Posted inଖେଳ

ରାଉରକେଲାରେ ଭବ୍ୟ ସ୍ବାଗତ

ରାଉରକେଲା ଅଫିସ,୨୮ା୧୨: ରାଉରକେଲାରେ ପ୍ରଥମ ଥର ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଦର୍ଶକଙ୍କ ମନରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ଝାରସୁଗୁଡା ଏୟାରପୋର୍ଟରୁ ବସ୍‌ ଯୋଗେ ଭାରତୀୟ ହକି ଦଳ ମଙ୍ଗଳବାର ସନ୍ଧ୍ୟା ୭ଟାରେ ରାଉରକେଲାରେ ପହଞ୍ଚିଥିଲା। ବସ୍‌ ବେଦବ୍ୟାସ ଛକ ହୋଇ ପାନପୋଷ ହକି ଛକ ରିଙ୍ଗ୍‌ରୋଡ ଦେଇ ହନୁମାନ ବାଟିକା ଛକ ରିଙ୍ଗ୍‌ରୋଡ ହୋଇ ବିପିୟୁଟି ପରିସରରେ ଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚିଥିଲା ା ହକି ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ରାଉରକେଲା ପାନପୋଷ ଛକ, ହନୁମାନ ବାଟିକା ଛକ, ଛେଣ୍ଡ ଛକରେ ବହୁ କ୍ରୀଡାପ୍ରେମୀ ଭାରତୀୟ ଜାତୀୟ ପତାକା ହାତରେ ଧରି ଉପସ୍ଥିତ ଥିଲେ। ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିବା ପରେ ହକି ଇଣ୍ଡିଆର ମ୍ୟାନେଜମେଣ୍ଟ ଟିମ୍‌ ତାଙ୍କୁ ସ୍ବାଗତ କରିଥିଲେ। ପରେ ସମସ୍ତ ଖେଳାଳିଙ୍କୁ ବିର୍ସାମୁଣ୍ଡା ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ହୋଟେଲକୁ ପାଛୋଟି ନିଆଯାଇଥିଲା। ଖେଳାଳିଙ୍କୁ ଦେଖିବା ପାଇଁ ଷ୍ଟାଡିୟମ ବାହାରେ ବହୁ ହକି ପ୍ରେମୀ ଉପସ୍ଥିତ ଥିଲେ। ବିଶେଷ କରି ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂ ଓ ଉପଅଧିନାୟକ ଅମିତ ରୋହିଦାସଙ୍କୁ ବସ୍‌ରେ ଓହ୍ଲାଇବାବେଳେ ବହୁ କ୍ରୀଡାପ୍ରେମୀ ବେଷ୍ଟ ଅଫ ଲକ୍‌ କହି ଉତ୍ସାହିତ ପ୍ରକାଶ କରିଥିଲେ। ଭାରତୀୟ ଦଳରେ ସୁନ୍ଦରଗଡ ମାଟିର ବାଲିଶଙ୍କରା ବ୍ଲକ ସୋନାମରା ଗ୍ରାମର ପୁଅ ଅମିତ ରୋହିଦାସ ଓ କାଦୋବାହାଲ ଗ୍ରାମର ପୁଅ ନିଲମ ସଞ୍ଜୀପ ଖେସ ସାମିଲ ହୋଇଥିବାରୁ କ୍ରୀଡାପ୍ରେମୀ ଭଲ ଖେଳ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି। ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବା ପରେ ଅମିତ ରୋହିଦାସ କହିଥିଲେ ଯେ ଭାଗ୍ୟରେ ଥିଲେ ନିଜ ମାଟିରେ ଖେଳିବାର ସୁଯୋଗ ମିଳେ ା ନିଜ ମାଟିରୁ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳିବା ସୁଯୋଗ ପାଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ ା ଜିଲାର କ୍ରୀଡାପ୍ରେମୀଙ୍କ ସମର୍ଥନ ଆମ ଦଳକୁ ନିଶ୍ଚିତ ମିଳିବ। ବିର୍ସାମୁଣ୍ଡା ଷ୍ଟାଡିୟମର ନୂଆ ଟର୍ଫରେ ନିଜ ମାଟିରେ ଖେଳିବାର ଅନୁଭୂତି ଆମକୁ ନିଶ୍ଚିତ ପ୍ରେରଣା ଦେବ ବୋଲି ଅମିତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri