ପ୍ରାପ୍ୟ ନ ପାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କ୍ୟାନସର ପୀଡ଼ିତ ରୋଗୀ

ନିଶ୍ଚିନ୍ତକୋଇଲି,୧୨ା୨(ଅଶୋକ ମହାପାତ୍ର): କ୍ୟାନ୍ସରରେ ପୀଡ଼ିତ ଶଯ୍ୟାଶାୟୀ ଜଣେ ବ୍ୟକ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏପରିକି ଡାକ୍ତର ମଧ୍ୟ ତାଙ୍କୁ ୬ ମାସ ସମୟ ଦେଇ ଥିବା ସୂଚନା ମିଳିଛି। ସୂଚନା ମୁତାବକ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଅଞ୍ଚଳର ସୁବାସ ଲେଙ୍କା ୫୧ବର୍ଷ ସରକାରୀ ଠିକାଦାରୀ ଭାବେ ଛୋଟ ମୋଟ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସରକାର ବଦଳିବା ପରେ ସମସ୍ତ କାମ ଠପ୍‌ ହୋଇଯାଇଥିଲା। ଏବେ କିନ୍ତୁ ବ୍ରେନ କ୍ୟାନ୍ସରରେ ପୀଡ଼ିତ ହୋଇ ୪ ମାସ ଧରି ଶଯ୍ୟାଶାୟୀ ହୋଇଛନ୍ତି । ଅତି ଗରିବ ହୋଇ ଥିବା ବେଳେ ସ୍ତ୍ରୀ ଓ ଏକ ମାତ୍ର ୧୧ବର୍ଷର ପୁଅକୁ ନେଇ ସଂସାର ଚଳାଇବା କଷ୍ଟକର ହୋଇପଡ଼ିଛି । ଗୋଟେ ପଟେ କରଜ କରି ଟଙ୍କା ଆଣି କରି କାମ କରିଥିବା ବେଳେ ଅନ୍ୟପଟେ କ୍ୟାନ୍ସର ରୋଗ ଯେମିତି ପରିବାର ର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ନେମାଳ କମ୍ୟୁନିଟି ସେଣ୍ଟର ନାମରେ ଏକ ୪ ଲକ୍ଷ ଟଙ୍କା କାର୍ଯ୍ୟ କରି ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ତାଙ୍କ କାମର ପ୍ରାପ୍ୟ ମିଳି ପାରୁନାହିଁ । ବରଂ ବ୍ଲକ ପ୍ରଶାସନ ତାଙ୍କୁ ବିଭିନ୍ନ ଆଳ ଦେଖାଇ ବିଲ୍‌ଟିକୁ ବନ୍ଦ କରି ରଖିଛନ୍ତ। ନିଜର ପ୍ରାପ୍ୟ ଅର୍ଥ ପାଇଲେ ଚିକିତ୍ସା କରି ଆଉ କିଛି ଦିନ ବଞ୍ଚି ପାରନ୍ତେ କିନ୍ତୁ ପ୍ରଶାସନ ତାଙ୍କୁ ହଇରାଣ କରିଚାଲିଛି। ଅନ୍ୟପଟେ ନିରୁପାୟ ହୋଇ ଆଜି ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ଶୋଇ ରହି ଧାରଣା ଦେଇଥିଲେ। ହେଲେ ଅନ୍ୟପଟେ ବିଡିଓ ଓ ମାହାଙ୍ଗା ବିଧାୟକ ତଦନ୍ତ କରି ତୁରନ୍ତ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri