ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱର,୧୫ା୭(ଅନିଲ ଦାସ): ରାଜ୍ୟର ମହାନଗର ନିଗମ ଏବଂ ଜିଲାଗୁଡ଼ିକ ଅଧୀନରେ ଥିବା ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦ୍ୟୁତ୍‌ ନିରୀକ୍ଷକଙ୍କୁ ନେଇ ମିଳିତ ଟାସ୍କଫୋର୍ସ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ମହାନଗର ନିଗମ ଅଧୀନରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ପାଇଁ ମହାନଗର ନିଗମର କମିଶନର, ପୋଲିସ ଏସ୍‌ପି/ଡିଏସ୍‌ପି, କ୍ୟାପିଟାଲ ହସ୍‌ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ/ଆର୍‌ଜିଏଚ୍‌, ରାଉରକେଲା/ସିଡିଏମ୍‌ ଏବଂ ପିଏଚ୍‌ଓ, ଫାୟାର ଅଫିସର, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଏବଂ ବିଦ୍ୟୁତ୍‌ ନିରୀକ୍ଷକଙ୍କୁ ନେଇ ଏହି ଟାସ୍କଫୋର୍ସ ଗଠନ କରାଯିବ।
ସେହିପରି ଜିଲାଗୁଡ଼ିକ ପାଇଁ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍‌, ଆରକ୍ଷୀ ଅଧୀକ୍ଷକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ବାସ୍ଥ୍ୟ ଅଧିକାରୀ, ସହକାରୀ ଅଗ୍ନିନିର୍ବାପକ ଅଧିକାରୀ, ଅଧୀକ୍ଷଣ ଯନ୍ତ୍ରୀ ତଥା ଉପବିଦ୍ୟୁତ୍‌ ନିରୀକ୍ଷକଙ୍କୁ ନେଇ ଟାସ୍କଫୋର୍ସ ଗଠନ ହେବ।
କଟକର ୨ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ ସଚିବ ରାଜ୍ୟର ସମସ୍ତ ଜିଲାପାଳ ଓ ସ୍ବାସ୍ଥ୍ୟ ଅନୁଷ୍ଠାନର ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ରହିଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନାଗୁଡ଼ିକରେ ନିୟମିତ ଭାବରେ ଅଗ୍ନିନିର୍ବାପକ ଯନ୍ତ୍ର, ହାଇଡ୍ରାଣ୍ଟ ଏବଂ ଆଲାମ୍‌ ଯାଞ୍ଚ କରିବା, ନିଆଁ ଲିଭାଇବା ଯନ୍ତ୍ରର ସମାପ୍ତି ତାରିଖ, ହାଇଡ୍ରାଣ୍ଟର ୱାଟର ପ୍ରେସର ସହ ଅଗ୍ନି ଆଲାମ୍‌ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ରକ୍ଷଣାବେକ୍ଷଣ ଓ ମାସିକ ଯାଞ୍ଚ ଏବଂ ହାଇଡ୍ରାଣ୍ଟର ତ୍ରୈମାସିକ ଯାଞ୍ଚ ଏବଂ ଭାରତୀୟ ମାନକ ଅନୁସାରେ ଏଗୁଡ଼ିକର ବୃତ୍ତିଗତ ନିରୀକ୍ଷଣ କରାଯିବ। ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ କକ୍ଷ, ହଲ୍‌ ତଥା ସାଧାରଣ ଏରିଆରେ ଧୂଆଁ ଡିଟେକ୍ଟର ଏବଂ ଫାୟାର ଆଲାମ୍‌ ସ୍ଥାପନ କରାଯିବ। ସମୟ ଅନୁଯାୟୀ ଏହାକୁ ଯାଞ୍ଚ ଏବଂ ବଦଳାଯିବ। ହସ୍ପିଟାଲ୍‌ ଆଇସିୟୁ, ଅପରେଶନ ଥିଏଟର ଆଦି ମୁଖ୍ୟ ଅଞ୍ଚଳରେ ସ୍ବୟଂଶାସିତ ସିଞ୍ଚନ ଯନ୍ତ୍ର ସ୍ଥାପନ କରାଯିବ, ଯାହାକି ଆଲାମ୍‌ ସହିତ ସଂଯୁକ୍ତ ହୋଇ ଅଗ୍ନିକାଣ୍ଡ ବେଳେ କାର୍ଯ୍ୟକ୍ଷମ ହୋଇପାରିବ। ନ୍ୟାଶନାଲ ଇଲେକ୍ଟ୍ରିକାଲ କୋଡ୍‌ ଅଫ୍‌ ଇଣ୍ଡିଆ ୨୦୨୩ ଅନୁଯାୟୀ ହସ୍ପିିଟାଲ୍‌ର ଉଚ୍ଚ ଚାହିଦା ଅଞ୍ଚଳର ସିଷ୍ଟମ୍‌କୁ ଅଧିକ ଲୋଡ୍‌ ନ କରି ନିରାପତ୍ତା ମାନଦଣ୍ଡ ପୂରଣ କରି ସୁନିଶ୍ଚିତ କରିବାକୁ ଏକ ସାର୍ଟିଫାଏଡ୍‌ ଇଲେକ୍ଟ୍ରିସିଆନ୍‌ ଦ୍ୱାରା ବିଦ୍ୟୁତ୍‌ ପରିବହନର ମୂଲ୍ୟାଙ୍କନ କରାଯିବ। ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଅଗ୍ନି ନିରାପତ୍ତା ଅଧିକାରୀ, ଜିଇଡିର ଇଞ୍ଜିିନିୟର ଏବଂ ପିଡବ୍ଲ୍ୟୁଡିଙ୍କୁ ନେଇ ଏକ ବିଶେଷଜ୍ଞ ଦଳ ଯାଞ୍ଚ କରିବ। ସମସ୍ତ ଯନ୍ତ୍ରପାତି ଓ ସଂଯୋଗୀକରଣ ଉପରେ ସର୍ଭେ କରି ଜଣାଇବ। ଇଲେକ୍ଟ୍ରିକାଲ ବିଭାଗର ରିପୋର୍ଟକୁ ଆଧାରକରି ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ସଂଶୋଧନ ପାଇଁ ପଦକ୍ଷେପ ଗ୍ରହଣ କରିବ।
ତ୍ରିଶା ଏବଂ କଟକ ତେଲେଙ୍ଗା ବଜାରର ରାଧାରମଣ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ ପରିପ୍ରେକ୍ଷୀରେ ଓଡ଼ିଶା ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ୩ ଜଣ ଡାକ୍ତର ପ୍ରଫେସର ଡାକ୍ତର ବ୍ରଜକିଶୋର ଦାଶ (ଆଡିଶନାଲ ଡିଏମ୍‌ଇଟି), ପ୍ରଫେସର ଡାକ୍ତର ଅନିଲ କୁମାର ସାହୁ(ଡିପାର୍ଟମେଣ୍ଟ ଅଫ୍‌ ଅର୍ଥୋପେଡିକ୍ସ, ପୁରୀ) ଏବଂ ପ୍ରଫେସର ଡାକ୍ତର ରୋମାରତନ(ଜଏଣ୍ଟ ଡିଏମ୍‌ଇଟି)ଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଅଧିନିୟମ ୧୯୯୦ ଅନୁଯାୟୀ ଏ ସମ୍ପର୍କରେ ଅନୁଧ୍ୟାନ କରି କମିଟି ରିପୋର୍ଟ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?