ଅନୁଗୋଳ,୧୨।୧୦: କୁହାଯାଏ ଯେତେବେଳେ ଦର୍ଶକ କୌଣସି ନାଟକକୁ ପସନ୍ଦ କରନ୍ତି ସେମାନେ ତାଳି ମାରନ୍ତି। ଅନ୍ୟପକ୍ଷେ ବେଳେ ବେଳେ ଅଭିନୟ ଯାଦୁ ଏମିତି ଥାଏ ଏକ ମିଛ କାଳ୍ପନିକ ଘଟଣାକୁ ସତ ମାନିନେଇ ଅଭିନେତା ଅଭିନେତ୍ରୀଙ୍କୁ ଗାଳି ଦିଅନ୍ତି । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଗାଁରେ ।
ଯାତ୍ରାର ଏକ ସିନ୍ରେ ମା’ ପୁଅଙ୍କ ଏଭଳି ଅଭିନୟ ଦେଖିବାକୁ ମିଳିଛି ଯାହାକୁ ସତ ମାନିନେଇ ଦର୍ଶକ ବୋତଲ ମାଡ଼ କରିବାକୁ ପଛାଇ ନାହାନ୍ତି।
ମା’ ପୁଅଙ୍କର ଅଭିନୟ ଏତେ ମର୍ମସ୍ପର୍ଶୀ ଥିଲା ଯେ, ଦର୍ଶକ କୋହ ରୋକି ନ ପାରି ନାୟକଙ୍କ ଉପରକୁ ବୋତଲ ଫିଙ୍ଗିଥିଲେ । ସେମାନେ ମଞ୍ଚ ଅଭିନୟକୁ ସତ ଭାବି ନେଇ ନାୟକଙ୍କ ଉପରେ ରାଗି ଯାଇଥିଲେ। କିଆକଟା ଗାଁରେ ଲକ୍ଷ୍ମୀ ପୂଜା ଅବସରରେ ନାଟକ ଅଧା ରାତିର ସାଥୀ ମଞ୍ଚସ୍ଥ ହେଉଥିଲା । ଏକ ଦୃଶ୍ୟରେ ନାୟକ ପ୍ରରୋଚିତ ହୋଇ ନିଜ ମା’ଙ୍କୁ ବୃଦ୍ଧାଶ୍ରମକୁ ଟାଣିଟାଣି ନେଉଥିଲେ । ଏହି ଅଭିନୟରେ ବିଭୋର ହୋଇ ଏହାକୁ ସତ ମାନିନେଇଥିଲେ ଦର୍ଶକ । ରାଗରେ ନାୟକଙ୍କ ଉପରକୁ ବୋତଲ ଫିଙ୍ଗିବାକୁ ବି ପଛାଇନଥିଲେ । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Dharitri – Odisha’s No.1, Most Trusted Odia Daily