କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ, ବଣ, ନଦୀ ସହ ସମସ୍ତ ପ୍ରକୃତି ତଥା ଆମ ଚତୁର୍ପାଶର୍‌ବରେ ଆତଯାତ ହେଉଥିବା ଅନେକଙ୍କର ପ୍ରତି ମୁହୂର୍ତ୍ତରେ ଆମ ଉପରେ କିଛି ନା କିଛି ଉପକାର ଅଛି। ସବୁଦିନ ପୂଜା, ପ୍ରାର୍ଥନା, ହୋମଯଜ୍ଞ ମାଧ୍ୟମରେ ଯେମିତି ଆମେ ଈଶ୍ବରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁ, ଠିକ୍‌ ସେମିତି ଅନ୍ୟ ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଚିତ। ମନେଥିବ, ବଗିଚା ସଫା କରୁଥିବା ବୃଦ୍ଧ ଜଣଙ୍କୁ ସାହାଯ୍ୟ କରିବା ପାଇଁ ଛୋଟ ଅନାବନା ଗଛଟିଏ ଉପାଡ଼ି ଦେଇଥିବା ଲୋକଟି ପ୍ରତି କେମିତି ବୃଦ୍ଧ ଜଣକ କୃତଜ୍ଞତାରେ ଛଳଛଳ ହେଇଯାଇଥିଲେ ବୋଲି ଗୋଟେ କବିତାରେ ଆମେ ପଢ଼ିଥିଲେ। ଏ ଉପାଖ୍ୟାନଟି ଏକଥା ସୂଚାଇଦିଏ ଯେ, କାହା ପ୍ରତି କୃତଜ୍ଞତା ଦେଖେଇବା ପାଇଁ ଉପକାରର ଆକାର କିମ୍ବା ମାତ୍ରା ବିଚାରକୁ ନେବା ଆବଶ୍ୟକ ନୁହେଁ। ଆମକୁ ଉପକୃତ କରୁଥିବା ଯେ କୌଣସି କାର୍ଯ୍ୟ ପାଇଁ ଆମେ କୃତଜ୍ଞ ରହିବା ଉଚିତ। କିନ୍ତୁ ସତରେ କ’ଣ ସେୟା ଘଟେ? ଆମମାନଙ୍କର ଚରିତ୍ର ଏମିତି ଯେ, ଆମେ ସବୁବେଳେ ଇଚ୍ଛା କରୁ ଯେ ଅନ୍ୟମାନେ ଆମ ପାଇଁ ଆମ ଆଶା ମୁତାବକ କାର୍ଯ୍ୟ କରନ୍ତୁ। ଆମେ ଏକଥା ମଧ୍ୟ ଭାବୁ ଯେ ଆମ ପାଇଁ ଯିଏ ବି ଯାହା କରୁଛନ୍ତି ତାହା ସେମାନଙ୍କର କର୍ତ୍ତବ୍ୟ ଏବଂ ଆମେ ସେସବୁ ପାଇବାର ହକ୍‌ଦାର। ଯାହା ଆମର ପ୍ରାପ୍ୟ, ସେଥିପାଇଁ ଆମେ କାହା ପାଖରେ କୃତଜ୍ଞ କାହିଁକି ରହିବୁ? ଅନେକ ଅକୃତଜ୍ଞଙ୍କ ମେଳରେ ବଞ୍ଚତ୍ ବଞ୍ଚତ୍ ବହୁତ ଅଶାନ୍ତି ବୋଧ ହଉଛି।
ବନ୍ଧୁଙ୍କର ଏ ପ୍ରକାର ହତାଶା-ଦାର୍ଶନିକତାଭରା ଭାଷଣ ଶୁଣି କହିଲି, ”ଏ ଦୁନିଆରେ ଆମେ ସମସ୍ତେ କୌଣସି ନା କୌଣସି ପ୍ରକାରେ ହେଲେ ବି ଅକୃତଜ୍ଞ ବୋଲି କୁହାଯାଇପାରିବ। ଏଇ କଥାକୁ ନେଇ ଏତେ ବିଷାଦଗ୍ରସ୍ତ ହେବା ଠିକ ନୁହେଁ।“
ଘଟଣାଟିକୁ ମୁଁ ଏମିତି ହାଲୁକା କରିଦେବାଟା ତାଙ୍କୁ ପସନ୍ଦ ନ ଆସିବାରୁ ବନ୍ଧୁ କହିଲେ, ”ତମେ ଏ କଥାର ଗୁରୁତ୍ୱ ବୁଝିପାରୁନ। ଅକୃତଜ୍ଞତାର ସ୍ତର ବିଷୟରେ ମଧ୍ୟ ଜଣେ ସଚେତନ ହେବା ଉଚିତ। ଯେତେବେଳେ ଜଣେ ଆମ ଜୀବନ ସହିତ ଆଦୌ ଜଡ଼ିତ ନ ଥାଏ, କି ତା’ଠାରୁ ଆମର କିଛି ପ୍ରତ୍ୟାଶା ନଥାଏ, ସେତେବେଳେ ସେ ଲୋକଟି କୃତଜ୍ଞତା ପ୍ରକାଶ କଲା କି ନକଲା ଆମେ ସେକଥା ଭାବୁନା। କିନ୍ତୁ, ଆପଣାର ଲୋକ ଯଦି ସେମିତି କରେ? ଯାହା ସହିତ ଆମେ ସବୁଦିନ ଚଳୁଥିବା ସେ ଯଦି ସେମିତି କରେ? ସେସବୁ ସହିବା ବହୁତ କଷ୍ଟକର। ବୁଝିଲ, ଆମେମାନେ ପ୍ରାୟତଃ ଏୟା ଭାବୁ ଯେ କେବଳ ଆମେ ହିଁ ଠିକ୍‌, ଅନ୍ୟମାନେ ଭୁଲ୍‌। ଯାହା କିଛି ଭଲ ଘଟେ, ତା’ର ଶ୍ରେୟ ନେବାକୁ ଆମେ ତତ୍ପର ଏବଂ ଯାହା କିଛି ଖରାପ ଘଟେ, ସେଥିରେ ଆମର ସଂପୃକ୍ତି ଥିଲେ ବି ସେଥିପାଇଁ ଆମେ ଅନ୍ୟ ଉପରେ ଦୋଷ ଲଦିଦେଇ ତାକୁ ଗୋଟେ ଅବାଞ୍ଛିତ ଲୋକ ଭଳି ଚିତ୍ରଣ କରୁ। ଅନ୍ୟକୁ ଦୋଷ ଦେଲାବେଳେ ଆମେ ତିଳେମାତ୍ର ମନେରଖୁନା ସେ ଲୋକର ଆମ ଜୀବନ ପ୍ରତି କ’ଣ ଅବଦାନ ଅଛି, କ’ଣ ଉପକାର ଅଛି। ଆଉ ଏ କୃତଘ୍ନତାର ସବୁଠୁ ବେଶୀ ଶରବ୍ୟ ହେଉଛନ୍ତି ମା’ବାପାମାନେ। ଆଜିକାଲିର ପିଲାମାନଙ୍କର ବିଚାରଧାରା ବଡ଼ ବିଚିତ୍ର। ବସ୍ତୁବାଦୀ ଦୁନିଆର ଭୋଗବିଳାସକୁ ଆଖି ଆଗରେ ରଖି ନିଜ ମା’ବାପାଙ୍କର ମୂଲ୍ୟାୟନ କରୁଛନ୍ତି। ନିଜ ଏକାନ୍ତ ବ୍ୟକ୍ତିଗତ ସୁଖକୁ ଜଳାଞ୍ଜଳି ଦେଇ, ନିଜ ପେଟରୁ କାଟି, ତିଳତିଳ ଜଳି, ନିଜ ସାଧ୍ୟ ମୁତାବକ ତ୍ୟାଗ ସ୍ବୀକାର କରି ମା’ବାପାମାନେ ପିଲାଙ୍କ ପାଇଁ ଯେତେ କରିଥିଲେ ବି ଯଦି ପିଲାଙ୍କ ଆଶା ଅନୁସାରେ ସେତକ ଯଥେଷ୍ଟ ନ ହେଲା, ତେବେ ତମ ତ୍ୟାଗର, ତମ ମା’ବାପାପଣିଆର କିଛି ମହତ୍ତ୍ବ ପିଲାମାନଙ୍କ ପାଇଁ ନଥାଏ। ତମ ତ୍ୟାଗ ଯଦି ସେମାନଙ୍କୁ ଇନ୍ଦ୍ର ସୁଖ ନ ଦେଇପାରିଲା, ତାହେଲେ ତମ ତ୍ୟାଗ ମୂଲ୍ୟହୀନ ପ୍ରମାଣ କରି ତମକୁ ଅସମ୍ମାନ ପ୍ରଦର୍ଶନ କରିବେ ତ ନିଶ୍ଚୟ, ତମେ ପିଲାମାନଙ୍କ ପ୍ରତି ନିଜର ସ୍ବାଭାବିକ କର୍ତ୍ତୃତ୍ୱ ମଧ୍ୟ ଠିକ୍‌ ଭାବରେ ପାଳନ କରିନ ବୋଲି ଲାଞ୍ଛନା ଶୁଣିବାକୁ ପଡ଼ିବ। ଖାଲି ମୋ ପରିବାର, ମୋ ପିଲାଛୁଆ- ଏମିତିଆ ମିଛ ମୋହ ସକାଶେ ସମସ୍ତ ଯାହା ବାନ୍ଧି ହେଇ ପଡ଼ିରହିଛନ୍ତି। ଉପରେ ହସୁଥିଲେ ବି ଅଧିକାଂଶ ମା’ବାପା ଆଜି ଏପ୍ରକାର ଅକୃତଜ୍ଞତାର ଯନ୍ତ୍ରଣାରେ ଜର୍ଜରିତ।“
ବନ୍ଧୁଙ୍କ ସ୍ବରରେ ସ୍ପଷ୍ଟ ଦୃଶ୍ୟମାନ ବ୍ୟକ୍ତିଗତ ଦୁଃଖର ଛାପକୁ ଏଡ଼ାଇଦେବା ଶୈଳୀରେ କହିଲି, ”ଆରେ, ଇଏ ତ ଆଜିକାଲିର ଅତି ସାଧାରଣ କଥା। ତାକୁ ନେଇ ଏତେ ଭାବପ୍ରବଣ ଭାଷଣ କାହିଁକି ମାରୁଛ? ତମର ମନେଥିବ ସେ ଗୀତ- ସହଜରେ ମିଳେ ସୁଖ ଯେଉଁଠି, ସୁଖ ଚିହ୍ନିବାରେ ଭୁଲ୍‌ ସେଇଠି। କିଛି ବି କଷ୍ଟ ନ ସହି ଯଦି ଆମେ କିଛି ପାଇଯାଉ, ତେବେ ସେ ଜିନିଷ କି ଘଟଣାର ମୂଲ୍ୟ ଆମେ ପ୍ରାୟତଃ ବୁଝିପାରୁନା। ଆମେ ଭାବୁ ଯେ ଆମେ ୟାର ହକ୍‌ଦାର ଥିଲୁ। କାହାର ଦୟା କି ତ୍ୟାଗ ଯୋଗୁ ଆମକୁ ମିଳିଛି ବୋଲି ଅନ୍ତରରେ ସ୍ବୀକାର କରିପାରୁନି, ତେଣୁ କାହା ପ୍ରତି କୃତଜ୍ଞତା ପ୍ରକାଶ କରିବାର ପ୍ରଶ୍ନ ଉଠେନି। ଆଉ ଯିଏ ସବୁବେଳେ ସବୁକଥାରେ ଅଭିଯୋଗ କରିବାଟାକୁ ନିଜର ଚାରିତ୍ରିକ ବୈଶିଷ୍ଟ୍ୟ ବନେଇ ଦେଇଥାଏ, ସେ ବି କେବେହେଲେ କାହା ପ୍ରତି କୃତଜ୍ଞ ରହେନି। ସମାଜର ସବୁ ସ୍ତର ଏମିତି କୃତଘ୍ନତାରେ ଭରପୂର। ଏସବୁ କଷ୍ଟ ଲାଗେ, କିନ୍ତୁ ତାକୁ ଅଣଦେଖା କରିପାରିଲେ ଅନେକ ଶାନ୍ତି ମିଳିବ। ବୁଝିଲ ବନ୍ଧୁ, ଘରେ ତମେ ଭାଉଜଙ୍କୁ ଏତେ ସାହାଯ୍ୟ କରୁଛ ବୋଲି ଜାଣି ମୋ ପତ୍ନୀ ମତେ ଦେଖେଇ ଶିଖେଇ କୁହନ୍ତି ଯେ ମୁଁ ତାଙ୍କୁ କିଛି ସାହାଯ୍ୟ ନ କରି ଖାଲି ବୁଲୁଛି। ଯାଏଁ, ନହେଲେ ଡେରି ହେଲେ କେତେକ’ଣ ଶୁଣିବାକୁ ପଡିପାରେ।“
ଠିକ୍‌ ଏତିକିବେଳେ ଉଗ୍ରରୂପ ଧରି ବନ୍ଧୁଙ୍କ ପତ୍ନୀ ପହଞ୍ଚିଯାଇ ଚିତ୍କାର କରି ଉଠିଲେ, ”ଛୁଟିଦିନଟାରେ ମୋ ହାତରୁ କାମ ଛଡ଼େଇ କିଛି କରିଦେବାକୁ ବିବେକ କହିଲାନି? କ’ଣ ଟିକେ ସଫାସଫି କରିଦେଲ ଯେ ଏଠି ଆସି ଗପୁଛ! ସ୍ବାର୍ଥପର କୋଉଠିକାର।“ ମୁହଁ ଫଣଫଣ କରି ସେ ଫେରିଯିବା ମାତ୍ରେ ବନ୍ଧୁ କହିଲେ, ”ତମ ସହ ଗପି ଦବାରୁ ଟିକେ ହାଲୁକା ଲାଗିଲା। କାମଛାଡ଼ି ମୋ ପାଇଁ ତମେ ଏତେ ସମୟ ନଷ୍ଟ କଲ, ମୁଁ କୃତଜ୍ଞ।“ ଆଉ ମୁଁ ନୀରବରେ ସ୍ବାମୀ-ସ୍ତ୍ରୀଙ୍କର କୃତଜ୍ଞତାର ସ୍ବର ତଉଲୁଥିଲି।
ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି କଲେଜ, ନିଆଳି, କଟକ
ମୋ : ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି।…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri