ଟାଟା ଷ୍ଟିଲ୍‌ର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ‘ଟାଟା ଷ୍ଟିଲ୍‌’କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଟାଟା ଷ୍ଟିଲ୍‌ର ଓଡ଼ିଶା ୟୁନିଟ୍‌ ଅନ୍ତର୍ଗତ କଟକ ଜିଲାର ଆଠଗଡ଼ସ୍ଥିତ ଫେରୋକ୍ରୋମ୍‌ କାରଖାନାର ଉଲ୍ଲେଖନୀୟ ସଫଳତା ସହ୍‌ ନୂତନ ମାଇଲଖୁଣ୍ଟ ହାସଲ କରିଛି।
ଉଲ୍ଲେଖଯୋଗ୍ୟ, ଟାଟା ଷ୍ଟିଲ୍‌ର ଆଠଗଡ଼ସ୍ଥିତ ଫେରୋକ୍ରୋମ୍‌ କାରଖାନାଠାରେ ଫେରୋକ୍ରୋମ୍‌ ନିର୍ମାଣରେ ବାୟୋ ମାସ୍‌ ବ୍ୟବହାରର ସଫଳ ପରୀକ୍ଷଣ ହୋଇଯାଇଛି। ଏପରିକି କମ୍ପାନିର ଫେରୋ ଆଲଏଜ୍‌ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ କାର୍ଯ୍ୟ କରୁଥିବା ଏହି କାରଖାନା ପାରମ୍ପରିକ କାର୍ବନ ଉତ୍ସର ଦୀର୍ଘସ୍ଥାୟୀ ବିକଳ୍ପ ଭାବେ ଏହି ପରୀକ୍ଷଣ କରିବାରେ ଭାରତର ପ୍ରଥମ କମ୍ପାନୀ ଭାବେ ଉଭା ହୋଇଛି। ଅପରପକ୍ଷରେ ଦୀର୍ଘସ୍ଥାୟୀ ଫେରୋକ୍ରୋମ ଉତ୍ପାଦନ ଏବଂ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ପରୀକ୍ଷଣରେ ଜୀବାଶ୍ମ ଇନ୍ଧନକୁ ଜୈବ ପଦାର୍ଥରୁ ପ୍ରାପ୍ତ ଏକ ଅକ୍ଷୟ ଶକ୍ତି ଉତ୍ସ ବାୟୋମାସ୍‌ ସହିତ ବଦଳାଇବାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ପଦକ୍ଷେପ ଦ୍ୱାରା ଫେରୋକ୍ରୋମ୍‌ (ବାୟୋମାସର ୫% ବ୍ୟବହାର) ୦.୦୮-ଟନ୍‌ ସିଓ୨ ନିର୍ଗମନ ହ୍ରାସ ପାଇବ ବୋଲି ଆଶା କରାଯାଉଛି, ଯାହା ଫେରୋକ୍ରୋମ୍‌ ପ୍ଲାଣ୍ଟରୁ ସମୁଦାୟ ସିଓ୨ ନିର୍ଗମନର ପ୍ରାୟ ୬% ବୋଲି କୁହାଯାଉଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ଫେରୋ ଆଲଏଜ୍‌ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି, ଏହି ପରୀକ୍ଷଣ ଦୀର୍ଘସ୍ଥାୟିତ୍ୱ ଦିଗରେ ଆମର ପ୍ରତିଶ୍ରୁତି ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ଆମ ପ୍ରୟାସର ଏକ ଅଂଶ । ଏପରିକି ବାୟୋମାସ୍‌ର ବ୍ୟବହାରକରି ଆମେ ଏକ ସ୍ବଚ୍ଛ, ଦୀର୍ଘସ୍ଥାୟୀ ଉତ୍ପାଦନ ପ୍ରକ୍ରିୟା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ,ଯାହା ଏକ ସବୁଜ ଭବିଷ୍ୟତ ତିଆରି କରିବାରେ ଯୋଗଦାନ କରିବ। ଏହି ପଦକ୍ଷେପ ମାଧ୍ୟମରେ ପାରମ୍ପରିକ ଇନ୍ଧନ ବଦଳରେ କାର୍ବନ ନ୍ୟୁଟ୍ରାଲ୍‌ ବାୟୋମାସ୍‌ ବ୍ୟବହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri