ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬ ଦଶନ୍ଧି ବିତିଯାଇଛି । ପ୍ରଥମରୁ ପଞ୍ଚମ ଓ ପରବର୍ତ୍ତୀ ସମୟରେ ଅଷ୍ଟମ ପର୍ଯ୍ୟନ୍ତ ଆଉ ଏବେ କିଛି ବର୍ଷ ହେଲା ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପାଇଁ ନବମ ଓ ଦଶମ ଶ୍ରେଣୀ ଖୋଲିଛି । ହେଲେ ପରିବର୍ତ୍ତନ ଆସିନି । ବିଦ୍ୟାଳୟର ଶିଶୁ ବାଟିକା ସହ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ପାଇଖାନା ଟିଏ ଆଜି ପର୍ଯ୍ୟନ୍ତ ନାହିଁ ।

ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ, ବିଡ଼ିଓ ପ୍ରୀତିରଞ୍ଜନ ରଥ ଘଟଣାକୁ ଗୁରୁତର ସହ ନେଇଛନ୍ତି। ତାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଆସନ୍ତା ୩ ମାସ ମଧ୍ୟରେ ଶୌଚାଳୟ ନିର୍ମାଣ ସହ ଏମ୍‌ ଜିଏନଆରଇଜିଏଏସ ଯୋଜନାରେ ପାଚେରି ଓ ଅନ୍ୟ ସମସ୍ୟାର ଦୂର କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily