ଆସୁଛି ଭୟଙ୍କର ବାତ୍ୟା: ଦୋହରାଇବ ୧୯୯୯ ମହାବାତ୍ୟାର ଇତିହାସ!

ଭୁବନେଶ୍ୱର,୧୮ା୧୦: ଆମେରିକାର ଜିଏଫ୍‌ଏସ୍‌ ମଡେଲ ବର୍ତ୍ତମାନ ଏମିତି ଏକ ଆକଳନ କରିଛି, ଯେଉଁଥିରେ ବଙ୍ଗୋପସାଗରରେ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଏହା ୧୯୯୯ ମସିହା ମହାବାତ୍ୟାର ଇତିହାସକୁ ଦୋହରାଇବ ବୋଲି ଆକଳନ କରାଯାଉଛି।

ପାଣିପାଗ ବିଭାଗର ସୂଚନାନୁଯାୟୀ, ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବାର ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତ ରୂପ ନେବ। ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Share