ଉତ୍ସବମୁଖର ହୋଟେଲ ଶିଳ୍ପ

ଭୁବନେଶ୍ୱର,୨୬।୧୨ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ବଡ଼ଦିନ (ଖ୍ରୀଷ୍ଟମାସ)ଠାରୁ ଆରମ୍ଭ କରି ନବବର୍ଷ (୨୦୨୪ ବର୍ଷ)ର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ହୋଟେଲ ଶିଳ୍ପ ଉତ୍ସବ ମୁଖର ହୋଇଉଠିଛି। ଏପରିକି ଉଭୟ ବିଦେଶୀ ଓ ସ୍ବଦେଶୀ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଅତିଥିଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫରର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିଭଳି ଗତବର୍ଷ (୨୦୨୩ ବର୍ଷ) ଅପେକ୍ଷା ଚଳିତ ବର୍ଷ (୨୦୨୪ ବର୍ଷ) ର ନବବର୍ଷର କାରବାର ୧୦୦୦ କୋଟିରୁ ଅଧିକ ହେବ ବୋଲି ଓଡ଼ିଶାର ହୋଟେଲ ଶିଳ୍ପ ସଂଘ ପକ୍ଷରୁ ଆକଳନ କରାଯାଇଛି। ବିଶେଷ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା ଓ ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ ବିଭିନ୍ନ ହୋଟେଲଗୁଡିକ ପକ୍ଷରୁ ଯୋଗାଇ ଦିଆଯାଉଛି। ଫଳରେ ପର୍ଯ୍ୟଟକ ସୁଲଭ ମୂଲ୍ୟରେ ସୁବିଧା ଓ ସୌନ୍ଦର୍ଯ୍ୟର ମୁହୂର୍ତ୍ତକୁ ପରିବାର ଓ ପରିଜନଙ୍କ ସହ ବିତାଇବାକୁ ନିଜ ନିଜ ପସନ୍ଦର ହୋଟେଲରେ ସମୟ ଅତିବାହିତ କରିବାକୁ ଆସୁଛନ୍ତି। ଅପରପକ୍ଷରେ ୨୦୨୩ ବର୍ଷ ଶେଷ ଓ ଖ୍ରୀଷ୍ଟମାସ ସାଙ୍ଗକୁ ନବବର୍ଷ (୨୦୨୪ ବର୍ଷ)ର ବିଶେଷ ଉତ୍ସବକୁ ପାଳନ କରିବା ପାଇଁ ରାଜ୍ୟର ପ୍ରମୁଖ ସହର ତଥା ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ , କୋର୍ଣାକ, ଅନୁଗୋଳ, ବାଲେଶ୍ୱର, କେନ୍ଦୁଝର, କୋରାପୁଟ ଭଳି ୧୦୦ରୁ ଅଧିକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ନିକଟରେ ଥିବା ମେଫେୟାର ଗ୍ରୁପ୍‌, ସ୍ବସ୍ତି ଗ୍ରୁପ୍‌, ପାଲ୍‌ ହାଇଟ, ମାରିଅନ, ଆଇଟିସି ଭୁବନେଶ୍ୱର, ତାଜ ବିଭାନ୍ତ, ଟ୍ରାଇଡେଣ୍ଟ, ଜିଞ୍ଜର,ସାଣ୍ଡି ଟାଓ୍ବାର, ଓଟିଡିସି, ପାନ୍ଥନିବାସ ଏବଂ ରାଜ୍ୟର ୩ ତାରକା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟଗୁଡିକରେ ବଡ଼ଦିନରୁ ଭିଡ଼ ଆରମ୍ଭ ହୋଇଯାଇଛି। ସେହିପରି ଓଡ଼ିଶା ହୋଟଲ ଶିଳ୍ପ ସଂଘର ସୂଚନା ଅନୁଯାୟୀ ୨୦୨୩ ଡିସେମ୍ବରରୁ ୨୦୨୪ ଜାନୁୟାରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସାରା ରାଜ୍ୟରେ ବଡ଼ଦିନ ଓ ନବବର୍ଷର ଉତ୍ସବ ଜାରି ରହିବ। ଏହି ପରିପ୍ରେକ୍ଷୀରେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଶିଳ୍ପ ସହ ଟ୍ରାଭେଲ ଏଜେନ୍ସିଗୁଡିକ ପକ୍ଷରୁ ମଧ୍ୟ ବ୍ୟାପକ ସୁବିଧା ଓ ବ୍ୟବସ୍ଥା ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୯ ନବବର୍ଷ ପରଠାରୁ ଓଡ଼ିଶାର ସବୁ ବର୍ଗର ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଶିଳ୍ପ କୋଭିଡ୍‌ କାରଣରୁ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ତଥାପି ଗତ ୨ ବର୍ଷ (୨୦୨୨ .ଏବଂ ୨୦୨୩ ) ହେବ ଶିଳ୍ପରେ ସୁଧାର ଆସିଛି। ୨୦୨୪ ବର୍ଷ ହୋଟଲ ଶିଳ୍ପ ପାଇଁ ନୂଆ ସମ୍ଭାବନା ଓ ଉନ୍ନତ କାରବାର ଆଶା ନେଇ ସବୁ ବର୍ଗର ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକ ପକ୍ଷରୁ ବଡ଼ଦିନ ଓ ନବବର୍ଷ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସାଙ୍ଗକୁ ଡିଜେ ନାଇଟ ଓ ମ୍ୟୁଜିକ କନ୍‌ସର୍ଟ ସହ ମନୋରଞ୍ଜନର ସ୍ବତନ୍ତ୍ର ସନ୍ଧ୍ୟାର ମଧ୍ୟ ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?