Posted inଜାତୀୟ

ହନିମୁନ ମର୍ଡର ମିଷ୍ଟ୍ରିରେ ଆସିଲା ନୂଆ ଟୁଇଷ୍ଟ, ରାଜ କୁଶଓ୍ବାହଙ୍କ ମା’ କହୁକହୁ କହିଦେଲେ ଏମିତି କଥା, ସମସ୍ତେ ଆଶ୍ଚର୍ଯ୍ୟ…

ଇନ୍ଦୋର,୧୦।୬: ଇନ୍ଦୋରରୁ ମେଘାଳୟକୁ ହନିମୁନ କରିବାକୁ ଯାଇଥିବା ରାଜା ରଘୁବଂଶୀଙ୍କ ମୃତ୍ୟୁର ସନ୍ଦେହର ଖିଅ ସୋନମ ରଘୁବଂଶୀ ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହାଙ୍କ ଉପରେ ଘୂରୁଛି। ପୋଲିସ ଉଭୟଙ୍କୁ ଗିରଫ କରିଛି। ଏବେ ରାଜ କୁଶୱାହାଙ୍କ ବିଧବା ମାଆ ଏବଂ ଭଉଣୀ କାନ୍ଦି କାନ୍ଦି ବେହାଲ ହୋଇଯାଇଛନ୍ତି। ରାଜଙ୍କ ପରିବାର ତାଙ୍କୁ ନିର୍ଦ୍ଦୋଷ କହୁଛନ୍ତି।
ରାଜ କୁଶୱାହାଙ୍କ ପରିବାର ଉତ୍ତର ପ୍ରଦେଶର। ରାଜଙ୍କ ବାପାଙ୍କର ମୃତ୍ୟୁ କରୋନା ସମୟରେ ହୋଇଥିଲା, ଯାହା ପରେ ପରିବାର ପୋଷଣର ଦାୟିତ୍ୱ ରାଜଙ୍କ କାନ୍ଧରେ ପଡ଼ିଥିଲା। ରାଜ କୁଶୱାହା ଇନ୍ଦୋରରେ ସୋନମଙ୍କ ଭାଇଙ୍କ ପ୍ଲାଇଉଡ କାରଖାନାରେ କାମ କରୁଥିଲେ।
ରାଜ କୁଶୱାହାଙ୍କ ମାଆ କୁହନ୍ତି, ‘ମୋ ପୁଅ କେବେ ଏପରି କାମ କରିପାରିବ ନାହିଁ। ମୋ ପିଲା ତିନି ଦିନ ହେଲାଣି ବାହାରକୁ ଯାଇଛି, ସେବେଠାରୁ ଆମେ ପାଣି ପିଇନାହୁଁ। ମୋ ସାନ ଝିଅ ବାରମ୍ବାର ବେହୋସ ହୋଇ ପଡୁଛି। ମୋ ପୁଅ ବହୁତ ଦାୟୀତ୍ୱବାନ ଥିଲା। ତା’ ବ୍ୟତୀତ ଆମ ସାମ୍ନାରେ ଆଉ କେହି ନାହାନ୍ତି।’
ସୋନମଙ୍କ ସହ ସମ୍ପର୍କ ବିଷୟରେ ରାଜଙ୍କ ମାଆ କହିଛନ୍ତି-
ସେ ସୋନମଙ୍କ ଭାଇଙ୍କ କାରଖାନାରେ କାମ କରୁଥିଲେ। ସୋନମ ମଧ୍ୟ ସେଠାରେ କାମ କରୁଥିଲେ। କାମ ସମୟରେ କଥା ହେବାକୁ ପଡ଼ିଥାଏ। ମୋ ପୁଅକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି। ମୁଁ ସରକାରଙ୍କୁ ପ୍ରାର୍ଥନା କରୁଛି ଯେ ମୋ ପୁଅକୁ ନିର୍ଦ୍ଦୋଷ ପ୍ରମାଣିତ କରନ୍ତୁ, ସେ ଏହା କରିପାରିବ ନାହିଁ। ମୋ ପୁଅ ସୋନମଙ୍କୁ ଭଉଣୀ ବୋଲି କୁହେ।
ରାଜ କୁଶୱାହାଙ୍କ ଭଉଣୀ ମଧ୍ୟ କହିଛନ୍ତି ଯେ ତାଙ୍କ ଭାଇ ନିର୍ଦ୍ଦୋଷ। ରାଜଙ୍କ ଭଉଣୀ କୁହନ୍ତି, ‘ଭିକି ଏବଂ ରାଜ ଉଭୟ ମୋର ଭାଇ ଏବଂ ସେମାନେ କେବେବି ଏହା କରିପାରିବେ ନାହିଁ। ଉଭୟ ନିର୍ଦ୍ଦୋଷ। ଆପଣ ଅଫିସ ଲୋକଙ୍କୁ ପଚାରିବା ଉଚିତ ଯେ ସେମାନେ ପ୍ରତିଦିନ ଗୋଦାମକୁ ଯାଉଥିଲେ। ମୋ ଭାଇକୁ ଫସାଇ ଦିଆଯାଉଛି।’
ରାଜଙ୍କ ଭଉଣୀ କହିଲେ, ‘ରାଜ ଭାଇ ଗତକାଲି (୮ ଜୁନ) ପ୍ରାୟ ୬ଟାରେ ଘରକୁ ଆସିଥିଲେ। ସେ ଗାଧୋଇଥିଲେ ଏବଂ ନୂଆ ପୋଷାକ ଏବଂ ନୂଆ ଜୋତା ପିନ୍ଧିଥିଲେ। ମମି ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ ସେ ମନ୍ଦିର ଯାଉଛନ୍ତି। ରାତିରେ ମମି ତାଙ୍କୁ ଫୋନ କଲେ, ସେ କହିଲେ ଯେ ବହୁତ ଡେରି ହୋଇଗଲା ତେଣୁ ସେ ମନ୍ଦିରକୁ ଯାଇ ନଥିଲେ। ପୋଲିସ ଏଠାକୁ ଆସି ନଥିଲା। ପୋଲିସ ସମ୍ଭବତଃ ରାଜକୁ ଭିକିଙ୍କ ଘରୁ ଗିରଫ କରିଛି।’


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?