ଏସ୍‌ପିଙ୍କୁ ଭେଟି ଆତ୍ମାହୂତି ଚେତାବନୀ

ଭଦ୍ରକ,୩୦।୬(ସନାତନ ରାଉତ): ୩ ମାସ ଧରି ତିହିଡ଼ି ଥାନା ହାଟୁଆରୀ ଗ୍ରାମର ଭଗବାନ ଦାସ ଘରେ ନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ୩ଟି ଥାନାରେ ୫ ମାମଲା ରୁଜୁ କରାଯାଇଥିବା ତାଙ୍କ ସ୍ତ୍ରୀ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତିହିଡ଼ି ଥାନାର ଜଣେ କନଷ୍ଟେବଲଙ୍କ ଚାପରେ ଏହି ମାମଲା ରୁଜୁ ହୋଇଥିବା ସେ କହିଛନ୍ତି। ଏପରିକି ଶହେରୁ ଅଧିକ ମାମଲା ରୁଜୁ ହେବ ବୋଲି ସେ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତାଙ୍କୁ ଓ ତାଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ତିହିଡ଼ି ଥାନା ସମ୍ମୁଖରେ ଆମତ୍ହୂତି ଦେବାକୁ ଭଗବାନଙ୍କ ସ୍ତ୍ରୀ ଗଜଲକ୍ଷ୍ମୀ ଦାସ ଚେତାବନୀ ଦେଇଛନ୍ତି।
ଗଜଲକ୍ଷ୍ମୀଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ବାମୀ ଛୋଟ ଗାଡ଼ି କରି ବାଲି, ଇଟା ବୋହି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଉକ୍ତ କନଷ୍ଟେବଲ ପ୍ରତ୍ୟେକ ମାସ ତାଙ୍କୁ ଡରାଇ ଧମକାଇ ବଟି ଆଦାୟ କରିଥାନ୍ତି। ବ୍ୟବସାୟ ଠିକ ଭାବରେ ନ ଚାଲିବାରୁ ସେ ଆଉ ବଟି ଦେଇ ନ ପାରି ତାଙ୍କ ଭୟରେ ଅନ୍ୟତ୍ର ରହୁଛନ୍ତି। ଏଥିରେ ଆକ୍ରୋଶ ରଖି ଯେଉଁ ଚୋରା କୋଇଲା ଚାଲାଣ ଗାଡ଼ି ଧରାପଡ଼ୁଛି, ସେଥିରେ ତାଙ୍କ ସ୍ବାମୀଙ୍କ ନାମକୁ ଯୋଡ଼ା ଯାଉଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଧାମରାରୁ ପରିବହନ ହେଉଥିବା ଚୋରା କୋଇଲା କାରବାରରେ ଉକ୍ତ କନଷ୍ଟେବଲ ଜଣକ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି। ତାଙ୍କର ୪ଟି ବେନାମୀ ପିକଅପ୍‌ ଭ୍ୟାନ ଚୋରା କୋଇଲା କାରବାର କରିବା ସହ ନିଜ ସୁଇଫ୍ଟ ଡିଜାୟାର କାର୍‌ ଯୋଗେ ଚୋରା କୋଇଲା ଗାଡ଼ି ଗୁଡ଼ିକୁ ସୁରକ୍ଷା ଦେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସେଥିମଧ୍ୟରୁ ନିଜେ ଗଜଲକ୍ଷ୍ମୀ ଏକ ଚୋରା କୋଇଲା ବୋଝେଇ ଗାଡ଼ି(ଓଡି ୨୨ୟୁ ୯୩୧୬)କୁ ଧରି ତିହିଡ଼ି ପୋଲିସ ଜିମା ଦେଇଥିଲେ। ଯାହାକି ଏବେ ତିହିଡ଼ି ଥାନାରେ ଅଟକ ରହିଛି। ତାଙ୍କ ପରିବାରକୁ ସୁରକ୍ଷା ଦେବା ସହ କନେଷ୍ଟବଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଜଲକ୍ଷ୍ମୀ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ, ପୂର୍ବରୁ କୋଇଲା ଚୋରା କାରବାରରେ ସମ୍ପୃକ୍ତି ନେଇ ତିହିଡ଼ି ଥାନାର ଜଣେ କନଷ୍ଟେବଲ ଗତ କିଛିଦିନ ତଳେ ଚାକିରିରୁ ନିଲମ୍ବିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri