ରାସ୍ତାକଡ଼ରେ ଗଜା ଗଛ ଗୋଦାମ

କାଳିଆପାଣି,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ଗୁରୁଜଙ୍ଗ ଓସ୍ତପାଳ ଗ୍ରାମରେ ବହୁଳ ଭାବେ ଗଜା (ଛୋଟ) ଗଛ କଟାଯାଇ ରାସ୍ତାକଡ଼ରେ (ଗୋଦାମ)ପରି ଗଦା ହୋଇଥିବା ଦେଖିବାକୁ ମିଳିଛି। ହେଲେ ଏଥିପ୍ରତି ବନ ବିଭାଗର ନଜର ପଡୁନାହିଁ। ଫଳରେ ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି। ବୃକ୍ଷ ହିଁ ଜୀନ, କାଗଜ କଲମ ଓ ସ୍ଲୋଗାନରେ ସୀମିତ ହୋଇ ରହିଯାଇଛି। ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମର କେତେ ଜଣ ଅଧିବାସୀ ଘରର ଜାଳେଣି, ଛାଉଣୀ ଓ ବାଡ଼ିବଗିଚା ଆବଦ୍ଧ କରିବା ପାଇଁ ଛୋଟ ଗଛ କାଟି ରାସ୍ତା କଡ଼ରେ ଗଦା କରୁଛନ୍ତି। ସେ ସବୁ ଶୁଖିଗଲା ପରେ ତାହାକୁ ବ୍ୟବହାର କରୁଛନ୍ତି। ଖଣି ସଂଲଗ୍ନ ଓସ୍ତପାଳ ଗ୍ରାମ ଫେକର ଖଣିକୁ ଯିବା ରାସ୍ତାର ଏକ ବସ୍ତିରେ ବିପୁଳ ଗଜା ଗଛ ଗଦା ହୋଇଥିବା ଦେଖିବାକୁ ମିଳିଛି। ଗ୍ରାମର ପ୍ରାୟ ସମସ୍ତଙ୍କ ଘର ଆଗରେ ଗଜା ଗଛର ଡିପୋ ରହିଛି। ଚିରାଚରିତ ଭାବେ ବର୍ଷ ବର୍ଷ ଧରି ଏଠାରେ ଗଛ କଟା ଚାଲିଛି ବୋଲି ଅଭିଯୋଗ ହୋଇଛି।
ଅନ୍ୟପକ୍ଷଷର ଖଣି ପାଇଁ ବ୍ୟାପକ ବୃକ୍ଷ ନଷ୍ଟ ହେଉଥିବାରୁ ପ୍ରତି ବର୍ଷ ବିପୁଳ ଟଙ୍କା ଖର୍ଚ୍ଚ କରି ବନ ବିଭାଗ ଚାରାରୋପଣ କରୁଛି। ଖଣି କମ୍ପାନୀଗୁଡ଼ିକ ମଧ୍ୟ ବ୍ୟାପକ ଭାବେ ବନୀକରଣ କରୁଥିବା ପ୍ରଚାର ପ୍ରସାର ହେଉଛି। ପ୍ରତ୍ୟେକ ଖଣି ମାଲିକଙ୍କୁ ବନୀକରଣ ନିମନ୍ତେ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଥିବାବେଳେ କମ୍ପାନୀମାନେ କେବଳ କାଗଜ କଲମରେ ଚାରାରୋପଣ କରି ନିଜ ଖଣିକୁ ସୁରକ୍ଷା ଦେଇ ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି। ପ୍ରତି ବର୍ଷ ବର୍ଷାଋତୁ ଆସିଲେ କମ୍ପାନୀଗୁଡ଼ିକ ରାଜନେତା, ଜନପ୍ରତିନିଧି ଓ ବନ ବିଭାଗ ଅଧିକାରୀଙ୍କ ସହିତ ମିଶି ଚାରା ବିତରଣ କରିଥାନ୍ତି। ଏଥିସହିତ କେତେକ ସ୍ଥାନରେ ଗଛ ଲଗାଇଥାନ୍ତି। ହେଲେ ତା’ର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ତାହା ଭୂଇଁରୁ ଉଠିବା ପୂର୍ବରୁ ନଷ୍ଟ ହୋଇଯାଉଛି। ତେବେ ବ୍ୟାପକ ସଚେତନତା ସହିତ ବନ ବିଭାଗ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଜଙ୍ଗଲ ସୁରକ୍ଷା ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଫରେଷ୍ଟର ନରେଶ କୁମାର ଟୁଡୁଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri