ମୁକ୍ତିର ସ୍ବାଦ

ମୁକ୍ତି ହେଉଛି ମନୁଷ୍ୟର ଜନ୍ମଗତ ଅଧିକାର। ମୁକ୍ତି ହେଉଛି ସତ୍‌-ଚିତ୍‌-ଆନନ୍ଦ। ମୁକ୍ତି ହେଉଛି ଅମରତ୍ୱ। ମୁକ୍ତି ହେଉଛି ଜ୍ଞାନ, ଶାନ୍ତି ଓ ଆନନ୍ଦର ସମନ୍ବୟ। ସଚେତନ ବା ଅଚେତନ ଅବସ୍ଥାରେ କିମ୍ବା ଜ୍ଞାତରେ ବା ଅଜ୍ଞାତରେ ପ୍ରତ୍ୟେକ ବ୍ୟକ୍ତି ଏହି ମୁକ୍ତି ଲାଭ ପାଇଁ ସତତ ପ୍ରଚେଷ୍ଟମାନ। ମୁକ୍ତି ପାଇଁ ଜାତି ଜାତି ମଧ୍ୟରେ ଯୁଦ୍ଧ ଲାଗିଛି। ମଣିଷର ପ୍ରତ୍ୟେକ ପଦକ୍ଷେପ ମୁକ୍ତି ବା ସତ୍‌-ଚିତ୍‌-ଆନନ୍ଦ ଆଡ଼କୁ ହିଁ ହୋଇଥାଏ।
ଜଣେ ଭକ୍ତ କଥା ପ୍ରସଙ୍ଗରେ ଜାଣିବାକୁ ଚାହିଁଲେ – ମୁକ୍ତି କାହାକୁ କୁହନ୍ତି? ମୁକ୍ତି ଆସିଥାଏ କିପରି? ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ମୁକ୍ତି କହିଲେ ବୁଝିବାକୁ ହେବ ପ୍ରବୃତ୍ତି ପରାୟଣତାରୁ ମୁକ୍ତି, ସ୍ବାର୍ଥପର କାମନା କଳୁଷଠାରୁ ମୁକ୍ତି। ଏହି ଦୃଷ୍ଟିକୋଣରୁ ଯିଏ ଯେତେ ପରିମାଣରେ ମୁକ୍ତ, ତାହାର ଜୀବନ ସେତେ ପରିମାଣରେ ଦୀପ୍ତ ଓ ବ୍ୟାପ୍ତ। ଏହା ନ ହୋଇ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଜଣକର ଜୀବନ ଯେତେ ଉଜ୍ଜ୍ୱଳ ଦେଖା ଯାଉନା କାହିଁକି ସେହି ଜ୍ୟୋତି ମଧ୍ୟରେ ରହିଥାଏ ଏକ ଅଦୃଶ୍ୟ କାଳିମା। ତେଣୁ ଜୀବର ସତ୍ତାକୁ ତାହା ସନ୍ଦୀପିତ ଓ ସମୁନ୍ନତ କରିପାରେ ନାହିଁ। ଭକ୍ତି ହିଁ ମୁକ୍ତିର ପଥ। ପ୍ରବୃତ୍ତିଗୁଡ଼ିକୁ ସମ୍ୟକ୍‌ ଭାବରେ ଇଷ୍ଟ ପ୍ରତିଷ୍ଠାପନ୍ନ ବା ଗୁରୁକୈନ୍ଦ୍ରିକକରି ତୋଳିବା ହିଁ ମୁକ୍ତିର ତାତ୍ପର୍ଯ୍ୟ। ଏହି ଅବଦାନ ଯାହାର ଯେପରି ତା’ର ବିବର୍ତ୍ତନ ସ୍ତର ମଧ୍ୟ ସେହିପରି। ମୁକ୍ତି ସଙ୍ଗେ ମୃତ୍ୟୁର କୌଣସି ସମ୍ପର୍କ ନାହିଁ, ବରଂ ସମ୍ପର୍କ ରହିଛି ଜୀବନର ଓ ମୃତ୍ୟୁ ମଧ୍ୟ ଅବଲୁପ୍ତ ହୋଇପାରେ ସ୍ମୃତିବାହୀ ଚେତନାର ଜାଗରଣ ମାଧ୍ୟମରେ।
ପ୍ରବୃତ୍ତି ରହିଲେ ମଧ୍ୟ ବଞ୍ଚତ୍ବା ଓ ବଢ଼ିବା ବିକ୍ଷୁବ୍ଧ ହେଉ ତାହା ଆମେ ଚାହୁଁନା। ରସଗୋଲା ଖାଇବାକୁ ଚାହୁଁ କିନ୍ତୁ ଖାଇ ଅସୁସ୍ଥ ହେବାକୁ ଚାହୁଁନା, ଅସ୍ବସ୍ତିବୋଧ କରିବାକୁ ଚାହୁଁନା। ଅସ୍ବସ୍ତିଠାରୁ ମୁକ୍ତି ପାଇବାକୁ ଚାହୁଁ। ରସଗୋଲା ସତ୍ତାଟାକୁ କମ୍ପିତ କରିଦିଏ – ତାହା ଚାହୁଁନା। ସ୍ତ୍ରୀ-ପିଲା, ବ୍ୟବସାୟ-ବାଣିଜ୍ୟ କିଛି ବି ଛାଡ଼ିବାକୁ ହେବ ନାହିଁ। ଏହା ଭିତର ଦେଇ ଧର୍ମ ଉପାର୍ଜନ କରିବାକୁ ହେବ। ଦରକାର ଇଷ୍ଟାନୁରାଗ-ଆତ୍ମ-ନିୟନ୍ତ୍ରଣ। ପ୍ରବୃତ୍ତି ଉପରେ ଆଧିପତ୍ୟ ନ ରହିଲେ ବ୍ୟକ୍ତିତ୍ୱ ବିଚ୍ଛିନ୍ନ ହୋଇଯାଏ। ସେତେବେଳେ ତୁମେ କାମନାର, ତୁମେ ନା କ୍ରୋଧର, ତୁମେ ଲୋଭର, ତୁମେ ମଦର, ତୁମେ ମୋହର, ତୁମେ ମାତ୍ସର୍ଯ୍ୟର ହୋଇଥାଅ। ସଂସାରର ପ୍ରତିଟି କର୍ମରେ ଇଷ୍ଟପୂଜା ଫୁଟି ଉଠିଲା ନାହିଁ, ସେଠି କିନ୍ତୁ ଧର୍ମ ହେଲା ନାହିଁ। ପରିବେଶ ସହ ନିଜର ସତ୍ତା – ସମ୍ବର୍ଦ୍ଧନାକୁ ଧରି ରଖେ ଯାହା ତାକୁ ହିଁ ଧର୍ମ କୁହାଯାଏ। ପୂଜା କରିବା ଭଲ, ଧର୍ମର ଅଭିନୟ କରିବା ବି ଭଲ, କିନ୍ତୁ ଧର୍ମକୁ କର୍ମ ଭିତର ଦେଇ ପରିପାଳନ କରିବାକୁ ହେବ ନଚେତ୍‌ ତାହା ସାର୍ଥକ ହୋଇଉଠିବ ନାହିଁ। ସେହି ଭଦ୍ରଲୋକ ପୁନରାୟ କହିଲେ – ଶାସ୍ତ୍ରରେ ଅଛି – ‘ହରେର୍ନାମ, ହରେର୍ନାମ ହରେର୍ନାମୈବ କେବଳମ୍‌।’
ସପରିବେଶ ଆମ୍ଭେମାନେ ଯେତେ ଇଷ୍ଟସ୍ବାର୍ଥ ପ୍ରତିଷ୍ଠାପନ୍ନ ହେବୁ, ଆମ୍ଭମାନଙ୍କ ଭିତରେ ସେତେ ଶାନ୍ତି ବିରାଜ କରିବ, ଆଉ ସପରିବେଶ ଉନ୍ନତି ମଧ୍ୟ ହୁଏ ସେହିପରି। ପନ୍ଥା ହେଲା- ଇଷ୍ଟସ୍ବାର୍ଥୀ ଭକ୍ତି – ଆପ୍ଲୁତ ସେବା-ସଂହତି। ସବୁ ଜାଗାରେ ହିଁ ରାସ୍ତା ଏହି ଗୋଟିଏ। ଭଦ୍ରଲୋକ ପୁଣି ପ୍ରଶ୍ନ କଲେ – ଦୁନିଆରେ ଅବସ୍ଥା ଦେଖିଲେ ଭଗବାନ୍‌ଙ୍କ ବିରୋଧରେ ବିଦ୍ରୋହ କରିବାକୁ ଇଚ୍ଛା ହୁଏ। ଠାକୁର କହିଲେ – ଭଗବାନଙ୍କ ବିରୋଧରେ ବିଦ୍ରୋହ କଲେ ସେଥିରେ ତାଙ୍କର କୌଣସି କ୍ଷତି ହେବ ନାହିଁ। ଭଗବାନ କୃଷ୍ଣ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ କହିଲେ – ଯୋଗଃ କର୍ମସୁ କୌଶଳଂ। ଯୁକ୍ତି ବା ଯୋଗ ଛଡ଼ା ମୁକ୍ତି ମିଳେ ନାହିଁ। ଜୀବନ୍ତ ଇଷ୍ଟଙ୍କ ଠାରେ ଯିଏ ଯେତେ ପରିମାଣରେ ପ୍ରାଣର ଟାଣ ନେଇ ଯୁକ୍ତହୁଏ, ପ୍ରବୃତ୍ତିର ବନ୍ଧନ ତାହାର ସେତେ ପରିମାଣରେ ଖୋଲିଯାଏ, ଦୋଷ ଦୁର୍ବଳତାର ନାଗଫାଶ ଶିଥିଳ ହୋଇଉଠେ କ୍ରମେ କ୍ରମେ। ତେଣୁ ସାଧ୍ୟ ବା ସାଧନୀୟ ଯାହା କିଛି ଅଛି ତାହା ହେଉଛି ଇଷ୍ଟାନୁରାଗ। ଏହାକୁ କୁହାଯାଏ ଭକ୍ତି ଓ ଭକ୍ତି ହେଉଛି ଇତିମୂଳକ। ଭକ୍ତି ଦେଖେ ଯେ ଭଗବାନ୍‌ଙ୍କର ଯାହା କିଛି କରଣୀୟ ସେ ସମସ୍ତ କିଛି ତା’ର ମଧ୍ୟ କରଣୀୟ। ଭଗବାନ୍‌ ବା ଗୁରୁଙ୍କ ସଙ୍ଗରେ ଯୁକ୍ତହେବାକୁ ଯାଇ ସେ ସମସ୍ତଙ୍କ ସଙ୍ଗରେ ଯୁକ୍ତହୁଏ ଅର୍ଥାତ୍‌ ପ୍ରତ୍ୟେକଙ୍କର ସତ୍ତା ସମ୍ବର୍ଦ୍ଧନାରେ ସକ୍ରିୟ ଭାବରେ ଆଗ୍ରହାନ୍ବିତ ହୋଇଉଠେ। ଏଠାରେ ହିଁ ଅଫୁରନ୍ତ ଜୀବନ ରହିଛି। ଆଉ ଏହି ପ୍ରକାର ଜୀବନ ମଧ୍ୟରେ ଅଛି ମୁକ୍ତି
ଜଣେ ବ୍ୟକ୍ତି ପ୍ରଶ୍ନ କଲେ – ତାହା ହେଲେ ଭକ୍ତ ଯିଏ ସେ ତ ସର୍ବଦିଗରୁ ଶକ୍ତିଶାଳୀ ଓ କୃତକାର୍ଯ୍ୟ ହେବାର କଥା। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତାହା ଦେଖାଯାଏ ନାହିଁ। ଅନେକ ଭକ୍ତ ଦୁଃଖ ଓ ଦୈନ୍ୟ ମଧ୍ୟରେ କାଳାତିପାତ କରନ୍ତି। ଶ୍ରୀ ଠାକୁର କହିଲେ – ଏହାର ଅର୍ଥ ଭକ୍ତିର ଅଭାବ ରହିଛି ସେଠାରେ। ପୁଣି ଅନ୍ୟ ଭାବରେ ଦେଖାଯାଏ – ଭକ୍ତ ଯିଏ ସେ ବହୁ ଲୋକଙ୍କର ସୁଖ-ସୁବିଧା ଓ ସ୍ବାଚ୍ଛନ୍ଦ୍ୟ ପାଇଁ ନିଜର ସୁଖ ସୁବିଧା ଓ ସ୍ବାଚ୍ଛନ୍ଦ୍ୟକୁ ବିସର୍ଜନ ଦେଇ ଚାଲେ ହସ ହସ ମୁଖରେ। ପୁଣି ବହୁ ଲୋକଙ୍କ ମଙ୍ଗଳ ପାଇଁ ଏହି ଯେଉଁ କଷ୍ଟ ସ୍ବୀକାର କରେ ସେଥିରୁ ସେ ତୃପ୍ତିଲାଭ କରିଥାଏ। ପ୍ରକୃତ ଭକ୍ତ ଯିଏ ସେ କଷ୍ଟରେ ରହିଲେ ମଧ୍ୟ କେବେହେଲେ ନିରାନନ୍ଦରେ ରହେ ନାହିଁ, ଅନ୍ତର ତା’ର ଭରପୂର ଥାଏ ଇଷ୍ଟାନନ୍ଦରେ ମସ୍‌ଗୁଲ ହୋଇ। ତାହାର ବ୍ୟଥା ଜାଗେ ଯେତେବେଳେ ସେ ଇଷ୍ଟଙ୍କର ଇଚ୍ଛା ପରିପୂରଣ କରିପାରେ ନାହିଁ। ସେଥିପାଇଁ ଶାନ୍ତି ଓ ସନ୍ତୋଷ ସଙ୍ଗେ ସଙ୍ଗେ ସେମାନଙ୍କ ଅନ୍ତରରେ ଜଡ଼ିତ ରହେ ଏକ ଶାଶ୍ୱତ ଭାଗବତ ଅତୃପ୍ତି। ଏହି ଅତୃପ୍ତି ହିଁ ସେମାନଙ୍କୁ ଊର୍ଦ୍ଧ୍ୱ ଦିଗରେ ଟାଣିନେଇ ଚାଲେ ଅସୀମ ଅନନ୍ତ ପଥରେ – ଏକାଗ୍ର ଇଷ୍ଟାର୍ଥୀ ଅଭିଗମନରେ।

ପ୍ର. ଉମେଶ ଚନ୍ଦ୍ର ପାତ୍ର
ପ୍ରଫେସର, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ
ମେଡିକାଲ କଲେଜ,
କଟକ, ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri