ଟ୍ରେନ୍‌ରେ କଟିଗଲେ ବ୍ୟକ୍ତି, ଟ୍ରାକ୍‌ରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତଦେହ

ପାରଳାଖେମୁଣ୍ଡି,୨ା୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଟ୍ରାକ୍‌ରେ କଟି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରେଳଷ୍ଟେଶନ ନିକଟରେ ପଡ଼ି ରହିଛି ମୃତଦେହ, ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ। ବିଶାଖାପାଟଣା ଗୁଣୁପୁର ପାସେଞ୍ଜର ଟ୍ରେନ୍‌ରେ ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣା ଘଟିବାର ଏକ ଘଣ୍ଟା ବିତିଯିବା ପରେ ସୁଦ୍ଧା ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ବେଳେ ମୃତ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ପ୍ରାଥମିକ ସ୍ତରରେ ଅନୁମାନ କରାଯାଉଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ।

Share