ବର୍ଷେ ବିତିବ, ହେଲାନି ବଦଳି ବାତିଲ

ଅନୁଗୋଳ ଅଫିସ, ୧୯।୫: ସରକାରୀ ନିର୍ଦ୍ଦେଶ ପହଞ୍ଚିବାର ୫ ମାସ ପରେ ତାହାକୁ ଉଲ୍ଲଂଘନ କରି ଏନ୍‌ଭିବିଡିସିପି (ନ୍ୟାଶନାଲ ଭେକ୍ଟର ବୋନ୍‌ ଡିଜିଜ୍‌ କଣ୍ଟ୍ରୋଲର ପ୍ରୋଗ୍ରାମ) ମଲ୍ଟି ପରପୋଜ୍‌ ହେଲ୍‌ଥ ୱାର୍କରଙ୍କ ମଧ୍ୟରୁ କେତେଜଣଙ୍କୁ ବଦଳି କରାଗଲା। ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନର ଏପରି ବେଆଇନ କାର୍ଯ୍ୟକୁ ଇତିମଧ୍ୟରେ ବର୍ଷେ ବିତିଯିବାକୁ ବସିଛି। ହେଲେ ଏଯାଏ ଉକ୍ତ ବଦଳି ବାତିଲ କରାଯାଇ ନାହିଁ। ସରକାରୀ ନିର୍ଦ୍ଦେଶକୁ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏପରି ଭାବେ ବେଖାତିର କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ଏନ୍‌ଭିବିଡିସିପି ମଲ୍ଟି ପ୍ରରପୋଜ୍‌ ହେଲ୍‌ଥ ୱାର୍କରଙ୍କ ଚାକିରିକୁ ସରକାର ସ୍ଥାୟୀ କରିଥିଲେ। ହେଲେ କେତେକ ଜିଲାରେ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଏହା ଦୃଷ୍ଟି ଗୋଚର ହେବା ପରେ ସରକାରଙ୍କ ପକ୍ଷରୁ ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କୁ ଚିଠି କରାଯାଇଥିଲା। ୨୦୨୧ ଜାନୁୟାରୀ ୨୫ରେ ରାଜ୍ୟ ସରକାରଙ୍କ ଚିଠି ନଂ ୨୧୮୫ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ଯେ, ଠିକାରେ କାର୍ଯ୍ୟ କରୁଥିବା ତାଲିମପ୍ରାପ୍ତ ପାରା ମେଡିକାଲ କର୍ମଚାରୀ ରେଗୁଲାର ହେବା ପରେ କିଛି ଜିଲାରେ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉଛି। ଏହି ବଦଳି ଯୋଗୁ ସ୍ବାସ୍ଥ୍ୟ ସେବା ପ୍ରଭାବିତ ହେଉଛି। ତେଣୁ ଜାତୀୟ ସ୍ବାସ୍ଥ୍ୟ ମିଶନ ହେଉ କିମ୍ବା ଅନ୍ୟ କେଉଁ ସ୍କିମ୍‌ରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀ ଯେଉଁଠି ମୂଳ ପଦବୀରେ ରହିଛନ୍ତି ସେମାନଙ୍କୁ ସେଠାରେ ରେଗୁଲାର କରାଯିବ। ଏହି ଚିଠି ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ନିକଟରେ ପହଞ୍ଚିବା ପରେ ଏନ୍‌ଭିବିଡିସିପି ୱିଙ୍ଗର କିରାଣି କିମ୍ବା ଉକ୍ତ ୱିଙ୍ଗ ଦାୟିତ୍ୱରେ ଥିବା ଅଧିକାରୀ ଉକ୍ତ ଫାଇଲ ଡିଲ୍‌ କରିବା କଥା। କିନ୍ତୁ ନିଜ କ୍ଷମତା ବାହାରକୁ ଯାଇ ମେଡିକାଲରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ସେକ୍ସନ୍‌ ଅଫିସର ସେହି ଫାଇଲ ଡିଲ୍‌ କରିଥିଲେ। କେବଳ ଏତିକି ନୁହେଁ, ସମ୍ପୃକ୍ତ ସେକ୍ସନ ଅଫିସର ସରକାରୀ ନିର୍ଦ୍ଦେଶର ଉଲ୍ଲଂଘନ କରି ୨୦୨୧ ଜୁନ୍‌ରେ ରେଗୁଲାର ହୋଇଥିବା ୨୮ ଜଣ ଏନ୍‌ଭିବିଡିସିପି ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୪/୫ ଜଣଙ୍କୁ ବାଦ୍‌ଦେଇ ଅନ୍ୟମାନଙ୍କୁ ବଦଳି କରିଦେଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦସ୍ତଖତରେ ଚିଠି ନଂ ୧୦୭୫/୪ା୬ା୨୧ରେ ଏହି ବଦଳି ତାଲିକା ପ୍ରକାଶ କରାଯାଇଥିଲା। ସ୍ବାସ୍ଥ୍ୟ ପ୍ରଶାସନର ଏପରି ବେଆଇନ କାର୍ଯ୍ୟକୁ ନେଇ ଜିଲାରେ ଅସନ୍ତୋଷ ଦେଖାଦେଇଥିଲା। ଏହାପରେ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ବିଭିନ୍ନ ବିଭାଗର ସେକ୍ସନ ଅଫିସରଙ୍କଠାରୁ ଆରମ୍ଭକରି ସିନିୟର ଆସିଷ୍ଟାଣ୍ଟ ଓ ଜୁନିୟର ଆସିଷ୍ଟାଣ୍ଟ ଏପରି ୧୧ ଜଣଙ୍କୁ ଅଲଗା ଅଲଗା ଫାଇଲ ଡିଲ୍‌ କରିବା ପାଇଁ ଚିଠି ନଂ. ୨୩୫୨/୨୮ା୧୦ା୨୧ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ଖୋଦ୍‌ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏହାକୁ ପାଳନ କରାଯାଇ ନାହିଁ। ଏଠାରେ କାର୍ଯ୍ୟରତ ସେକ୍ସନ୍‌ ଅଫିସର ଜଣଙ୍କ ଅଦ୍ୟାବଧି ଉକ୍ତ ଫାଇଲ କ୍ଷମତାପ୍ରାପ୍ତ ଜୁନିୟର ଆସିଷ୍ଟାଣ୍ଟଙ୍କୁ ପ୍ରଦାନ କରୁ ନ ଥିବା ଚର୍ଚ୍ଚାର ବିଷୟ ହେଉଛି। ଏପରି କି ସମ୍ପୃକ୍ତ ସେକ୍ସନ ଅଫିସର ୨୦୧୨ରୁ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରୁଥିବା ସମୟରୁ କେତେକ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ବର୍ତ୍ତମାନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହସ୍ତାନ୍ତର ନ କରି ଚାପି ରଖିଥିବା ଅଭିଯୋଗ ହେଉଛି। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଛାଡ଼ିଦେଲେ ଅନ୍ୟମାନଙ୍କର ବଦଳି କରାଯିବ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇ ନ ଥିଲା। ତେବେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇ ମୂଳ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri