ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…

କଟକ,୧ା୧୦: ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ। ପାର୍ବଣ ସମେତ ଆଇନଶୃଙ୍ଖଳା ନେଇ ଆଲୋଚନା କରିଛନ୍ତି। ଏହି ସମୟରେ ଗାଦିମଡ଼ା ପୋଲିସ ଅଧିକାରୀଙ୍କୁ ସେ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ପରଫରମାନ୍ସ ହେଉଛି ଆଧାର, ନ କରିପାରିଲେ ଆକ୍ସନ ନିଆଯିବ। ଏଥିସହିତ ଦୀର୍ଘଦୀନରୁ ଥିବା ଅଧିକାରୀଙ୍କ ତଥ୍ୟ ନେବି ବୋଲି କହିଛନ୍ତି ସିପି। ସେ କହିଛନ୍ତି, ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଉପରେ ଗୁରୁତ୍ୱ ଦିଆଯିବ। ନ୍ୟାୟ ସହ ଥାନାରେ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ସିପି କହିଛନ୍ତି। ସେ କହିଛନ୍ତି, ଅଭିଯୋଗକାରୀ ଥାନାର ଅତିଥି, ଉତ୍ତମ ବ୍ୟବହାର କର। ଦିନ ହେଉ କି ରାତି ତୁରନ୍ତ ଅଭିଯୋଗ ଶୁଣିବାକୁ କମିଶନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଦଶହରା ପୂର୍ବରୁ ବଡ଼ଧରଣର ଅଦଳବଦଳ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ସ୍ତରରେ ଅଦଳବଦଳ କରାଯାଇଛି। କଟକ-ଭୁବନେଶ୍ବର ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ଏଡିଜି ଟ୍ରେନିଂ ଏବଂ ବିପିଏସ୍‌ପିଏ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି କଟକ-ଭୁବନେଶ୍ବର ପୋଲିସ କମିଶନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ଦିଆଯାଇଛି।

୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ନୂତନ କମିଶନର ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାର୍ଡ ଅଫ ଅନର ପ୍ରଦାନ ପରେ ପୂର୍ବତନ କମିଶନର ସଞ୍ଜୀବ ପଣ୍ଡା ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଦେବଦତ୍ତ ସିଂ କହିଛନ୍ତି, ପୋଲିସ ଏକ ସାଙ୍ଗେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ । ଅପରାଧୀଙ୍କ ପ୍ରତି କଠୋର ଓ ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବ । ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ରହିବ । ଆଇନ ପରିସରରେ ରହି ଯଥାସମ୍ଭବ ନ୍ୟାୟ ଦିଆଯିବ। ପୂର୍ବରୁ ଏଡିଜି ଅପରେଶନ ରହି ସାରିଥିବା ସୁରେଶ ଦେବଦତ୍ତଙ୍କର ଦୀର୍ଘବର୍ଷର ଅଭିଜ୍ଞତା ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri