Posted inଜାତୀୟ

ପ୍ରେମ ପାଇଁ ସୀମା ପାର୍‌ ହୋଇ ଭାରତ ଆସିଲେ ପାକିସ୍ତାନୀ ମହିଳା

ଜୟପୁର, ୩୦।୭:ପୁଣି ଥରେ ଏକ ସୀମା ପାର୍‌ ପ୍ରେମକାହାଣୀ ଦେଖିବାକୁ ମିଳିଛି। ମେହବିଶ୍‌ ନାମ୍ନୀ ଜଣେ ୩୩ ବର୍ଷୀୟା ପାକିସ୍ତାନୀ ମହିଳା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାକୁ ପାର୍‌ ହୋଇ ରାଜସ୍ଥାନର ବିକାନେର ନିବାସୀ ରେହମାନଙ୍କୁ ଭେଟିବାକୁ ଆସିଛନ୍ତି। ଦୁହେଁ ଗତ କିଛିବର୍ଷ ଧରି ସୋସିଆଲ ମିଡିଆରେ ପରସ୍ପରକୁ ଭଲପାଇ ଆସୁଥିଲେ। ପାକିସ୍ତାନର ଇସ୍‌ଲାମାବାଦରେ ରହୁଥିବା ମେହବିଶ୍‌ ୨୦୦୬ରେ ଲାହୋରର ବାଦାମୀବାଘ୍‌ସ୍ଥିତ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୨ଟି ପୁଅ ମଧ୍ୟ ରହିଛନ୍ତି। ୧୨ ବର୍ଷ ଧରି ଦାମ୍ପତ୍ୟ ଜୀବନ ବିତାଇବା ପରେ ୨୦୧୮ରେ ମେହବିଶ୍‌ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ପରେ କିଛିଦିନ ଏକାନ୍ତ ଜୀବନ ବିତାଇବା ପରେ ମେହବିଶ୍‌ କୁଏଟ୍‌ରେ ଟ୍ରାନ୍ସପୋର୍ଟର କାର୍ଯ୍ୟରତ ରେହମାନ ନାମକ ଜଣେ ଭାରତୀୟ ଯୁବକଙ୍କ ସହ
ସୋସିଆଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ଏହି ବନ୍ଧୁତ୍ୱ ଧୀରେ ଧୀରେ ଭଲପାଇବାରେ ପରିଣତ ହୋଇଥିଲା। ୨୦୨୨ ମାର୍ଚ୍ଚ ୧୩ରେ ରେହମାନଙ୍କୁ ପ୍ରଥମଥର ପାଇଁ ମେହବିଶ୍‌ ବିବାହ ନିବେଦନ କରିଥିଲେ। ଏହାର ୩ ଦିନ ପରେ ଦୁହେଁ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ବିବାହ କରିଥିଲେ। ପରେ ୨୦୨୩ରେ ଏହି ଯୋଡ଼ି ଆନୁଷ୍ଠାନିକ ଭାବେ ସାଉଦି ଆରବର ମକ୍କାସ୍ଥିତ ଉମ୍ରା ଅଞ୍ଚଳରେ ବିବାହ କରିଥିଲେ। ରିପୋର୍ଟ ଅନୁଯାୟୀ, ମେହବିଶ୍‌ ରବିବାର ଓ୍ବାଘା ବର୍ଡର ଦେଇ ଭାରତ ଆସିଛନ୍ତି। ଭାରତ ଆସିବା ପାଇଁ ତାଙ୍କୁ ପାକିସ୍ତାନ ସରକାରଙ୍କ ଦ୍ୱାରା ୪୫ ଦିନିଆ ଟୁରିଷ୍ଟ ଭିଜା ମିଳିଛି। ସୀମାରେ ଉଭୟ ପାକିସ୍ତାନ ଓ ଭାରତ ସରକାରଙ୍କ ଦ୍ୱାରା ତାଙ୍କ ଡକ୍ୟୁମେଣ୍ଟଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ସେ ଓ୍ବାଘା ବର୍ଡରରୁ ରାଜସ୍ଥାନର ଚୁରୁସ୍ଥିତ ରେହମାନଙ୍କ ପୈତୃକ ଗ୍ରାମକୁ ଯାଇ ସେଠାରେ ନିଜ ଶ୍ୱଶୁର ଘର ପରିବାର ସଦସ୍ୟଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri