ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପ୍ରଶାସନକୁ କଲେ ନାକେଦମ୍‌

ବଲାଙ୍ଗୀର,୨୬ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁ ନିକଟ ଏକ ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଗାଁର ସିଦ୍ଧେଶ୍ୱର ଭୋଇ (୩୨) ସକାଳ ୮ ରେ ଚଢ଼ି ଯାଇଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ, ଦମକଳବାହିନୀ, ଜଙ୍ଗଲ ବିଭାଗ ଓ ପୁଇନ୍ତଳା ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟୁତ୍‌ ଟାଓ୍ବାର ଉପରୁ ଓହ୍ଲାଇବାକୁ ତାଙ୍କୁ କୁହାଯାଉଥିଲେ ମଧ୍ୟ ସେଠାରୁ ଓହ୍ଲାଉ ନ ଥିଲେ। ମଝିରେ ମଝିରେ ତାରକୁ ଧରି ଝୁଲି ପଡୁଥିଲେ। ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ, ତହସିଲଦାର ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ। ଦୀର୍ଘ ସମୟ ଧରି ସମସ୍ତଙ୍କୁ ନାକେଦମ୍‌ କରିଦେଇଥିଲେ। ଦୁଇ ଜଣ କର୍ମଚାରୀ ଟାଓ୍ବାର ଉପରକୁ ଯାଇ ବୁଝାଶୁଝା କରିବା ପରେ ଦୀର୍ଘ ୬ଟା ପରେ ସେ ତଳକୁ ଓହ୍ଲାଇଥିଲେ। ତାକୁ ଫାୟାର କର୍ମଚାରୀମାନେ ତଳକୁ ଓହ୍ଲାଇବା ପୂର୍ବରୁ କାବୁ କରିନେଇଥିଲେ। ପୋଲିସ ଯୁବକଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ନେଇ ସାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି।

Share
Tags: young man