ବେଦାନ୍ତ ଆଲୁମିନିୟମର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ସମ୍ପ୍ରସାରଣ ଯୋଜନାରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ୩ ମିଲିୟନ ଟନ (ଏମ୍‌ଟିପିଏ)ର ଆଲୁମିନିୟମ ଉପତ୍ାଦନ କ୍ଷମତା ବିଶିଷ୍ଟ ଶ୍ରେଷ୍ଠ ୩ଟି ବିଶ୍ୱସ୍ତରୀୟ ସଂସ୍ଥାଙ୍କ ମଧ୍ୟରେ ରହିବା ଲାଗି ଚାଲିଥିବା ସମ୍ପ୍ରସାରଣ ପ୍ରୟାସ ମଧ୍ୟରେ ଏକ ପ୍ରମୁଖ ମାଇଲଖୁଣ୍ଟ ରୂପେ ଘୋଷଣା କରିଛି। ବିଶେଷକରି ୧୦୦% ଭୂଲମ୍ବ ଏକୀକରଣ ହାସଲ କରିବା ଦିଗରେ କମ୍ପାନୀ ଓଡ଼ିଶାର ଲାଞ୍ଜିଗଡ଼ଠାରେ ଥିବା ବିଶ୍ୱଶ୍ରେଣୀର ଆଲୁମିନା ରିଫାଇନେରିରେ ୧.୫ ଏମ୍‌ଟିପିଏ ବିସ୍ତାରର ସଫଳ ରୂପାୟନ କରିଛି। ଏହା ସହ ଆଲୁମିନା ରିଫାଇନେରିର ଉତ୍ପାଦନ କ୍ଷମତା ବର୍ତ୍ତମାନ ୨ ଏମ୍‌ଟିପିଏରୁ ୩.୫ ଏମ୍‌ଟିପିଏକୁ ବୃଦ୍ଧି ପାଇଛି। ଅପରପକ୍ଷରେ ୧.୫ ଏମ୍‌ଟିପିଏ କ୍ଷମତା ହେଉଛି, କମ୍ପାନୀର ନୂତନ ବିସ୍ତାରର ଏକ ଅଂଶ,ଯାହାକି ଲାଞ୍ଜିଗଡ଼ ରିଫାଇନେରିରେ ସାମଗ୍ରିକ କ୍ଷମତାକୁ ୨ରୁ ୫ଏମ୍‌ଟିପିଏକୁ ବୃଦ୍ଧି କରିବ ବୋଲି ଜଣାପଡିଛି। ସେହିଭଳି ବେଦାନ୍ତ ଆଲୁମିନିୟମ ଭାରତର ନିମ୍ନ ଅଙ୍ଗାରକାମ୍ଳ ‘ସବୁଜ’ ଆଲୁମିନିୟମ ପରିସର, ବ୍ରାଣ୍ଡେଡ୍‌ ରେସ୍ତେଁାରା ସମେତ ବିଶ୍ୱର ଉଚ୍ଚମାନର ଆଲୁମିନିୟମ ଉପତ୍ାଦଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏହି ଉପତ୍ାଦଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେସ୍‌, ପ୍ରତିରକ୍ଷା, ଭିତ୍ତିଭୂମି,ବିଦ୍ୟୁତ୍‌ ପ୍ରକଳ୍ପ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏପରିକି କମ୍ପାନୀ ଭାରତରେ ପ୍ରିମିୟର ସ୍ମେଲ୍‌ଟର ଗ୍ରେଡ୍‌ ଆଲୁମିନାର ବୃହତମ ଉପତ୍ାଦକ ମଧ୍ୟରୁ ଅନ୍ୟତମ ହୋଇଥିବାବେଳେ ଝାରସୁଗୁଡ଼ା ଓ ବାଲ୍‌କୋରେ କମ୍ପାନୀର କଞ୍ଚାମାଲ ପ୍ରସ୍ତୁତ ହୋଇଥାଏ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, କମ୍ପାନୀ ବିସ୍ତାରିତ କ୍ଷମତା ପରିଚାଳନା କରିବାକୁ ଯାଉଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର କଞ୍ଚାମାଲ ସୁରକ୍ଷାକୁ ମଜଭୁତ ସହ ଝାରସୁଗୁଡ଼ା ଓ ବାଲ୍‌କୋ ଆଲୁମିନିୟମ ସ୍ମେଲଟର ୟୁନିଟ୍‌ ପାଇଁ ମଧ୍ୟ ଖର୍ଚ୍ଚ ହ୍ରାସ କରିବ। ବିଶେଷକରି ଏହା ୧୦୦% ଭୂଲମ୍ବ ଏକୀକରଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଓ ଆମକୁ ଦୃଢ଼ ଭାବେ ବିଶ୍ୱ ଆଲୁମିନିୟମ ବଜାରରେ ସ୍ଥାନିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri