ରାୟଗଡ଼ାରୁ ଚୋରି ବୋଲେରୋ ବାଲିଗୁଡ଼ାରେ ଠାବ: ଜଣେ ଅଟକ, ଦୁଇ ଚମ୍ପଟ

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାୟଗଡ଼ା ଜିଲା ତେଲେଙ୍ଗାପଦରରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ ରାସ୍ତାରୁ ଠାବ ହୋଇଛି। ମଙ୍ଗଳବାର ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁର ଲକ୍ଷ୍ମୀନାରାୟଣ ପାତ୍ରଙ୍କ ବୋଲେରୋକୁ ତିନିଜଣ ଦୁର୍ବୃତ୍ତ ଚୋରି କରି ନେଇଥିଲେ। ବାଲିଗୁଡ଼ା ଥାନା ପୋଲିସ ବାଲିଗୁଡ଼ା ବାଇପାସ ରାସ୍ତାରୁ ବୋଲେରୋ ଠାବ କରିବା ସହ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଖୋଜୁଛି।

ସୂଚନାନୁଯାୟୀ, ବୁଧବାର ଭୋର୍‌ ସମୟରେ ବୋଲେରୋ ଚୋରି ହୋଇଥିବା ନେଇ ଗାଡ଼ି ରଖିଥିବା ସ୍ଥାନର ସିସିଟିଭି ଫୁଟେଜ ଓ ଜିପିଏସ୍‌ ଟ୍ରାକ୍‌ କରିବା ପରେ ଲକ୍ଷ୍ମୀନାରାୟଣ ବାଲିଗୁଡ଼ାସ୍ଥିତ ତାଙ୍କ ମାମୁ ସୂର୍ଯ୍ୟ ପାତ୍ରଙ୍କୁ ଜଣାଇଥିଲେ। ସୂର୍ଯ୍ୟ ବାଲିଗୁଡ଼ା ପୋଲିସକୁ ଜଣାଇଥିଲେ। ପୋଲିସ ଖୋଜିବା ଦେଖି ଦୁର୍ବୃତ୍ତମାନେ ସେଠାରୁ ଗାଡ଼ି ବୁଲାଇ ସ୍ଥାନୀୟ କଲେଜ ନିକଟସ୍ଥ ପଣସପଡ଼ି ବାଇପାସ ରାସ୍ତା ଦେଇ ଯିବା ବେଳେ ଏକ ଖାଲରେ ଫସିଯିବାରୁ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ହେଲେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ ତାଙ୍କ ଟିମ୍‌ ଓ ସ୍ଥାନୀୟ ଲୋକେ ପିଛା କରି ଜଣକୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ସେପଟେ ବାଲିଗୁଡ଼ା ପୋଲିସ ତଦନ୍ତ ଅବ୍ୟାହତ ରଖି ଅନ୍ୟ ଦୁଇଜଣ ଦୁର୍ବୃତ୍ତଙ୍କୁ ନିକଟସ୍ଥ ଜଙ୍ଗଲରେ ଖୋଜୁଥିବା ବେଳେ ଅଧିକ ତଥ୍ୟ ହାସଲ ପାଇଁ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri