ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ସେହି ଗ୍ରାମର ଜଣେ ବ୍ୟକ୍ତି ଦୁର୍ଯ୍ୟୋଧନଙ୍କୁ ସରକାରୀ ସାହାଯ୍ୟ ଦେବା ଆଶାରେ ଆଧାରକାର୍ଡ, ବ୍ୟାଙ୍କ ଖାତା, ଏଟିଏମ କାର୍ଡ, ପ୍ୟାନ କାର୍ଡ ଭଳି କାଗଜ ପତ୍ର କରିଦେବେ କହି ତାଙ୍କ ନାମରେ ଲୋନରେ ଏକ ସ୍କୁଟି କିଣି ନେଇଛନ୍ତି। ଲୋନ ଟଙ୍କା ନ ଦେଲେ କେସ୍ କରିବା ପାଇଁ ଧମକ ମିଳିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ସେ ଜଣେ ଅନଗ୍ରସର ବ୍ୟକ୍ତି ହୋଇଥିବାବେଳେ ସାଇକେଲ ଚଳାଇବା ଶିଖିନାହାନ୍ତି ତେବେ ସେ ସ୍କୁଟି କିଣି କ’ଣ କରିବେ ବୋଲି କହିଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ କରି ଉପଯୁକ୍ତ ନ୍ୟାୟ ପାଇଁ ଦାବି କରିଛନ୍ତି।