ବୌଦ୍ଧ,୧୮।୧୧:(ଅଜିତ କୁମାର ବାରିକ): ବୌଦ୍ଧ ଜିଲା କିଆକଟା ମହାନଦୀ ବ୍ରିଜରୁ ତଳକୁ ଜଣେ ଛାତ୍ରୀ ଡେଇଁବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ନଦୀକୁ ଡେଇଁବାର କାରଣ ଜଣା ପଡ଼ି ନ ଥିବା ବେଳେ ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


