Posted inଫୁରସତ

ପୃଥିବୀଆଡକୁ ମାଡିଆସୁଛି ଭୟଙ୍କର ଆଷ୍ଟ୍ରଏଡ, ଜାଣନ୍ତୁ ଗୋଟିଏ ଝଟ୍‌କାରେ କେଉଁ ସହର ହେବ ଧ୍ୱଂସ!

ପୁରା ବ୍ରହ୍ମାଣ୍ଡ ରହସ୍ୟରେ ପରିପୂର୍ଣ୍ଣ। କେତେବେଳେ କ’ଣ ହେବ ଏବଂ କେବେ ହେବ ତାହା ଜାଣିବା କଷ୍ଟକର। ତଥାପି, ଅନେକ ବୈଜ୍ଞାନିକ ଏହା ଉପରେ ଗବେଷଣା ଜାରି ରଖିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ କହିବାକୁ ଯାଉଛୁ ଯାହା ଧୀରେ ଧୀରେ ପୃଥିବୀ ଆଡକୁ ମାଡ଼ି ଆସୁଛି। ଆଜ୍ଞା ହଁ, ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ଯେ ଆଗାମୀ ସମୟରେ ଏହା ପୃଥିବୀରେ ବିନାଶ ରଚିପାରେ।

କହିରଖୁଛୁ କି, ୧୯୦୮ରେ, ସୋଭିଏତ ୟୁନିଅନର ସାଇବେରିଆନ ଅଞ୍ଚଳରେ ଏକ ଆଷ୍ଟ୍ରଏଡ ପଡ଼ିଥିଲା, ଯାହା ୨୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ଧ୍ୱଂସ ସୃଷ୍ଟି କରିଥିଲା। କିନ୍ତୁ ସବୁଠାରୁ ବଡ଼କଥା ହେଉଛି ଯେ ସାଇବେରିଆର ସେହି ଅଞ୍ଚଳ ଅତ୍ୟନ୍ତ ର୍ନିଜନ ଥିଲା। ଯାହା ଯୋଗୁଁ ଧ୍ୱଂସାବଶେଷରେ ବିଶେଷ ଫରକ ପଡ଼ିଲା ନାହିଁ। କିନ୍ତୁ ଏବେ ପୁଣିଥରେ ବୈଜ୍ଞାନିକମାନେ ଏହାକୁ ନେଇ ସର୍ତକ କରାଇଛନ୍ତି।

ବର୍ତ୍ତମାନ ପୁଣି ଏକ ଆଷ୍ଟ୍ରଏଡ ପୃଥିବୀଆଡକୁ ମାଡି ଆସୁଛି। ବୈଜ୍ଞାନିକମାନେ ଏହାର ନାଁ 2024 YR4 ନାମ ଦେଇଛନ୍ତି। କୁହାଯାଉଛି ଯେ, ୨୦୩୨ରେ ଏହି ଆଷ୍ଟ୍ରଏଡ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସର ଜଣେ ଜ୍ୟୋର୍ତିବିଜ୍ଞାନୀ ମଧ୍ୟ ଏହି ଆଷ୍ଟ୍ରଏଡକୁ ପୃଥିବୀ ଆଡକୁ ଗତି କରୁଥିବାର ଦେଖିଛନ୍ତି। 2024 YR4 କୋଡ ନାମ ଥିବା ଏହି ଆଷ୍ଟ୍ରଏଡକୁ ପ୍ରଥମେ ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ପ୍ଲାନେଟାରୀ ପ୍ରତିରକ୍ଷା କାର୍ଯ୍ୟାଳୟ ଦ୍ୱାରା ଆବିଷ୍କାର କରାଯାଇଥିଲା।

ମହାକାଶ ସଂସ୍ଥାର ରିପୋର୍ଟ ଅନୁସାରେ, ଏହି ଆଷ୍ଟ୍ରଏଡ ପୃଥିବୀକୁ ଅତିକ୍ରମ କରିବାବେଳେ କେଉଁ ସ୍ଥାନରେ ଅଧିକ ପ୍ରଭାବ ପକାଇବ ତାହା କହିବା କଷ୍ଟକର। ଏହା ପଶ୍ଚିମ-ମଧ୍ୟ ଆମେରିକାରୁ ଉତ୍ତର-ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ଏକ ସଂକୀର୍ଣ୍ଣ ଷ୍ଟ୍ରିପରେ କିମ୍ବା କେନ୍ଦ୍ରୀୟ ଆଟଲାଣ୍ଟିକ ମହାସାଗର ଏବଂ ଆଫ୍ରିକାର କିଛି ଅଂଶ ଦେଇ ପୃଥିବୀକୁ ମାଡ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri