ସ୍ବୟଂସହାୟକ ଗୋଷ୍ଠୀରୁ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକ ନିମନ୍ତେ ନୂତନ ଅର୍ଥନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିବା ସହ ୨୦୨୨-୨୩ ବର୍ଷରେ ଉତ୍ତମ ପ୍ରଦର୍ଶନ କରିଥିବା ୩ଟି ସ୍ବୟଂସହାୟକ ଗୋଷ୍ଠୀ ଓ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ। ୨୦ ଲକ୍ଷ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ମାଧ୍ୟମରେ ଅଣକାଷ୍ଠ ବନଜାତ ଦ୍ରବ୍ୟର ବ୍ୟବସାୟ ପାଇଁ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜ୍‌ନେସ ସହ ଏପିସି ମାଧ୍ୟମରେ ୧ ଲକ୍ଷ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଦ୍ୱାରା ସାମୂହିକ କୃଷି ଓ ବଜାର ବ୍ୟବସ୍ଥା, ବିଉଟି ଆଣ୍ଡ ୱେଲ୍‌ନେସ୍‌ ସେକ୍ଟର ସ୍କିଲ୍‌ କାଉନ୍‌ସିଲ୍‌ ମାଧ୍ୟମରେ ୧୫ ହଜାର ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଦ୍ୱାରା ସୌନ୍ଦର୍ଯ୍ୟ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା, ରବର କେମିକାଲ ଆଣ୍ଡ ପେଟ୍ରୋକେମିକାଲ୍‌ ସ୍କିଲ୍‌ ଡେଭଲପ୍‌ମେଣ୍ଟ ମାଧ୍ୟମରେ ୨ ହଜାର ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଦ୍ୱାରା ଚପଲ ପ୍ରସ୍ତୁତି, ଫ୍ଲିପ୍‌କାର୍ଟ ମାଧ୍ୟମରେ ସମସ୍ତ ଏସ୍‌ଏଚ୍‌ଜିଙ୍କ ନିମନ୍ତେ ଇ-କମର୍ସ ସୁଯୋଗ ସୃଷ୍ଟି ତଥା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସହିତ ରାଜିନାମା ସ୍ବାକ୍ଷରିତ ହୋଇଛି। ପୁନଶ୍ଚ ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା ପାଇଁ ୱାର୍ଲଡ ଫିସ୍‌ ସହିତ, ଚାଉଳର ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ପାଇଁ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର(ଆଇଆର୍‌ଆର୍‌ଆଇ) ସହିତ ଏବଂ ଚିନାବାଦାମର ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ନିମନ୍ତେ ଇକ୍ରିସାଟ୍‌ (ଆଇସିଆର୍‌ଆଇଏସ୍‌ଏଟି) ସହିତ ଖୁବ୍‌ଶୀଘ୍ର ରାଜିନାମା ସ୍ବାକ୍ଷରିତ ହେବ ବୋଲି ସୂଚନା ଦିଆଯାଇଛି।

ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍‌ଙ୍କ ପରିଚାଳନାରେ ଆୟୋଜିତ ପ୍ଲେନାରୀ ଅଧିବେଶନର ଆଲୋଚ୍ୟ ପ୍ରସଙ୍ଗ ରହିଥିଲା ମହିଳା ସଶକ୍ତୀକରଣ ନିମନ୍ତେ ଆର୍ଥିକ ସ୍ବାଧୀନତା ନିର୍ମାଣ (ବିଲ୍‌ଡିଂ ଇକୋନୋମିକ୍‌ ଇଣ୍ଡିପେଣ୍ଡେନ୍ସ ଫର୍‌ ଓମେନ ଏମ୍‌ପାୱାରମେଣ୍ଟ)। ଏହି ଅବସରରେ ୫ ଜଣଙ୍କୁ ଏସ୍‌ଏଚ୍‌ଜିରେ ଅଭିନବତ୍ୱ ନିମନ୍ତେ ପୁରସ୍କୃତ କରାଯାଇଥିବା ବେଳେ ଏସ୍‌ଏଚ୍‌ଜି ଉଦ୍ୟୋଗୀ ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୯ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ଜୀବିକା ମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ମାନସୀ ନିମ୍ବାଲ ପ୍ଲେନାରୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ନରେ ମହିଳା ଉଦ୍ୟୋଗୀ ସୃଷ୍ଟି ଓ ସେମାନଙ୍କୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ବହୁବିଧ ପଦକ୍ଷେପ ତଥା ବ୍ୟବସାୟ ସ୍ଥାପନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଉଦ୍ୟୋଗୀମାନଙ୍କୁ ନେଇ ଦୁଇଟି କ୍ଷେତ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମହିଳା ଉଦ୍ୟୋଗୀ ଅଧିବେଶନରେ ରାଜ୍ୟର ୩୦ଟି ଜିଲାରୁ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?