ପେଟ୍ରୋଲ ପମ୍ପ କ୍ୟାମ୍ପସ ଭିତରକୁ ମାଡ଼ିଗଲା ଧାନ ବୋଝେଇ ଟ୍ରକ୍‌, ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ…

ବଲାଙ୍ଗୀର,୧୬ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଟାଉନ ଥାନା ନିକଟ ପେଟ୍ରୋଲ ପମ୍ପ କ୍ୟାମ୍ପସ ଭିତରକୁ ଗୁରୁବାର ବିଳମ୍ବିତ ରାତିରେ ଏକ ପିଡିଏସ୍‌ ଧାନ ବୋଝେଇ ଟ୍ରକ ମାଡ଼ି ଯାଇଥିଲା। ପମ୍ପର ସୁରକ୍ଷା ପାଚେରି କଡ଼ର ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେବା ଫଳରେ ରାସ୍ତାକଡ଼ରେ ଥିବା ଖୁଣ୍ଟ ଉପୁଡି ପଡ଼ିଥିଲା। ଡ୍ରାଇଭରଙ୍କର ବେପରୁଆ ଗାଡ଼ି ଚାଳନାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଏହି ଅଘଟଣରେ ଇଲେକ୍ଟ୍ରି ଖୁଣ୍ଟ ପେଟ୍ରୋଲ ଟାଙ୍କି ଓ୍ବାଲ୍‌ ଭାଙ୍ଗି ଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Share