ପ୍ରେମିକଙ୍କ ସହ ହୋଟେଲ ଯାଇଥିଲେ ସ୍ତ୍ରୀ, ଦେଖିଦେଲେ ସ୍ବାମୀ, ଆଉ ତା’ପରେ ଘଟିଲା…

ଅନୁଗୋଳ, ୫।୯(ମାନସ ବିଶ୍ୱାଳ): ଅନୁଗୋଳ କୋର୍ଟରେ ଜଣେ ମହିଳା ସ୍ବାମୀ ଓ ତାର ଦୁଇ ସନ୍ତାନକୁ ଛାଡି ତାଙ୍କ ପ୍ରେମିକଙ୍କ ସହ ବିବାହ କରି ପ୍ରେମିକ ଘରକୁ ଚାଲି ଯାଇଛନ୍ତି । ପ୍ରେମ ଆଗରେ ତୁଚ୍ଛ ହେଲା ସ୍ବାମୀ, ସନ୍ତାନ। ଦୁଇ ସନ୍ତାନର ମୁହଁକୁ ବି ଅନେଇଲେନି। ଘର, ପରିବାର ଛାଡ଼ି ପ୍ରେମିକଙ୍କୁ ବିବାହ କଲେ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା କିଶୋରନଗର ଅଞ୍ଚଳରେ। ସବୁଠୁ ବଡ଼ କଥା ହେଲା, ମହିଳାଙ୍କ ସ୍ବାମୀ ନିଜେ ଏହି ବିବାହ କରାଇଛନ୍ତି।

ସୂଚନା ଅନୁସାରେ, କିଶୋରନଗର ଥାନା ଅଞ୍ଚଳର ଜଣେ ମହିଳା ୧୩ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ସେମାନଙ୍କ ବୈବାହିକ ଜୀବନ ଠିକ୍‌ଠାକ୍‌ରେ ଚାଲିଥିଲା । ସେମାନଙ୍କର ଦୁଇଟି ସନ୍ତାନ ରହିଛି। ଏପଟେ ପ୍ରାୟ ୫ ବର୍ଷ ତଳେ ନିଜ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ମହିଳାଙ୍କ ସ୍ବାମୀ ଜାଣିବା ପରେ ଏହାକୁ ବାରଣ କରିଥିଲେ। କିନ୍ତୁ ମହିଳା କିଛି ଶୁଣି ନ ଥିଲେ। ବରଂ ପ୍ରେମିକଙ୍କ ସହ ନିୟମିତ ସଂପର୍କରେ ରହିଥିଲେ । ଗତକାଲି ଏହି ମହିଳା ଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ଅନୁଗୋଳ ଆସି ଏକ ହୋଟେଲରେ ରହିଥିଲେ । ଏହି ସମୟରେ ମହିଳାଙ୍କ ସ୍ବାମୀ ସେଠାରେ ପହଞ୍ଚିଥିଲେ। ପରେ ମାମଲା ଥାନାକୁ ଯାଇଥିଲା। ଏହି ପାରିବାରିକ ବିବାଦର ସମାଧାନ ପୋଲିସ କରିବା ପୂର୍ବରୁ ପ୍ରେମିକ ସହ ପତ୍ନୀଙ୍କ ବିବାହ କରାଇ ଦେବାକୁ ରାଜି ହୋଇଥିଲେ। ପରେ ଆଜି ଅନୁଗୋଳ କୋର୍ଟରେ ଏହି ମହିଳା ଓ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଯାଇଛି। ପ୍ରେମିକ ସହ ମହିଳା ତାଙ୍କ ଘରକୁ ଫେରି ଯାଇଥିଲା ବେଳେ ଯୁବକଙ୍କ ପାଖରେ ତାଙ୍କର ଦୁଇ ପିଲା ରହିଛନ୍ତି। ବିବାହର ୧୩ ବର୍ଷ ପରେ ପିଲା, ପରିବାର ଛାଡ଼ି ପ୍ରେମିକ ସହ ବିବାହ କରିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି।

 

Share
Tags: odisha