ମନ୍ଦିରରୁ ପୂଜା ସାରି ଫେରିବାବେଳେ ପୂଜକଙ୍କୁ ପେଚ୍‌କସ୍‌ରେ ଆକ୍ରମଣ, କିଛି ସମୟ ଭିତରେ ଘଟିଲା…

ତାଳଚେର,୩ା୧(ମନୋଜ ନନ୍ଦ): ତାଳଚେର ଥାନା ସମ୍ମୁଖରେ ଥିବା ମଙ୍ଗଳା ମନ୍ଦିରରେ ଦୀର୍ଘବର୍ଷ ହେଲା ପୂଜା କରି ଆସୁଥିଲେ ବଡ଼ଦାଣ୍ଡ ସାହିର ସନ୍ତୋଷ କୁମାର ମହାପାତ୍ର(୫୦)। ଶନିବାର ମଧ୍ୟାହ୍ନରେ ପୂଜା ସାରି ଫେରୁଥିବା ବେଳେ ଥାନା ସମ୍ମୁଖରେ ଜଣେ ଯୁବକ ତାଙ୍କୁ ପେଚ୍‌କସ୍‌ ଦ୍ୱାରା ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ଜାରି ରଖିଛି।

Dharitri – Odisha’s No.1 Odia Daily