ମନଇଚ୍ଛା ଧରି ପାରିବେନି ସାପ

ଭୁବନେଶ୍ୱର,୧୦।୮(ଅନିଲ ଦାସ)ରାଜ୍ୟରେ ସାପ କାମୁଡ଼ାରେ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଯାଉଛି। ସାପଗୁଡ଼ିକ ଜନବସତିକୁ ପଶି ଆସୁଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଗତ କିଛିଦିନ ହେବ ରାଜ୍ୟରେ ସାପ ଆତଙ୍କ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସାପ ଧରିବା ଓ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ସାପଧରାଳିମାନଙ୍କୁ ଏଥିପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରୁ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ-୧୯୭୨ର ସେକ୍ସନ-୧୧ ଅନୁଯାୟୀ ତାଲିମ ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ସେମାନଙ୍କ ପାଇଁ ୨ ଦିନିଆ ତାଲିମକୁ ବାଧ୍ୟତାମୂଳକ କରାଯାଇଛି। ଏହି ସାର୍ଟିଫିକେଟ ୫ ବର୍ଷ ପାଇଁ ବୈଧ ରହିବ। ତାଲିମ ପରେ ଡିଏଫ୍‌ଓ ସାର୍ଟିଫିକେଟ ପ୍ରଦାନ କରିବେ। ଯଦି କୌଣସି ତାଲିମପ୍ରାପ୍ତ ସାପଧରାଳି ବେଆଇନ କାର୍ଯ୍ୟରେ ଲିପ୍ତ ରହିବେ ତେବେ ତାଙ୍କ ସାର୍ଟିଫିକେଟକୁ ରଦ୍ଦକରି ଦିଆଯିବ। ସରକାରୀ ସ୍ବୀକୃତିପ୍ରାପ୍ତ ସାପଧରାଳିଙ୍କ ନାମ ଜଙ୍ଗଲ ବିଭାଗ ଓ୍ବେବ୍‌ସାଇଟରେ ପ୍ରକାଶ କରାଯିବ। ଏଥିସହିତ ବିଭିନ୍ନ ଜିଲା ଓ ପୌରାଞ୍ଚଳରେ ମଧ୍ୟ ଏ ନେଇ ସୂଚନା ପ୍ରଦାନ କରାଯିବ। ତାଲିମପ୍ରାପ୍ତ ସାପଧରାଳି ବିଭିନ୍ନ ଅଞ୍ଚଳରୁ ଆସୁଥିବା ପ୍ରକୃତ କଲ୍‌ଗୁଡ଼ିକୁ ଗ୍ରହଣ କରି ସାପ ଧରିବାରେ ସହାୟତା କରିବେ। ଯେଉଁଠୁ କଲ୍‌ ଆସିବ ସାପ କାମୁଡ଼ିବା କିମ୍ବା ଏଥିଯୋଗୁ ମୃତ୍ୟୁ ବିଷୟରେ ସାପଧରାଳି ସେମାନଙ୍କୁ ସରକ୍ଷା ସମ୍ପର୍କରେ କି ପଦକ୍ଷେପ ନେବେ ତାହା ଜଣାଇବେ। ଯଦି ସାପ କାହାର କ୍ଷତି କରି ନ ଥିବ ତେବେ ତାକୁ ଧରିବାକୁ ଉଦ୍ୟମ ନ କରିବାକୁ କୁହାଯାଇଛି। ଯଦି ସାପ ପ୍ରାକୃତିକ ଆବାସସ୍ଥଳୀରେ ରହିଛି ତେବେ ତାକୁ ହଇରାଣ ନ କରିବାକୁ ପରାମର୍ଶ ଦିଆଯାଇଛି। ସାପକୁ କେଉଁଠି ଛଡ଼ାଯିବ ଓ ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ଦାୟିତ୍ୱ କ’ଣ ରହିବ ସେ ନେଇ ଗାଇଡ୍‌ଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ବିଭାଗରୁ ସାର୍ଟିଫିକେଟ ପାଇଥିବା ସାପଧରାଳିଙ୍କ ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ) ପକ୍ଷରୁ ଦିଆଯାଉଥିବା ଗ୍ରୁପ୍‌ ଇନ୍‌ସ୍ୟୁରାନ୍ସରେ ସାମିଲ କରାଯିବ। ସାପ ଧରିବା ପାଇଁ ଓସ୍‌ଡମା ପକ୍ଷରୁ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ବର୍ଷରେ ରାଜ୍ୟରେ ୬୩୫୧ ସାପ କାମୁଡ଼ା ଘଟଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁଟୁନି ବିବାଦ ନାଣ୍ଡୁଙ୍କ ନାଁରେ ଏତଲା ପରେ ଏତଲା

ଭୁବନେଶ୍ୱର,୭।୨: ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ । କଳାକାରଙ୍କୁ ନିର୍ଯାତନା ଦେଉଥିବା…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

୩ଶହ ଗ୍ରାମ ଚୋରି ସୁନା ଜବତ କଲା ଗଜପତି ପୋଲିସ, ଆଲମାରୀ ଭାଙ୍ଗି….

ଗଜପତି,୭।୨(ଗିରିଧାରୀ ପରିଛା): ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା…

ଶ୍ରୀଲଙ୍କା ମୁହଁ ଖୋଲିବାରୁ ସରକାରଙ୍କ ସହ ପୁଣି କଥା ହେବ PCB, ଭାରତ ସହ ଖେଳିବାକୁ ନେଇ ନେବ ପରାମର୍ଶ

ନୂଆଦିଲ୍ଲୀ,୭।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହୋଇଛି। ତଥାପି, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଚର୍ଚ୍ଚା ଖେଳାଳି କିମ୍ବା ଖେଳ ଉପରେ…

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri