ଦୀପାବଳି ପାଳିବାକୁ ଗାଁକୁ ଆସିଥିଲେ ଯୁବକ, ଚାଲିଗଲା ଜୀବନ

ଜଗନ୍ନାଥପ୍ରସାଦ,୧୭ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜଣେ ଯୁବକ ଗାଁକୁ ଦୀପାବଳି ପାଳିବା ପାଇଁ ଆସୁଥିବାବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଛି। ନୂଆ ଜିରାବାଡ଼ି ପାଲପଡା ଛକ ନିକଟ ୨୧ ନମ୍ବର ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ମଳିଙ୍ଗୀ ଗ୍ରାମର ସନ୍ନ୍ୟାସୀ ଗୌଡ଼ (୨୬) ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱର ହୋଟେଲରେ କର୍ମଚାରୀ ରୂପରେ କାମ କରୁଥିଲେ। ଦୁଇ ଦିନ ତଳେ ଦୀପାବଳି ଉତ୍ସବ ପାଳିବାକୁ ଗାଁକୁ ଆସିଥିଲେ। ସନ୍ନ୍ୟାସୀ ଜଗନ୍ନାଥପ୍ରସାଦ ବଜାରରୁ ସଉଦା କିଣି ରାତି ୧୦ଟାରେ ନିଜ ବାଇକ୍‌ OD25N6713 ଯୋଗେ ଘରକୁ ଫେରିବା ସମୟରେ ପଲାପଡ଼ା ଛକ ନିକଟରେ ଦ୍ରୁତଗତିରେ କୌଣସି ଭାରୀଯାନ ବାଇକ୍‌ ପଛପଟେ ଧକ୍କା ଦେବା ଫଳରେ ଚାଳକ ଭାରସାମ୍ୟ ହରାଇ ରାସ୍ତା ଉପରେ ମୁହଁ ମାଡ଼ି ତଳେ ପଡ଼ିଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ସନ୍ନ୍ୟାସୀଙ୍କୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଭାଇ ଟୁକୁନା ଗୌଡ଼ଙ୍କ ଥାନାରେ ଅଭିଯୋଗ ପ୍ରକାରେ ଜଗନ୍ନାଥପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily

 

Share