୨୦୨୩ରେ ନାବାଳିକାଙ୍କୁ ଉଠାଇ ନେଇଥିଲେ ଯୁବକ, ଆଜି ଆସିଲା ରାୟ, ଅଭିଯୁକ୍ତ ୩ ବର୍ଷ ପାଇଁ…

ଜୟପାଟଣା,୨୦ା୧୧(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ଗତ ୨୦୨୩ ମସିହାରେ ହୋଇଥିବା ଜଣେ ନାବାଳିକାଙ୍କୁ ଅପହରଣ ଓ ଯୌନ ନିର୍ଯାତନା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଭବାନୀପାଟଣାସ୍ଥିତ ଜିଲା ପୋକ୍ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ରାଜୀବ ଲୋଚନ ସାହୁ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଏହି ମାମଲାରେ ଜୟପାଟଣା ଥାନା ମୁଖୀଗୁଡ଼ା ସେକ୍ଟର ୩ର ରଞ୍ଜନ ଦଲେଇ(୨୭) ଓରଫ ବାବନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ଅଧିକ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ପ୍ରକାଶ ଯେ, ଗତ ୨ ଏପ୍ରିଲ ୨୦୨୩ରେ ପୀଡ଼ିତାଙ୍କ ମା’ ଜୟପାଟଣା ଥାନାରେ ତାଙ୍କ ନାବାଳିକା ଝିଅକୁ ଅଭିଯୁକ୍ତ ରଞ୍ଜନ ଦଳେଇ(ବାବନ) ଅପହରଣ କରି ଯୌନ ନିର୍ଯାତନା ଦେଇଥିବା ନେଇଁ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜନ କରି ସେତେବେଳେ କୋର୍ଟ ଚାଲାଣ କରିଥିଲା। ଏହି ମାମଲାକୁ ସରକାର ପିପି ରୋହିତ କୁମାର ମିଶ୍ର ପରିଚାଳନା କରିଥିବାବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଜୟଦେବ ସୁନାନୀ ପରିଚାଳନା କରିଥିଲେ।

Dharitri – Odisha’s No.1 Trusted Odia Daily

Share