କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ କାଟିଲା ବେଳେ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ସ୍ଥାନୀୟ ଧୂମାତ ଗାଁର ମାନିଆ ମଳିକ ବୋଲି ଜଣାପଡ଼ିଛି। ମୃତ ମାନିଆ ପାଳକଣା ଗାଁରେ ଚାକୁଣ୍ଡା ଗଛ କାଟିବା ପାଇଁ ଜଣେ କାଠ ବ୍ୟବସାୟୀଙ୍କ ଦ୍ୱାରା ନିୟୋଜିତ ହୋଇଥିଲେ। ଗଛରେ ଚଢ଼ି କାଠ କାଟିବା ବେଳେ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ସେ ତଳକୁ ଖସି ପଡ଼ିଥିଲେ। ଖବର ପାଇ ଘଟଣାସ୍ଥଳରେ ନିକିରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।