Posted inଜାତୀୟ

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା: ୭୫୦ ପରୀକ୍ଷାର୍ଥୀ ଆସିଲେନି

ନୂଆଦିଲ୍ଲୀ,୨୩ା୬:ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଅନିୟିତତା ଓ ରେଜଲ୍ଟ ବିଭ୍ରାଟ ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗ୍ରେସ୍‌ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କୁ ସାନି ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ପରୀକ୍ଷା ନ ଦେଲେ ଗ୍ରେସ୍‌ମାର୍କକୁ ବାଦ୍‌ ଦିଆଯାଇ ଅବଶିଷ୍ଟ ମାର୍କକୁ ସେମାନଙ୍କ ଫଳାଫଳ ବିବେଚନା କରାଯିବ ବୋଲି ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) କହିଥିଲା। ରବିବାର ଏହି ପିଲାମାନଙ୍କ ପାଇଁ ସାନି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୪୮ ପ୍ରତିଶତ ପରୀକ୍ଷା ଦେବାକୁ ଆସି ନାହାନ୍ତି। ମୋଟ ୮୧୩ ଜଣ ଛାତ୍ରୀଛାତ୍ର (୫୨ ପ୍ରତିଶତ) ପରୀକ୍ଷା ଦେଇଥିବାବେଳେ ୭୫୦ ଜଣ ଏହାକୁ ଏଡ଼ାଇ ଯାଇଥିବା ଏନ୍‌ଟିଏ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ୧,୫୬୩ ପିଲାଙ୍କ ପାଇଁ ଛତିଶଗଡ଼, ଗୁଜରାଟ, ହରିୟାଣା, ମେଘାଳୟ, ଚଣ୍ଡିଗଡ଼ରେ ୭ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ଚଣ୍ଡିଗଡ଼ ଏକ୍‌ଜାମ୍‌ ସେଣ୍ଟରରେ ୨ ଜଣ ପରୀକ୍ଷା ଦେବାକୁ ଥିବାବେଳେ କେହି ଆସି ନ ଥିଲେ। ସେହିପରି ଛତିଶଗଡ଼ରେ ୬୦୨ ଜଣ ପରୀକ୍ଷାର୍ଥୀଙ୍କ ସ୍ଥାନରେ ୩୧୧ ଜଣ ଅନୁପସ୍ଥିତ ଥିବାବେଳେ ୨୯୧ ଜଣ ପରୀକ୍ଷା ଦେଇଥିଲେ। ଗୁଜରାଟର ପରୀକ୍ଷା କେନ୍ଦ୍ରରେ ମାତ୍ର ଜଣେ ପରୀକ୍ଷାର୍ଥୀ ଥିବାବେଳେ ସେ ମଧ୍ୟ ଅନୁପସ୍ଥିତ ରହିଥିଲେ। ମେଘାଳୟର ୪୬୪ ପିଲାଙ୍କ ମଧ୍ୟରୁ ୨୩୦ ଅନୁପସ୍ଥିତ ଥିବାବେଳେ ୨୩୪ ଜଣ ପୁନଃ ପରୀକ୍ଷା ଦେଇଛନ୍ତି।
ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୫ରେ ଅନୁଷ୍ଠିତ ଏନ୍‌ଇଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଏବଂ ବ୍ୟାପକ ଅନିୟମିତତା ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ରବିବାର ତଦନ୍ତ ଆରମ୍ଭ କରିଛି। ସିବିଆଇ ମାମଲା ରୁଜୁ କରିବା ପରେ ଏହାର ସ୍ବତନ୍ତ୍ର ଟିମ୍‌ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗୋଧ୍ରା ଓ ପାଟନା ଯାଇ ତନାଘନା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri