ଗୋ’ଚାଲାଣ ଅଭିଯୋଗରେ ଲଣ୍ଡା କରି ନିର୍ଯାତନା ଦେଇଥିଲେ: ପୀଡ଼ିତଙ୍କ ପରିବାରକୁ ଭେଟି…

ଧରାକୋଟ ୨୪ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ)-ଗଞ୍ଜାମ ଜିଲା ଧରାକୋଟ ତହସିଲ ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଅପରାହ୍ନରେ ସିଙ୍ଗିପୁର ଗ୍ରାମର ୨ ଜଣ ଦଳିତ ବ୍ୟକ୍ତି ଗୋରୁ ନେଇ ଯାଉଥିବା ବେଳେ ଖାରିଗୁମାଠାରେ ସେମାନେ ଗୋଚାଲାଣ କରୁଥିବା ଅଭିଯୋଗ କରି ସେମାନଙ୍କୁ ଟଙ୍କା ମାଗିଥିଲେ। ଉଭୟେ ଟଙ୍କା ଦେବାକୁ ମନା କରିବାରୁ ସେମାନଙ୍କୁ ଲଣ୍ଡା କରି ଆଣ୍ଠୁରେ ଚଲେଇ ନିର୍ଯାତନା ଦେଇଥିଲେ। ଏହି ଘଟଣାରେ ମଙ୍ଗଳବାର ଜିଲା ପ୍ରଶାସନର ଏକ ଟିମ୍‌ ପୀଡିତଙ୍କ ପରିବାରକୁ ଭେଟିଛନ୍ତି। ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ନେତୃତ୍ୱରେ ଟିମ୍‌ ୨ ଦଳିତଙ୍କ ପରିବାରଙ୍କୁ ଭେଟି ସହାୟତା ପ୍ରଦାନ କରିଛନ୍ତି।

ଟିମ୍‌ରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ୍ୱର ଦଳାଇ, ବିଡ଼ିଓ ସୁଶୀଲ ପଟ୍ଟନାୟକ, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ନୀହାର ରଞ୍ଜନ ମହାନ୍ତି, ବ୍ଲକ ମଙ୍ଗଳ ଅଧିକାରୀ ଅନନ୍ୟା ପଣ୍ଡା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ବାଇଁ, ରାଜସ୍ବ ନିରୀକ୍ଷକ ରଞ୍ଜନ ବରାଡ ଥିଲେ। ଅଧିକାରୀମାନେ ସିଙ୍ଗିପୁର ଗ୍ରାମର ସମ୍ପୃକ୍ତ ୨ ଦଳିତ ବ୍ୟକ୍ତିଙ୍କ ପରିବାରକୁ ଭେଟି ତାଙ୍କ ପ୍ରତି ଘଟିଥିବା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ପଚାରି ବୁଝିଥିଲେ। ପ୍ରଶାସନ ତୁମ ସାଥୀରେ ଅଛି। ନ ଡରି ନିର୍ଭୟରେ ରୁହ ବୋଲି ପୀଡିତଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲେ। ପରେ ଉପଜିଲାପାଳ ବେହେରା ୨ ଦଳିତ ବ୍ୟକ୍ତିଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଲେଖାଏ ମୋଟ ୨୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।

ପ୍ରକାଶଯୋଗ୍ୟ ଏହି ଘଟଣାରେ ଧରାକୋଟ ପୁଲିସ ୨୪୦/୨୫ ପ୍ରକାରେ ଏକ ମାମଲା ରୁଜୁ କରି ୮ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।ସେମାନେ ହେଲେ ବ୍ରହ୍ମପୁର ବଡ ବଜାର ରାଜା ସାହିର ଶିବ ଶଙ୍କର ମହାନ୍ତି, ବ୍ରହ୍ମପୁର ଗୋଇଲୁଣ୍ଡି କମାପଲିର ସତ୍ୟ ସାହୁ, ବେଠୁଆର ର ବାଇନାଥ ବିଷୋୟୀ, ଗଡ ଦାମୋଦର ପଲି ର ଓମ ଗୌଡ଼, ଜାହାଡା ର ଗଣପତି ପଲାଇ, ଜାହାଡା ର ସନ୍ତୋଷ ଡାକୁଆ, ନନ୍ଦିଗୋରର ନାରାୟଣ ଡା କୁଆ,ବ୍ରହ୍ମପୁର ମେଡ଼ିକାଲ କ୍ୟାମ୍ପସ୍‌ର ଶଙ୍କର ଦାସ ଓ ଜଣେ ନାବାଳକ ରହିଛନ୍ତି । ଆଠ ଜଣଙ୍କୁ ବିଭିନ୍ନ ସଙ୍ଗୀନ ଦଫାରେ କୋର୍ଟଚାଲାଣ କରାଯାଇଥିବା ବେଳେ ନାବାଳକଙ୍କ ଛତ୍ରପୁର ବାଳ ସୁଧାର ଗୃହକୁ ପଠାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜା ସାମଲ ସମେତ ଦୁଇରୁ ତିନି ଜଣ ଫେରାର ରହିଥିବା ଏହି ଘଟଣାର ତଦନ୍ତକାରି ଅଧିକାରି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ସୁଚନା ଦେଇଛନ୍ତି । ଆଜି ପୀଡିତ ଦୁଇ ଜଣ ବାବୁଲା ନାୟକ ଓ ବୁଲୁ ନାୟକ ଅଧିକ ଡାକ୍ତରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ଯାଇଥିବା ପରିବାର ଲୋକେ ସୁଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣା ପରେ ଆଜି କଂଗ୍ରେସ ଦଳର ଆଦିବାସୀ ଓ ହରିଜନରେ ଅଧ୍ୟକ୍ଷ ମାନସ ମଲିକ ଙ୍କ ନେତୃତ୍ୱରେ ଗଞ୍ଜାମ ଜିଲା କଂଗ୍ରେସ ସଭାପତି ରବୀନ୍ଦ୍ର ଶର୍ମା, ଜୟନ୍ତ ଭୋଇ, ଆଇନଜିବୀ ଭୋକାଲି ସେଠୀ, ଆଇନଜୀବୀ ରାଜକିଶୋର ନାୟକ ପ୍ରମୁଖ ସିଙ୍ଗିପୁର ଗାଁରେ ପହଞ୍ଚି ପୀଡିତ ପରିବାରକୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୋହନ ସରକାର ଦଳିତ ଦୁଇ ପରିବାରକୁ ଏକ କୋଟି ଟଙ୍କା ଲେଖାଏ ଜରିମାନା ଦେବାକୁ ଦାବି କରିଥିଲେ। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧରାକୋଟ ଥାନରେ ଉପସ୍ଥିତ ଥିବା ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ନାୟକ ଙ୍କ ସହ ଆଲୋଚନା କରିଥିଲେ। ଆଜିର ଏହି ଘଟଣା ଧରାକୋଟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri