ପୋଲ କାମ ବେଳେ ପଥର ବିସ୍ଫୋରଣ, ଚାଲିଗଲା ଶ୍ରମିକଙ୍କ ଜୀବନ

ବେଲଗୁଣ୍ଠା,୧୬ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଜାଲଖାଇ ବ୍ରିଜ୍‌ କାମ ବେଳେ ପଥର ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଡ଼କ୍ଟର୍‌ ଆମ୍ବେଡକର କନସିମା ଜିଲା ଉପଲଗୁସ୍ତମ୍‌ ଥାନା ଅନ୍ତର୍ଗତ ଚଲବେରୁ ଗ୍ରାମର ଡି.ଚିନ.ନାରାୟଣ ମୁର୍ତ୍ତି। ଏନେଇ ମୃତ ନାରାୟଣଙ୍କ ପୁଅ ଡି.ସତିଶ୍‌ ଗାଙ୍ଗପୁର ଥାନାରେ ଏତାଲା ଦେଇଛନ୍ତି। ଡି.ସତିଶଙ୍କ ଏତଲା ପ୍ରକାରେ ସେ ଏବଂ ତାଙ୍କ ବାପା ନାରାୟଣ ଚାରି ପାଞ୍ଚ ମାସ ତଳେ ଆଉ ପାଞ୍ଚ ଛଅ ଜଣଙ୍କ ସହିତ କେ.ନୂଆଁଗଡ଼ ଏବଂ ଜାଲଖାଇକୁ ସଂଯୋଗ କରୁଥିବା ବଡ଼ ନଦୀ ସେତୁ ନିର୍ମାଣରେ ନିଯୁକ୍ତ ଥିଲେ। ଡି.ସତିଶ୍‌ ଜଣେ ସବ୍‌-କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ବାପା ନାରାୟଣ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

ମଙ୍ଗଳବାର ସକାଳ ୧୧ଟା ସମୟରେ ନାରାୟଣ ସେତୁ ଉପରେ କାମ କରୁଥିବା ବେଳେ ସେଠାରେ ଥିବା ଏକ ପଥରକୁ ବିସ୍ଫୋରକ ସାହାଯ୍ୟରେ ଫୁଟାଇବା ପାଇଁ ନାରାୟଣ ସେତୁର ଏକ କାନ୍ଥ ଉପରକୁ ଚଢୁଥିବା ସମୟରେ ଜନୈକ ସୁପରଭାଇଜର ଅସାବଧାନତାବଶତଃ ବିଦ୍ୟୁତ ସଂଯୋଗ ଦେଇଦେଇଥିଲେ। ଫଳରେ ବିସ୍ଫୋରଣ ଘଟିଥିଲା। ଏଥିରେ ନାରାୟଣ ଗୁରୁତର ଆହତ ହୋଇଥିଲେ। ସେଠାରେ ଥିବା ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡ଼କାଇଥିଲେ। କିନ୍ତୁ ସେତେବେଳକୁ ନାରାୟଣଙ୍କ ମୃତ୍ୟୁ ଘଟିଥିବାରୁ ଆମ୍ବୁଲାନ୍ସ୍‌ ତାଙ୍କୁ ନେଇ ନ ଥିଲା। ଏହି ବିସ୍ଫୋରଣରେ ସେଠାରେ କାର୍ଯ୍ୟରତ ଅନ୍ୟଜଣେ ଶ୍ରମିକ ଏନ୍‌.କ୍ରିଷ୍ଣା ମଧ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଭଞ୍ଜନଗର ମେଡିକାଲ୍‌କୁ ଚିକିତ୍ସା ପାଇଁ ପଠାଯାଇଥିଲା। ଏନେଇ ଗାଙ୍ଗପୁର ଥାନାରେ ଜଣାଇବା ପରେ ଗାଙ୍ଗପୁର ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଏବଂ ଭଞ୍ଜନଗର ଏସ୍‌ଡିପିଓ ସୁଜିତ ନାୟକ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ନାରାୟଣଙ୍କ ପୁଅ ସତିଶ୍‌ଙ୍କ ଏତାଲାକୁ ଭିତ୍ତିକରି ଗାଙ୍ଗପୁର ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ନିଜେ ଘଟଣାର ତଦନ୍ତ ଭାର ନେଇଛନ୍ତି। ଏନେଇ ଗାଙ୍ଗପୁର ଥାନାରେ ୨୩୭/୨୫ ରେ ମାମଲା ରୁଜୁ କରାଯାଇ ଥାନାଧିକାରୀ ପୂଜାରୀ ଘଟଣା ସ୍ଥଳକୁ ପରିଦର୍ଶନ କରିବା ସହିତ ମୃତ ନାରାୟଣଙ୍କ ମୃତହେଦକୁ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏହା ସହିତ ସେ ଘଟଣା ସ୍ଥଳରୁ ବିସ୍ଫୋରକ ଗିଲୋଟିନ୍‌ ଏବଂ ଡ଼ିଟୋନେଟର ଜବତ କରିଛନ୍ତି। ଘଟଣା ସମ୍ପର୍କରେ ସେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇବା ସହିତ ବମ୍‌ ନିଷ୍କ୍ରିୟକାରୀ ଦଳ ଏବଂ ଫରେନ୍ସିକ୍‌ ସାଇଣ୍ଟିଫିକ୍‌ ଟିମ୍‌ ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି ଏବଂ ଘଟଣା ସମ୍ପର୍କରେ ବେଲଗୁଣ୍ଠା ଅଗ୍ନିଶମ ବାହିନୀକୁ ଅବଗତ କରାଇଛନ୍ତି। ଏହା ସହିତ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇ ଆସିକା କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri