ବଙ୍ଗୋପସାଗରରେ ଆସୁଛି ଭୟଙ୍କର ବାତ୍ୟା! ଉପକୂଳରେ ରଚିବ ତାଣ୍ଡବ, ଜଣାପଡିଲା…

ଭୁବନେଶ୍ୱର, ୧୩।୯: ଆସୁଛି ବଡ଼ ବାତ୍ୟା! ପ୍ରଶାନ୍ତ ମହାସାଗରରେ ଲା ନିନା ପ୍ରଭାବରେ ବାତ୍ୟା ସମ୍ଭାବନା ସୃଷ୍ଟି କରୁଛିି, ଯାହା ଓଡ଼ିଶା ପାଇଁ ଏକ ବଡ଼ ବାତ୍ୟା ଆଶଙ୍କାର ସୂଚନା ଦେଉଛି। ଏହା ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବଡ଼ବାତ୍ୟ ସୃଷ୍ଟି ହୋଇପାରେ, ଯାହା ଓଡ଼ିଶାର ଉପକୂଳାଞ୍ଚଳକୁ ପ୍ରଭାବିତ କରିପାରେ। ଏସିଆ-ପ୍ରଶାନ୍ତ ଜଳବାୟୁ କେନ୍ଦ୍ର (ଏପିସିସି)ର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବରରୁ ଲା ନିନା ଆରମ୍ଭ ହେବାର ସମ୍ଭାବନା ୫୦-୬୦ ପ୍ରତିଶତରୁ ଅଧିକ।

ଲା ନିନା ହେଉଛି ଏକ ଜଳବାୟୁ ଘଟଣା, ଯେଉଁଥିରେ ପ୍ରଶାନ୍ତ ମହାସାଗରର ପୂର୍ବ ଭାଗରେ ସମୁଦ୍ର ସାରଫେସ ତାପମାନ (ଏସଏସ୍ଟି) ସାଧାରଣରୁ କମ ହୁଏ, ଯାହା ବଙ୍ଗୋପସାଗରରେ ଚକ୍ରବାତର ତୀବ୍ରତାକୁ ବଢ଼ାଇଥାଏ। ଭାରତୀୟ ମୌସମୀ ବିଭାଗ (ଆଇଏମ୍ଡି)ର ଅନୁସାରେ, ଲା ନିନା ସମୟରେ ବାତ୍ୟାଗୁଡ଼ିକ ଅଧିକ ତୀବ୍ର ହୋଇ ଉଠନ୍ତି ଏବଂ ନେଗେଟିଭ ଇଣ୍ଡିୟାନ ଅଙ୍ଗୁଳା ଡାଇପୋଲ (ଆଇଓଡି) ସହିତ ମିଶି ଓଡ଼ିଶାରେ ବାତ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ଏହା ସହ ସମୁଦ୍ର ସାରଫେସ ତାପମାନ ଅକ୍ଟୋବର ପର୍ଯ୍ୟନ୍ତ ସାଧାରଣରୁ ଅଧିକ ରହିବାର ଆଶଙ୍କା ରହିଛି।

ପୂର୍ବରୁ ଦେଖଶଯାଇଛି ଯେ, ଲା ନିନା ବର୍ଷଗୁଡ଼ିକରେ ଓଡ଼ିଶା ଅନେକ ଗୁରୁତର ବଡ଼ ବାତ୍ୟାର ଶିକାର ହୋଇଛି। ଉଦାହରଣ ସୱରୂପ, ୧୯୯୯ ମସିହାରେ ଲା ନିନା ପ୍ରଭାବରେ ଓଡ଼ିଶାରେ ଦୁଇଟି ବଡ଼ ବାତ୍ୟା ତାଣ୍ଡବ ରଚିଛି। ଯେଉଁଥିରେ ସୁପର୍‌ ସାଇକ୍ଲୋନ ସମେତ ୧୦,୦୦୦ରୁ ଅଧିକ ଲୋକଙ୍କର ଜୀବନହାନି ହୋଇଥିଲା। ଏହାପରେ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଲା ନିନା ସମୟରେ ଫନୀ ଭଳି ଚକ୍ରବାତ୍ୟଗୁଡ଼ିକ ଓଡ଼ିଶାରେ ଭୟଙ୍କର ବିପର୍ଯ୍ୟୟ କରିଛି।

ପାଣିପାଗ ବିଶେଷଜ୍ଞମାନଙ୍କ ଅନୁଯାୟୀ, ଲା ନିନା ପ୍ରଭାବରେ ବଙ୍ଗୋପସାଗରରେ ଚକ୍ରବାତ୍ୟର ସଂଖ୍ୟା ବଢ଼ିଯାଏ ଏବଂ ସେମାନେ ଭାରତର ପୂର୍ବ ଉପକୂଳ, ବିଶେଷତଃ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ମୁହାଁଇଥାନ୍ତି। ୧୯୯୩ରୁ ୨୦୧୦ ପର୍ଯ୍ୟନ୍ତର ଅଧ୍ୟୟନରୁ ପ୍ରମାଣିତ ଯେ, ଲା ନିନା ସମୟରେ ୨୦ଟି ଚକ୍ରବାତ୍ୟ ସୃଷ୍ଟି ହୋଇଥିଲା, ଯାହାରେ ୧୦ଟି ଅତ୍ୟନ୍ତ ପ୍ରଳୟଙ୍କରୀ ଥିଲା। ଏହା ସହ ନେଗେଟିଭ ଆଇଓଡି ମିଶି ବର୍ଷାର ପ୍ରମାଣକୁ ବଢ଼ାଇଥାଏ, ଯାହା ଚକ୍ରବାତ୍ୟରେ ପରିଣତ ହୋଇପାରେ।

Share