ଭୁବନେଶ୍ୱର, ୧୩।୮ (ଅନୁରାଧା ମହାରଣା): ଆସାମ ସଂସ୍କୃତି ବିଭାଗ ସହଯୋଗରେ ବୀର ଲଚିତ୍ ବୋରଫୁକାନଙ୍କ ଜୀବନୀ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଦୂରଦର୍ଶନର ଡାଇରେକ୍ଟର ଜେନେରାଲ କାଞ୍ଚନ ପ୍ରସାଦଙ୍କ ଉପସ୍ଥିତିରେ ଆସାମ ସରକାର ଏବଂ ପ୍ରସାର ଭାରତୀ ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶଶର୍ମା କହିଛନ୍ତି ଯେ, ଆସାମବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଖୁସି ଖବର। ପ୍ରଥମ ଥର ପାଇଁ ମହାନ ଯୋଦ୍ଧା ବୀର ଲଚିତ୍ ବୋରଫୁକାନଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସ୍ତୁତ ହେବ। ଏହି ସିରିଜ୍ରେ ୫୨ ଏପିସୋଡ ରହିବାକୁ ଥିବାବେଳେ ଏହା ଉଭୟ ଆସାମ ସରକାର ଏବଂ ପ୍ରସାର ଭାରତୀ ଦ୍ୱାରା ପ୍ରସ୍ତୁତ ହେବ। ଡକ୍ୟୁମେଣ୍ଟାରୀ ବିଷୟରେ ଆଲୋଚନା କରି କାଞ୍ଚନ ପ୍ରସାଦ କହିଛନ୍ତି ଯେ, ଆସାମ ସରକାରଙ୍କ ସହ ସହଯୋଗ କରିବା ଦୂରଦର୍ଶନ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସମାବେଶକୁ ସମ୍ବୋଧିତ କରି ମୁଖ୍ୟ ସଚିବ ବି କଲ୍ୟାଣ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଏହି ଡକ୍ୟୁମେଣ୍ଟାରୀ ସିରିଜରେ ଆସାମର ଗୌରବମୟ ଇତିହାସ ଚିତ୍ରିତ ହେବ ଏବଂ ଏହା ଉଭୟ ଆସାମ ସରକାର ଏବଂ ପ୍ରସାର ଭାରତୀଙ୍କ ମିଳିତ ଉଦ୍ୟମ ହେବ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ରବି କୋଟା ଏବଂ ମନ୍ତ୍ରୀ ବିମଲ ବୋରା ମଧ୍ୟ ଉପସ୍ଥିତ ଥିଲେ। ଦୂରଦର୍ଶନର ଡେପୁଟି ଡାଇରେକ୍ଟର ଜେନେରାଲ ଅମିତ କୁମାର କହିଛନ୍ତି ଯେ, ଏହି ସିରିଜ୍ ହିନ୍ଦୀ ଏବଂ ଆସାମ ଭାଷାରେ ହେବ ଏବଂ ପରେ ଏହାକୁ ଅନ୍ୟ ଭାଷାରେ ପ୍ରସ୍ତୁତ କରାଯିବ। ପ୍ରସ୍ତାବିତ ଓଟିଟି ପ୍ଲାଟଫର୍ମ ସହିତ ଡକ୍ୟୁମେଣ୍ଟାରୀ ଡିଡି ନ୍ୟାଶନାଲ ଏବଂ ଡିଡି ଆସାମରେ ପ୍ରସାରିତ ହେବ।
ଭୟଙ୍କର ଦୁର୍ଘଟଣା; ଟ୍ରକ୍-ବାଇକ୍ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର
ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍-ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…
କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….
କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…
ରଣଜୀ ଟିମ୍ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ
ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…
ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ
ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…
ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା
ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…
ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା
ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…
୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍
୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

