ନାବାଳିକାଙ୍କୁ ଅପହରଣ କରି ନେଇ ଶାରୀରିକ ସମ୍ପର୍କ ରଖିଲେ ଯୁବକ: ଜଣାପଡ଼ିବା ପରେ…

ଦେବଗଡ,୨୦।୫(ଶଶାଙ୍କ ଶେଖର ଝାଙ୍କର)ନାବାଳିକା ପ୍ରେମିକାଙ୍କୁ ଅପହରଣ ଓ ଶାରିରୀକ ସମ୍ପର୍କ ସ୍ଥାପନ ମାମଲାରେ ରିଆମାଳ ଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତ ପ୍ରେମିକ ଗୁଣ୍ଡିଆପାଲି ଗ୍ରାମର ଲିକୁନ ବଣିଚୂଳ (୨୨)କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଏପ୍ରିଲ ୬ ତାରିଖ ରାତ୍ରୀରେ ରିଆମାଳ ଥାନା ଅଂଚଳର ଜଣେ ୧୭ ବର୍ଷର ନାବାଳିକା ପରିବାରର କାହାକୁ କିଛି ନକହି ହଠାତ ନିଖୋଜ ହୋଇଯାଇଥିଲା। ଘଟଣାର ୨ ଦିନ ପରେ ଉକ୍ତ ନାବାଳିକା ଜଣକ ପରିବାର ଲୋକଙ୍କୁ ଫୋନ କରି ତାଙ୍କ ପ୍ରେମିକ ଲିକୁନ ସହିତ ପଳାଇ ଆସିଛି ଏବଂ କେନ୍ଦୁଝରରେ ଅଛି ବୋଲି କହିଥିଲେ। ଏନେଇ ନାବାଳିକାଙ୍କ ବାପା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ଅପହରଣ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଅନ୍ୟପକ୍ଷରେ ଅଭିଯୁକ୍ତ ଲିକୁନ ଉକ୍ତ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଜଣାପଡିଥିଲା ।ଫଳରେ ପୁଲିସ ପକ୍ସୋ ସମେତ ଅପହରଣ ଏବଂ ବଳାତ୍କାର ଦଫାରେ ଲିକୁନଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିଲା।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏଚ୍‌ଜି ମହିଳାଙ୍କୁ ମିଳିନି କୋଟିଏରୁ ଅଧିକ ଟଙ୍କା, ଜିଲାପାଳଙ୍କ ଅଫିସ ଘେରାଉ କରି…

ନୂଆପଡ଼ା,୨୦ା୮(ମକାରୁ ବେମାଲ): ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ଧାନକିଣା ପ୍ରକ୍ରିୟାରେ ସାମିଲ ହେଲେ କିଛି ଟଙ୍କା ରୋଜଗାର ପାଇବେ। ସାବଲମ୍ବୀ ହେବା ପାଇଁ ଏସ୍‌ଏଚ୍‌ଜିଙ୍କ ପାଇଁ…

ଦେଶି କନ୍ୟାଙ୍କୁ ବିଦେଶୀ ବର: କେରଳ ଝିଅଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ସ୍କଟିସ ସାଂସଦ ମାର୍ଟିନ ଡେ

ଥିରୁଭାନନ୍ତପୁରମ,୨୦।୮: ପୂର୍ବତନ ସ୍କଟିସ ସାଂସଦ ମାର୍ଟିନ ଡେ, କେରଳର ତ୍ରିସୁରରେ ପାରମ୍ପରିକ ହିନ୍ଦୁ ପ୍ରଥା ଅନୁସରଣ କରି ପିରାଭୋମର ଜଣେ ମାଲାୟାଲୀ ମହିଳା ନିଧିନ ଚାନ୍ଦଙ୍କୁ ବିବାହ…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ଛାତ୍ରୀଙ୍କୁ ପକେଟ ମନି ଦେବେ ସରକାର! ମିଳିବ ୨,୦୦୦ ଟଙ୍କା, ଜାଣନ୍ତୁ କିଏ ପାଇବେ ଲାଭ

ମୁମ୍ବାଇ , ୨୦।୮: ମହାରାଷ୍ଟ୍ରରେ ଉଚ୍ଚଶିକ୍ଷା ହାସଲ କରୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା…

ମଣ୍ଡପରେ ବରଙ୍କ ମୁହଁ ଦେଖି ଚମକିଗଲେ କନ୍ୟା, ଶିଶୁପାଳ ହୋଇ ଫେରିଲେ ବର

ଚଣ୍ଡିଗଡ଼,୨୦ା୮: ପଞ୍ଜାବର ଫିରୋଜପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ସମୟରେ ବରକୁ ଦେଖିବା ପରେ କନ୍ୟା ସ୍ପଷ୍ଟ ଭାବେ ବିବାହ କରିବାକୁ ମନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri