Posted inଫୁରସତ

ପ୍ଲାଷ୍ଟିକ୍‌ ବଳୟରେ ବିଶ୍ୱ

ପ୍ରତିବର୍ଷ ଜୁନ୍‌ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ପ୍ରଦୂଷିତ ପରିବେଶ
ସମ୍ପର୍କରେ ଉପସ୍ଥାପନା…

ପ୍ଲାଷ୍ଟିକ୍‌ ମୁଖ୍ୟତଃ କୋଇଲା, ପେଟ୍ରୋଲିୟମ ଇତ୍ୟାଦି କିଛି ଜୀବାଶ୍ମ ଇନ୍ଧନ କଞ୍ଚାମାଲରୁ ପ୍ରସ୍ତୁତ ଏକ କୃତ୍ରିମ ସଂଶ୍ଳେଷିତ ପଦାର୍ଥ। ପ୍ଲାଷ୍ଟିକ୍‌ ତିଆରି ସାମଗ୍ରୀ ହାଲୁକା, ଶସ୍ତା ଓ ମଜଭୁତ ହୋଇଥିବାରୁ ଏହାର ଚାହିଦା ବୃଦ୍ଧି ପାଇଛି I
ପ୍ଲାଷ୍ଟିକ୍‌ ପ୍ରକୃତରେ ଏକ ନିର୍ଦ୍ଦିଷ୍ଟ ଅଣୁର ବହୁମାତ୍ରାରେ ପୁନରାବୃତ୍ତିଶୀଳ ଦୀର୍ଘ ଶୃଙ୍ଖଳ ବିଶିଷ୍ଟ ଏକ ରାସାୟନିକ ପଲିମର I ବିଶ୍ବର ପ୍ରଥମ ସମ୍ପୂର୍ଣ୍ଣ ସଂଶ୍ଳେଷିତ ପ୍ଲାଷ୍ଟିକ୍‌ ୧୯୦୭ ମସିହାରେ ବେଲ୍‌ଜିୟମ ଦେଶର ଲିଓ ବେକେଲାଣ୍ଡ ନାମକ ଜଣେ ବୈଜ୍ଞାନିକ ପ୍ରସ୍ତୁତ କରି ପ୍ୟାଟେଣ୍ଟ ହାସଲ କରିଥିଲେ I
୧୯୫୦ ଦଶକରୁ ୨୦୧୮ ମସିହା ମଧ୍ୟରେ ବିଶ୍ୱରେ ସମୁଦାୟ ୬୩୦ କୋଟି ଟନ୍‌ ପ୍ଲାଷ୍ଟିକ୍‌ ପ୍ରସ୍ତୁତ ହୋଇ ସାରିଛି I ୨୦୧୯ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ୩୬.୫ କୋଟି ଟନ୍‌ ପ୍ଲାଷ୍ଟିକ୍‌ ଉତ୍ପାଦିତ ହେଉଛି I ଏଥିମଧ୍ୟରୁ ସର୍ବାଧିକ ଉତ୍ପାଦନ ୫୧% ଭାଗ କେବଳ ଏସିଆ ମହାଦେଶରେ ହେଉଛି। ଚାଇନା ବିଶ୍ୱର ସର୍ବାଧିକ ପ୍ଲାଷ୍ଟିକ୍‌ ଉତ୍ପାଦନକାରୀ ରାଷ୍ଟ୍ର I ଦିନକୁଦିନ ପ୍ଲାଷ୍ଟିକ୍‌ର ଉତ୍ପାଦନ ବୃଦ୍ଧି ପାଉଥିବାରୁ ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ୨୦୫୦ ମସିହା ସୁଦ୍ଧା ବିଶ୍ୱରେ ସମୁଦାୟ ପ୍ଲାଷ୍ଟିକ୍‌ ଉତ୍ପାଦନର ପରିମାଣ ପ୍ରତିବର୍ଷ ୧୧୦ କୋଟି ଟନ୍‌ ଅଙ୍କକୁ ଅତିକ୍ରମ କରିଯିବ ବୋଲି ଆଶଙ୍କା କରାଯାଉଛି I
ପ୍ଲାଷ୍ଟିକ୍‌ର ଏକ ବଡ଼ ପ୍ରତିକୂଳ ପ୍ରଭାବ ହେଉଛି ଏହା ବିଘଟିତ ହୋଇ ମାଟିରେ ମିଶିପାରେ ନାହିଁ I ସୁତରାଂ ପ୍ଲାଷ୍ଟିକ୍‌ ଆବର୍ଜନାକୁ ସୁଚାରୁ ପରିଚାଳନା କରି ନିରାପଦ ଉପାୟରେ ପ୍ରକୃତିରେ ବିସର୍ଜନ କରିବା ବୈଜ୍ଞାନିକଙ୍କ ପାଇଁ ଏବେ ଏକ ବିରାଟ ଆହ୍ବାନ ପାଲଟି ଯାଇଛି I
ସମୁଦାୟ ବିଶ୍ୱ ପ୍ଲାଷ୍ଟିକ୍‌ ଉତ୍ପାଦନର ମାତ୍ର ୯% ଭାଗ ପୁନଃଚକ୍ରୀକରଣ(ରିସାଇକ୍ଲିଂ) ହେଉଥିଲାବେଳେ କେବଳ ୧୨% ଭାଗକୁ ଭସ୍ମୀକରଣ(ଇନ୍‌ସାଇନେରେଶନ) ପ୍ରକ୍ରିୟା ଜରିଆରେ ପୋଡ଼ି ନଷ୍ଟ କରିଦିଆଯାଏ I ସୁତରାଂ ପ୍ରାୟ ୭୯% ଭାଗ ପ୍ଲାଷ୍ଟିକ୍‌ ବିଘଟିତ ନ ହୋଇ ଆମ ଜୈବମଣ୍ଡଳରେ ଜମା ହୋଇ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି କରେ, ଯାହା ଏବେକାର ଏକ ବଡ଼ ପରିବେଶୀୟ ସଙ୍କଟ ରୂପେ ମୁଣ୍ଡ ଟେକିଛି I
ବିଶ୍ୱର ବିକଶିତ ରାଷ୍ଟ୍ରଗୁଡ଼ିକରେ ସମୁଦାୟ ଉତ୍ପାଦନର ପ୍ରାୟ ୫୦% ଭାଗ ପ୍ଲାଷ୍ଟିକ୍‌ ପ୍ୟାକେଜିଂ କ୍ଷେତ୍ରରେ ବ୍ୟବହୃତ ହୁଏ I ଏ କ୍ଷେତ୍ରରେ ଆଉ ଏକ ସମସ୍ୟା ହେଲା, ଏବେକାର ବ୍ୟସ୍ତବହୁଳ ଜୀବନଶୈଳୀରେ ମାତ୍ର ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକର ବହୁଳ ପ୍ରସାର I ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକରେ ନିର୍ମିତ ଡିସ୍ପୋଜେବଲ ଥାଳି, ଗିଲାସ, ଚାମଚ ଓ କପ୍‌ ଇତ୍ୟାଦି ସାମଗ୍ରୀକୁ ଥରେମାତ୍ର ବ୍ୟବହାର କରି ଫିଙ୍ଗି ଦିଆଯାଏ, ଯାହା ଗୁରୁତର ପରିବେଶୀୟ ସମସ୍ୟା ସୃଷ୍ଟି କରିଥାଏ I
ଜଳ ପ୍ରଦୂଷଣ: ପ୍ଲାଷ୍ଟିକ୍‌ ପ୍ରଦୂଷଣର ପ୍ରମୁଖ ଶିକାର ହେଉଛି ପୃଥିବୀର ସମୁଦ୍ର ଓ ମହାସମୁଦ୍ର I
ଏକ ହିସାବରୁ ଜଣାଯାଏ ଯେ, ପ୍ରତି ବର୍ଷ ପ୍ରାୟ ୮୮ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ସାମଗ୍ରୀ ସମୁଦ୍ର ତଟବର୍ତ୍ତୀ ଅଧିବାସୀଙ୍କ ବ୍ୟବହାର ଯୋଗୁ ସମୁଦ୍ରରେ ଆବର୍ଜନା ରୂପେ ମିଶିଥାଏ I ଅର୍ଥାତ୍‌, ସମୁଦ୍ରରେ ପ୍ରତି ମିନିଟରେ ପ୍ରାୟ ୧ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ମିଶୁଛି, ଯାହା ଏକ ଟ୍ରକଭର୍ତ୍ତି ଆବର୍ଜନା ସଙ୍ଗେ ସମାନ। ୨୦୧୩ ମସିହା ସୁଦ୍ଧା ପୃଥିବୀର ସମୁଦ୍ରରେ ପ୍ରାୟ ୮୬୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ମିଶିଛି I ଏହି ପ୍ଲାଷ୍ଟିକ୍‌ ଆବର୍ଜନା ସମୟକ୍ରମେ ଭାଙ୍ଗି କ୍ଷୁଦ୍ର କ୍ଷୁଦ୍ର କଣିକାରେ ପରିଣତ ହୁଏ, ଯାହାକୁ ‘ମାଇକ୍ରୋପ୍ଲାଷ୍ଟିକ୍‌’ କହନ୍ତି I ଏହା ଘଟଣାକ୍ରମେ ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ବିଭିନ୍ନ ଜଳଚର ଜୀବ ଯଥା ମାଛ, କଇଁଛ, ଡଲଫିନ୍‌, ତିମି, ସାମୁଦ୍ରିକ ପକ୍ଷୀଙ୍କ ଶରୀରକୁ ସଂଚାରିତ ହୁଏ I
ଏହା ସେମାନଙ୍କ ପାକସ୍ଥଳୀରେ ଭରିଯିବା ହେତୁ ସେମାନଙ୍କ ଖାଦ୍ୟ ଗ୍ରହଣ କ୍ଷମତା ଗୁରୁତର ହ୍ରାସ ପାଇ ପରିଶେଷରେ ସେମାନଙ୍କ ମୃତ୍ୟୁ ଘଟେ I
ତେବେ ଏକ ଆକଳନରୁ ଜଣାଯାଏ ଯେ, ବର୍ତ୍ତମାନ ଭଳି ପ୍ଲାଷ୍ଟିକ୍‌ ଆବର୍ଜନା ଧାରା ଅବ୍ୟାହତ ରହିଲେ ଆଗାମୀ ୨୦୫୦ ବେଳକୁ ସମୁଦ୍ରରେ ବିସର୍ଜିତ ମୋଟ ପ୍ଲାଷ୍ଟିକ୍‌ର ଓଜନ ସମୁଦାୟ ମାଛଙ୍କ ଓଜନକୁ ମଧ୍ୟ ଟପିଯିବ !
ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‌ର ବ୍ୟବହାର ହ୍ରାସ କରିବାକୁ ପଡ଼ିବ। ଆମକୁ ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟାଗ୍‌ ପରିବର୍ତ୍ତେ କପଡ଼ା ତିଆରି ଥଳି କିମ୍ବା ଝୋଲା ବ୍ୟବହାର କରିବାକୁ ହେବ I
ପ୍ଲାଷ୍ଟିକ୍‌ ସାମଗ୍ରୀର ଚାହିଦା ହ୍ରାସ ପାଇଲେ ଯାଇ ଏହାର ଉତ୍ପାଦନ ପରିମାଣ କମିବ। ବୈଜ୍ଞାନିକମାନଙ୍କୁ ଅଣବିଘଟନଶୀଳ ପ୍ଲାଷ୍ଟିକ ପରିବର୍ତ୍ତେ ଜୈବବିଘଟନଶୀଳ ଓ ମାଟିରେ ସହଜରେ ମିଶି ପାରୁଥିବା ନୂତନ ପ୍ଲାଷ୍ଟିକ୍‌ ବିକଶିତ କରିବାକୁ ହେବ I ଆଉ ଥରୁଟିଏ ପାଇଁ ବ୍ୟବହାରଶୀଳ ପ୍ଲାଷ୍ଟିକ ପଦାର୍ଥକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ହେବ I ସୁତରାଂ ଆଗାମୀ ଦିନରେ ଆମର ବିଶ୍ୱକୁ ପ୍ଲାଷ୍ଟିକ୍‌ର ବିଷାକ୍ତ ପ୍ରଭାବରୁ ରକ୍ଷାକରି ଏକ ପ୍ଲାଷ୍ଟିକ୍‌ମୁକ୍ତ ସମାଜ ଗଠନ କରିବାକୁ ହେଲେ ବ୍ୟବହାର ହ୍ରାସ, ପୁନଃ ଚକ୍ରୀକରଣ ଓ ପୁନଃ ବ୍ୟବହାର ଆମର ମନ୍ତ୍ର ହେବା ଜରୁରୀ I

ମାଟି ମା’ର ଅବଦାନକୁ ବୁଝିପାରୁନାହାନ୍ତି
ପୃଥିବୀ ମା’ ପାଖରୁ ଆମେ ପାଣି, ମାଟିଠାରୁ ଆରମ୍ଭ କରି ସବୁକିଛି ମାଗଣାରେ ନେଉଛୁ। ମାତ୍ର ମା’ର ସେହି ଅବଦାନକୁ କେହି ବୁଝିପାରୁନାହାନ୍ତି। ନଦୀ, ନାଳ ସହିତ ଆଖପାଖ ପରିବେଶକୁ ଅପରିଷ୍କାର କରୁଛନ୍ତି। ପରିବେଶ ପ୍ରଦୂଷଣର ପ୍ରଭାବ ଜଳବାୟୁ ପରିବର୍ତ୍ତନ ଉପରେ ପଡୁଛି। ମାତ୍ର ଏ ନେଇ କେହି ସଚେତନ ହେଉନାହାନ୍ତି। ୯୯ ପ୍ରତିଶତ ଲୋକ କେବଳ କଥା କୁହନ୍ତି, ମାତ୍ର କାମ କରନ୍ତି ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଜର ନୈତିକ ଦାୟିତ୍ୱ ବା କର୍ତ୍ତବ୍ୟକୁ ବୁଝି ପରିବେଶର ସୁରକ୍ଷା କରିବା ଆଜିର ଦିବସର ଆହ୍ବାନ ହେବା ଦରକାର।
-ଶୁଭକାନ୍ତ ସାମଲ, ପରିବେଶବିତ୍‌
ବ୍ୟକ୍ତିଗତ ସ୍ତରରେ କାର୍ଯ୍ୟ କରିବା ଦରକାର
ପରିବେଶ ସୁରକ୍ଷା ପାଇଁ ଅନେକ ଲୋକ ନିଜ ନିଜ ସ୍ତରରେ ବାର୍ତ୍ତା ଦେଉଛନ୍ତି। କିଏ ବାଲୁକାକଳାରେ ଚିତ୍ର ଆଙ୍କୁଛନ୍ତି ତ ଆଉ କିଏ ସାଇକେଲ ଶୋଭାଯାତ୍ରା, ପଦଯାତ୍ରା, ସଭାସମିତି କରି ଏ ନେଇ ଆଲୋଚନା କରୁଛନ୍ତି। ମାତ୍ର ବାସ୍ତବରେ କେବଳ ଏହାଦ୍ୱାରା ପରିବେଶକୁ ସୁରକ୍ଷା କରାଯାଇ ପାରିବନାହିଁ। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ଲୋକ ଆଗେଇ ଆସି କାର୍ଯ୍ୟ କରିବା ଦରକାର। ଏହାବାଦ୍‌ ଇ-ବାଇକ୍‌, ଇ-ସାଇକେଲ ଚାଳନା, ସୋଲାର ସିଷ୍ଟମକୁ ଆପଣାଇବା, ସିଡ୍‌ବଲ୍‌ ଉପରେ ବ୍ୟାପକ ସଚେତନତା, ବୋରିଂ ବଦଳରେ କୂଅ ଖନନ କରିବା, ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଆଦି ଦିଗ ଉପରେ କାର୍ଯ୍ୟ କରିବା ଆବଶ୍ୟକ। ସେହିପରି ଜନସଂଖ୍ୟା ନିୟନ୍ତ୍ରଣ ଉପରେ ମଧ୍ୟ ସଚେତନତା ସୃଷ୍ଟି ଜରୁରୀ। କାରଣ ଜନସଂଖ୍ୟା ବଢିବା ଦ୍ୱାରା ସେମାନଙ୍କ ରହିବା ଓ ଅନ୍ୟାନ୍ୟ ସୁବିଧା ପାଇଁ ଜଙ୍ଗଲ କଟା ହେଉଛି, ଯାହାକି ପରିବେଶ ସନ୍ତୁଳନ ନଷ୍ଟ କରିବାର ଏକ ପ୍ରମୁଖ କାରଣ ପାଲଟୁଛି।
-ସୁଶାନ୍ତ ସାହୁ, ପରିବେଶବିତ୍‌
ସବୁଦିନ ପରିବେଶ ସୁରକ୍ଷା ଉପରେ ଦୃଷ୍ଟି ଦିଆଯାଉ
ଉତ୍ତମ ପରିବେଶ ରହିଲେ ହିଁ ମନୁଷ୍ୟ ଜାତି ଏବଂ ସମ୍ପୂର୍ଣ୍ଣ ବିଶ୍ୱ ତିଷ୍ଠି ରହିବ। ସମସ୍ତେ ବିଶ୍ୱ ପରିବେଶ ଦିବସର ମହତ୍ୱ ଭଲ ଭାବରେ ବୁଝିବା ଦରକାର। ବିଶେଷକରି ଆଜିର ଯୁବ ସମାଜ ପରିବେଶ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେବା ଆବଶ୍ୟକ। ଚଳିତ ବର୍ଷ ପରିବେଶ ଦିବସର ଥିମ୍‌ ରହିଛି ‘ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା’। ପ୍ଲାଷ୍ଟିକ ପାଇଁ ମାଟି, ନଦୀ, ନାଳ ସବୁକିଛି ପ୍ରଦୂଷିତ ହେଉଛି। ପ୍ଲାଷ୍ଟିକ୍‌ଜନିତ ପ୍ରଦୂଷଣ ମାରାତ୍ମକ ରୋଗ ଭଳି ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହା ଉପରେ ରୋକ୍‌ ଲଗାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଗେଇ ଆସିବାକୁ ପଡିବ। କେବଳ ଜୁନ୍‌ ୫ ନୁହେଁ, ସବୁଦିନ ପରିବେଶ ସୁରକ୍ଷା ଉପରେ ଦୃଷ୍ଟି ଦେଇ ଗଛ ଲଗାଇବା ଓ ତାହାର ଯତ୍ନ ନେବା ନିତାନ୍ତ ଆବଶ୍ୟକ।
-ପ୍ରିୟବ୍ରତ ପଣ୍ଡା, ପରିବେଶବିତ୍‌
– ନିକୁଞ୍ଜ ବିହାରୀ ସାହୁ,
ଏଜୁକେଶନ୍‌ ଅଫିସର,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri