ବର୍ଷେ ବିତିବ, ହେଲାନି ବଦଳି ବାତିଲ

ଅନୁଗୋଳ ଅଫିସ, ୧୯।୫: ସରକାରୀ ନିର୍ଦ୍ଦେଶ ପହଞ୍ଚିବାର ୫ ମାସ ପରେ ତାହାକୁ ଉଲ୍ଲଂଘନ କରି ଏନ୍‌ଭିବିଡିସିପି (ନ୍ୟାଶନାଲ ଭେକ୍ଟର ବୋନ୍‌ ଡିଜିଜ୍‌ କଣ୍ଟ୍ରୋଲର ପ୍ରୋଗ୍ରାମ) ମଲ୍ଟି ପରପୋଜ୍‌ ହେଲ୍‌ଥ ୱାର୍କରଙ୍କ ମଧ୍ୟରୁ କେତେଜଣଙ୍କୁ ବଦଳି କରାଗଲା। ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନର ଏପରି ବେଆଇନ କାର୍ଯ୍ୟକୁ ଇତିମଧ୍ୟରେ ବର୍ଷେ ବିତିଯିବାକୁ ବସିଛି। ହେଲେ ଏଯାଏ ଉକ୍ତ ବଦଳି ବାତିଲ କରାଯାଇ ନାହିଁ। ସରକାରୀ ନିର୍ଦ୍ଦେଶକୁ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏପରି ଭାବେ ବେଖାତିର କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ଏନ୍‌ଭିବିଡିସିପି ମଲ୍ଟି ପ୍ରରପୋଜ୍‌ ହେଲ୍‌ଥ ୱାର୍କରଙ୍କ ଚାକିରିକୁ ସରକାର ସ୍ଥାୟୀ କରିଥିଲେ। ହେଲେ କେତେକ ଜିଲାରେ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଏହା ଦୃଷ୍ଟି ଗୋଚର ହେବା ପରେ ସରକାରଙ୍କ ପକ୍ଷରୁ ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କୁ ଚିଠି କରାଯାଇଥିଲା। ୨୦୨୧ ଜାନୁୟାରୀ ୨୫ରେ ରାଜ୍ୟ ସରକାରଙ୍କ ଚିଠି ନଂ ୨୧୮୫ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ଯେ, ଠିକାରେ କାର୍ଯ୍ୟ କରୁଥିବା ତାଲିମପ୍ରାପ୍ତ ପାରା ମେଡିକାଲ କର୍ମଚାରୀ ରେଗୁଲାର ହେବା ପରେ କିଛି ଜିଲାରେ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉଛି। ଏହି ବଦଳି ଯୋଗୁ ସ୍ବାସ୍ଥ୍ୟ ସେବା ପ୍ରଭାବିତ ହେଉଛି। ତେଣୁ ଜାତୀୟ ସ୍ବାସ୍ଥ୍ୟ ମିଶନ ହେଉ କିମ୍ବା ଅନ୍ୟ କେଉଁ ସ୍କିମ୍‌ରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀ ଯେଉଁଠି ମୂଳ ପଦବୀରେ ରହିଛନ୍ତି ସେମାନଙ୍କୁ ସେଠାରେ ରେଗୁଲାର କରାଯିବ। ଏହି ଚିଠି ଅନୁଗୋଳ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ନିକଟରେ ପହଞ୍ଚିବା ପରେ ଏନ୍‌ଭିବିଡିସିପି ୱିଙ୍ଗର କିରାଣି କିମ୍ବା ଉକ୍ତ ୱିଙ୍ଗ ଦାୟିତ୍ୱରେ ଥିବା ଅଧିକାରୀ ଉକ୍ତ ଫାଇଲ ଡିଲ୍‌ କରିବା କଥା। କିନ୍ତୁ ନିଜ କ୍ଷମତା ବାହାରକୁ ଯାଇ ମେଡିକାଲରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ସେକ୍ସନ୍‌ ଅଫିସର ସେହି ଫାଇଲ ଡିଲ୍‌ କରିଥିଲେ। କେବଳ ଏତିକି ନୁହେଁ, ସମ୍ପୃକ୍ତ ସେକ୍ସନ ଅଫିସର ସରକାରୀ ନିର୍ଦ୍ଦେଶର ଉଲ୍ଲଂଘନ କରି ୨୦୨୧ ଜୁନ୍‌ରେ ରେଗୁଲାର ହୋଇଥିବା ୨୮ ଜଣ ଏନ୍‌ଭିବିଡିସିପି ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୪/୫ ଜଣଙ୍କୁ ବାଦ୍‌ଦେଇ ଅନ୍ୟମାନଙ୍କୁ ବଦଳି କରିଦେଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦସ୍ତଖତରେ ଚିଠି ନଂ ୧୦୭୫/୪ା୬ା୨୧ରେ ଏହି ବଦଳି ତାଲିକା ପ୍ରକାଶ କରାଯାଇଥିଲା। ସ୍ବାସ୍ଥ୍ୟ ପ୍ରଶାସନର ଏପରି ବେଆଇନ କାର୍ଯ୍ୟକୁ ନେଇ ଜିଲାରେ ଅସନ୍ତୋଷ ଦେଖାଦେଇଥିଲା। ଏହାପରେ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ବିଭିନ୍ନ ବିଭାଗର ସେକ୍ସନ ଅଫିସରଙ୍କଠାରୁ ଆରମ୍ଭକରି ସିନିୟର ଆସିଷ୍ଟାଣ୍ଟ ଓ ଜୁନିୟର ଆସିଷ୍ଟାଣ୍ଟ ଏପରି ୧୧ ଜଣଙ୍କୁ ଅଲଗା ଅଲଗା ଫାଇଲ ଡିଲ୍‌ କରିବା ପାଇଁ ଚିଠି ନଂ. ୨୩୫୨/୨୮ା୧୦ା୨୧ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ଖୋଦ୍‌ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏହାକୁ ପାଳନ କରାଯାଇ ନାହିଁ। ଏଠାରେ କାର୍ଯ୍ୟରତ ସେକ୍ସନ୍‌ ଅଫିସର ଜଣଙ୍କ ଅଦ୍ୟାବଧି ଉକ୍ତ ଫାଇଲ କ୍ଷମତାପ୍ରାପ୍ତ ଜୁନିୟର ଆସିଷ୍ଟାଣ୍ଟଙ୍କୁ ପ୍ରଦାନ କରୁ ନ ଥିବା ଚର୍ଚ୍ଚାର ବିଷୟ ହେଉଛି। ଏପରି କି ସମ୍ପୃକ୍ତ ସେକ୍ସନ ଅଫିସର ୨୦୧୨ରୁ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରୁଥିବା ସମୟରୁ କେତେକ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ବର୍ତ୍ତମାନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହସ୍ତାନ୍ତର ନ କରି ଚାପି ରଖିଥିବା ଅଭିଯୋଗ ହେଉଛି। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଛାଡ଼ିଦେଲେ ଅନ୍ୟମାନଙ୍କର ବଦଳି କରାଯିବ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇ ନ ଥିଲା। ତେବେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇ ମୂଳ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri