ସବୁକିଛି ପରେ ଆସିଥାଏ। ସତ କହିବାକୁ ଗଲେ, ଏକ ଭଲ ଦରମା ପ୍ରାପ୍ତ ଚାକିରି ପାଇବା ଏକ ସହଜ କାମ, କିନ୍ତୁ ଏହି ବିଶେଷ ମୁହୂର୍ତ୍ତଗୁଡ଼ିକୁ ହାତଛଡ଼ା କରିବା ଠିକ ନୁହେଁ। ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଭାଇରାଲ ହେବାପରେ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri