ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ କରି ଗ୍ରୀନ୍‌ଲାଣ୍ଡ୍‌ ଏବଂ ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ ଦି କଙ୍ଗୋ (ଡିଆର୍‌ସି)ରୁ ୟୁକ୍ରେନ୍‌ ପର୍ଯ୍ୟନ୍ତ, ରଣନୀତିକ ସମ୍ବଳଗୁଡ଼ିକ ପାଇଁ ପ୍ରତିଯୋଗିତା ବୈଶ୍ୱିକ କ୍ଷମତା ଗତିଶୀଳତା, ମେଣ୍ଟ ଏବଂ ସଂଘର୍ଷଗୁଡ଼ିକୁ ନୂଆ ରୂପ ଦେଉଛି। ଆମେ ପୂର୍ବରୁ ବି ଏଭଳି ଯୁଗରେ ରହିଛୁ। ତେଲ, ହୀରା, ଖଣିଜ ଏବଂ ଅନ୍ୟସବୁ ସମ୍ବଳ ପାଇଁ ଗ୍ଲୋବାଲ ସାଉଥ୍‌ ଅର୍ଥାତ୍‌ ଆଫ୍ରିକା, ଲାଟିନ୍‌ ଆମେରିକା ଓ ଏସିଆର ବିକାଶଶୀଳ, କମ୍‌ ବିକଶିତ ତଥା ଗରିବ ଦେଶଗୁଡ଼ିକ ଚେଷ୍ଟା ଚଳାଇଛନ୍ତି, ଯାହା ସେମାନଙ୍କ ଶାସନ ବ୍ୟବସ୍ଥାକୁ ବିଗାଡ଼ିଦେଇଛି। ଉତ୍ପାଦକ ଦେଶଗୁଡ଼ିକ ତୁଳନାତ୍ମକ ଭାବେ ଗରିବ ହେବା ସହ ଅଧିକ ଋଣଗ୍ରସ୍ତ ହୋଇପଡ଼ିଛନ୍ତି। ଏବେ ସବୁଜ ଶକ୍ତି, ଡିଜିଟାଲ ଟେକ୍‌ନୋଲୋଜି, ଏଆଇ ଏବଂ ପ୍ରତିରକ୍ଷା ଶିଳ୍ପ ପାଇଁ ଆବଶ୍ୟକ ଖଣିଜ ପଦାର୍ଥ ପାଇବା ପାଇଁ ବିଶ୍ୱରେ ପ୍ରତିଯୋଗିତା ଚାଲିଛି। ଏହି ସମୟରେ ଆମେ ଆଉ ଏକ ଯୁଗରେ ପ୍ରବେଶ କରିବାକୁ ଯାଉଛୁ, ଯାହା ବଡ଼ ପ୍ରତିଶ୍ରୁତି ଏବଂ ଗମ୍ଭୀର ସଙ୍କଟକୁ ସୂଚିତ କରୁଛି। କିନ୍ତୁ ପୂର୍ବାପେକ୍ଷା ଏଥର ପରିବର୍ତ୍ତନ ସ୍ତର ଓ ଗତି ଭିନ୍ନ ରହିଛି। ତେବେ ଲକ୍ଷ୍ୟ ହାସଲ କରିବା ଆଉ ବେଶି ଦୂର ନୁହେଁ। ଜୀବାଶ୍ମ ଇନ୍ଧନରୁ ସବୁଜ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନର ଧାରା ଜାରି ରହିଛି ଏବଂ ଏହା ଦ୍ରୁତଗତିରେ ଚାଲିଛି। ୨୦୨୫ରେ ତେଲ, ଗ୍ୟାସ୍‌ ଏବଂ କୋଇଲାରେ ଯେତିକି ନିବେଶ ହୋଇଛି ସବୁଜ ଶକ୍ତି କ୍ଷେତ୍ରରେ ତାହାଠାରୁ ଦୁଇଗୁଣ ଅଧିକ କରାଯାଇଛି। ତେଲ ଓ ଗ୍ୟାସ୍‌ ଏଯାବତ୍‌ ଅନେକ ଅର୍ଥ ବ୍ୟବସ୍ଥାର ରାଜସ୍ବ ସଂଗ୍ରହର ମାଧ୍ୟମ ହୋଇଥିଲେ ମଧ୍ୟ ଅକ୍ଷୟଶକ୍ତି ଉତ୍ପାଦନ ଅଧିକ ଗତିଶୀଳ ହୋଇପାରିଛି।
ଜୀବାଶ୍ମ ଶକ୍ତି ହ୍ରାସ କରି ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ନିର୍ଭର କରେ ଏବଂ ଏହାର ଚାହିଦା ବୃଦ୍ଧି ପାଉଛି। ଏବକାର ସବୁଜ ଶକ୍ତି ଉତ୍ପାଦନ ଓ ଖଣିଜ ବ୍ୟବହାରକୁ ନେଇ ଆକଳନ କରାଯାଇଛି ଯେ, ୨୦୪୦ ସୁଦ୍ଧା ଲିଥିୟମ୍‌ ଚାହିଦା ପାଞ୍ଚଗୁଣ, ଗ୍ରାଫାଇଟ୍‌ ଓ ନିକେଲ ଚାହିଦା ଦୁଇଗୁଣ, ରେୟାର ଆର୍ଥ ବା ବିରଳ ଖଣିଜଦ୍ରବ୍ୟ ଚାହିଦା ୫୦%ରୁ ଅଧିକ ଏବଂ କପର ଚାହିଦା ପାଖାପାଖି ଏକ ତୃତୀୟାଂଶ ବୃଦ୍ଧି ପାଇବ। ଏହି ଆକଳନ ଏବେ ନିବେଶ ପାଇଁ ନିଷ୍ପତ୍ତି, ବାଣିଜ୍ୟ ନୀତି ଏବଂ କୂଟନୈତିକ ରଣନୀତିକୁ ପ୍ରଭାବିତ କରୁଛି। ତଥାପି ଶକ୍ତି ଦକ୍ଷତା ବଢ଼ାଇବା ଏବଂ ଶକ୍ତି ଉତ୍ପାଦନ, ରିସାଇକେଲିଂ ଓ ସଂରକ୍ଷଣ କ୍ଷେତ୍ରରେ ଅଭିନବତ୍ୱକୁ ସହଯୋଗ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ। ବିଶ୍ୱରେ ଖଣିଜ ଦ୍ରବ୍ୟର ଯୋଗାଣ ଶୃଙ୍ଖଳ ଅଧିକ କେନ୍ଦ୍ରୀଭୂତ ହୋଇ ରହିଛି। ଡିସିଆର୍‌ ବିଶ୍ୱରେ ୭୦% କୋବାଲ୍‌ଟ ଏବଂ ଇଣ୍ଡୋନେସିଆ ବିଶ୍ୱରେ ୬୦% ନିକେଲ ଉତ୍ପାଦନ କରୁଛି।
ଖଣିଜ ପଦାର୍ଥର ପ୍ରକ୍ରିୟାକରଣ ମଧ୍ୟ ଅଧିକ କେନ୍ଦ୍ରିତ ହୋଇ ରହିଛି। ଇଣ୍ଟରନ୍ୟାଶନାଲ ଏନର୍ଜି ଏଜେନ୍ସି (ଆଇଇଏ) ବା ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା ସ୍ଥିର କରିଥିବା ୨୦ଟି ଖଣିଜ ମଧ୍ୟରୁ ୧୯ଟି ପାଇଁ ଚାଇନାର ମାର୍କେଟ ଶେୟାର ୭୦% ରହିଛି ଏବଂ ଏହାର ଭୂମିକା ଲଗାତର ବୃଦ୍ଧି ପାଉଛି। ବର୍ଷେ ଦୁଇ ବର୍ଷ ମଧ୍ୟରେ କୋବାଲ୍ଟ, ଗ୍ରାଫାଇଟ୍‌ ଏବଂ ବିରଳ ଖଣିିଜ ପଦାର୍ଥ ଓ ଅନ୍ୟସବୁ ଖଣିଜର ପରିଶୋଧନରେ ଚାଇନାର ବଡ଼ ଯୋଗଦାନ ରହିଆସିଛି। ଏହି କେନ୍ଦ୍ରିଭୂତ ସ୍ଥିତି ଯୋଗୁ ବିଶ୍ୱସ୍ତରରେ ଭୂରାଜନୈତିକ ପ୍ରତିଯୋଗିତା ବୃଦ୍ଧି ପାଇଛି ଏବଂ ଯୋଗାଣ ଶୃଙ୍ଖଳର ସମସ୍ୟା ବି ସାମ୍ନାକୁ ଆସିଛି। ଅପରପଟେ ଏହା ଶକ୍ତି ସୁରକ୍ଷା ଏବଂ ଶିଳ୍ପନୀତିର ପୁନର୍ଗଠନ ପାଇଁ ସରକାରଗୁଡ଼ିକୁ ପ୍ରେରିତ କରୁଛି। ପ୍ରତିିୟା ସ୍ବରୂପ, ଦେଶଗୁଡ଼ିକ ଦ୍ୱିପାକ୍ଷିକ ଚୁକ୍ତି ମାଧ୍ୟମରେ ଜଡ଼ିତ ହେବା ପାଇଁ ଚାହଁୁଛନ୍ତି ଏବଂ ରଣନୀତିକ ଭାଗୀଦାରିତା ସମ୍ପର୍କରେ ତ୍ୱରିତ ତଥା ଗୁପ୍ତରେ ବୁଝାମଣା କରୁଛନ୍ତି। ଗୁପ୍ତରେ ଯେତେବେଳେ ଚୁକ୍ତିଗୁଡ଼ିକ ସ୍ବାକ୍ଷର କରାଯାଉଛି, ସେତେବେଳେ ଲୋକେ ସେମାନଙ୍କ ସମ୍ବଳକୁ କେଉଁ ସର୍ତ୍ତରେ ବିକ୍ରି କରାଯାଉଛି ସେ ସମ୍ପର୍କରେ ଜାଣିପାରୁନାହାନ୍ତି। ଏହି ପ୍ରକ୍ରିୟାରେ ପରିବେଶଗତ ତଥା ସାମାଜିକ କ୍ଷତିକୁ ଗୌଣ ଭାବେ ଦେଖାଯାଉଛି। ପରିଣାମ ସ୍ବରୂପ ଏହା ପରେ ବିଶେଷକରି ଦୁର୍ନୀତି, ସଂଘର୍ଷ, ପରିବେଶଗତ କ୍ଷତି ପ୍ରକାଶ ପାଉଥିବା ଅନୁଭବ କରିପାରୁଛୁ।
ପ୍ରାକୃତିକ ସମ୍ବଳଗୁଡ଼ିକର ଦୁର୍ବଳ ପରିଚାଳନା ଦୀର୍ଘ ସମୟ ଧରି ବିକାଶରେ ବାଧା ସୃଷ୍ଟି କରିଆସିଛି। ବହୁ ସମୟରେ, ପ୍ରାକୃତିକ ସମ୍ବଳର ଉତ୍ତୋଳନ କିଛି ବ୍ୟକ୍ତିଙ୍କୁ ଧନୀ କରିଥିବାବେଳେ ପୂରା ସମୁଦାୟ ବିସ୍ଥାପିତ ହୋଇଛନ୍ତି, ପରିସଂସ୍ଥାନର ଅଧୋଗତି ହେବା ସହ ସରକାରମାନେ ଋଣରେ ବୁଡ଼ିଯାଇଛନ୍ତି। ସବୁଜ ବ୍ୟାନର ତଳେ ଏବେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପାଇଁ ଚାଲିଥିବା ପ୍ରତିଯାଗିତାରେ ମଧ୍ୟ ସମାନ ପ୍ରକାର ଅନ୍ୟାୟ ସହଜରେ ସୃଷ୍ଟି ହେବା ସମ୍ଭାବନା ଅଛି। ତେବେ ସବୁଜ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ହେବାର ପରିଣାମ ନିଶ୍ଚିତ ବୋଲି କୁହାଯାଇପାରିବ ନାହିଁ। ଯଦି ଠିକ୍‌ ଭାବେ ପରିଚାଳନା କରାଯାଏ, ତେବେ ଖଣିଜ ସମ୍ପଦ ପରିବର୍ତ୍ତନକାରୀ ହୋଇପାରିବ, ଯାହା ରାଜସ୍ବ ବୃଦ୍ଧି ଏବଂ ଆର୍ଥିକ ବିବିଧିକରଣକୁ ସହଯୋଗ କରିବ। ଭିତ୍ତିଭୂମି, ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ନିବେଶ ପାଇଁ ପାଣ୍ଠି ଯୋଗାଇ ଦେବ। କିନ୍ତୁ ଏଥିପାଇଁ ଅତୀତରେ କରାଯାଇଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସ୍ବଚ୍ଛତା ନିଶ୍ଚିତ କରୁଥିବା ପଦକ୍ଷେପରୁ ଆରମ୍ଭ କରିବାକୁ ପଡ଼ିବ। ସ୍ବଚ୍ଛତା ହେଉଛି ଭଲ ଶାସନର ଆଧାରଶିଳା। କିପରି ସେମାନଙ୍କ ସମ୍ବଳର ବିନିଯୋଗ ହେଉଛି, କିଏ ଲାଭ ନେଉଛି, କେଉଁ ଟିକସ ଦିଆଯାଉଛି ଏବଂ କିଭଳି ରାଜସ୍ବ ପରିଚାଳନା ହେଉଛି ସେ ସମ୍ପର୍କରେ ଜାଣିବା ନାଗରିକଙ୍କର ଅଧିକାର ରହିଛି। ଚୁକ୍ତି, କମ୍ପାନୀ ମାଲିକାନା ଉପରେ ସରକାରୀ ଯାଞ୍ଚ ଏବଂ ବିତ୍ତୀୟ ସର୍ତ୍ତ ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ଅପବ୍ୟବହାର ବିରୋଧରେ ସବୁଠୁ ପ୍ରଭାବୀ ସୁରକ୍ଷାକବଚ।
ଭାଗୀଦାରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମହିଳା, ଯୁବକ, ସ୍ଥାନୀୟ ଅଧିବାସୀ ଏବଂ ପ୍ରଭାବିତ ସମୁଦାୟଗୁଡ଼ିକର ଭୂମି, ଜୀବନଜୀବିକା ତଥା ଭବିଷ୍ୟକୁ ନେଇ ନିଆଯାଉଥିବା ନିଷ୍ପତ୍ତିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ରହିବା ଉଚିତ। ସରକାର ଓ କମ୍ପାନୀଗୁଡ଼ିକୁ ଉତ୍ତରଦାୟୀ କରିପାରୁଥିବା ସାମ୍ବାଦିକ, ଆକ୍ଟିଭିଷ୍ଟ ଏବଂ ଭଦ୍ର ସମାଜ ସଙ୍ଗଠନଗୁଡ଼ିକ ପାଇଁ ସୁରକ୍ଷା ନିଶ୍ଚିତ କରାଯିବା ଆବଶ୍ୟକ। ଏହିପ୍ରକାରେ ପ୍ରାକୃତିକ ସମ୍ବଳକୁ ଭାଗୀଦାରି ସମୃଦ୍ଧିରେ ପରିବର୍ତ୍ତନ କରାଯାଇପାରିବ। ଏହାକୁ ଭଲ ଭାବେ କରିବା ପାଇଁ ଅନେକ କୁଶଳୀ ମଡେଲ ଅଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକ୍‌ଷ୍ଟ୍ରାଟିଭ ଇଣ୍ଡଷ୍ଟ୍ରିଜ୍‌ ଟ୍ରାନ୍ସପରେନ୍ସି ଇନିସିଏଟିଭ (ଇଆଇଟିଆଇ) ଦର୍ଶାଇଆସିଛି ଯେ, ଜଟିଳ ରାଜନୈତିକ ପରିବେଶରେ ଲୋକଙ୍କ କଥା ଶୁଣିବା ଓ ଗ୍ରହଣ କରିବା ଏବଂ ଉତ୍ତରଦାୟିତ୍ୱ ସମ୍ଭବ ହୋଇପାରିବ। ଖଣିଜ ଉତ୍ତୋଳନ ପାଇଁ ଗଠନ କରାଯାଇଥିବା ବୈଶ୍ୱିକ ମାନକକୁ ଏବେ ୫୫ ଦେଶ ଗ୍ରହଣ କରୁଛନ୍ତି। ଏହା କମ୍ପାନୀ ଏବଂ ଭଦ୍ର ସମାଜ ଗୋଷ୍ଠୀମାନଙ୍କ ସହିତ ମଧ୍ୟ କାମ କରୁଛି। ଏହି ଦୃଷ୍ଟିକୋଣକୁ ଏବେ ଆଗକୁ ବଢ଼ାଇବା ଏବଂ ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପାଇଁ ଏହାକୁ ଗ୍ରହଣ କରାଯିବା ଦରକାର। ଜୀବାଶ୍ମ ଶକ୍ତିରୁ ଅକ୍ଷୟ ଶକ୍ତିକୁ ପରିବର୍ତ୍ତନ ପାଇଁ ଏହିସବୁ ସମ୍ବଳ ରାଜନୀତି, ନିବେଶ ପ୍ରବାହ ଏବଂ ଆଗାମୀ ବିକାଶର ଯୋଜନା ପାଇଁ ଉପଯୋଗୀ। ଏକ୍ଷେତ୍ରରେ ବୈଶ୍ୱିକ ସହଯୋଗ ଅତ୍ୟନ୍ତ ଜରୁରୀ। ସମ୍ବଳ ପ୍ରତିଯୋଗିତାର ଏହି ନୂଆ ଯୁଗ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦୀର୍ଘମିଆଦୀ ଲାଭ ଯୋଗାଇ ଦେବ ବୋଲି ସରକାରରେ ଥିବା ମୁଖ୍ୟମାନେ ନିଶ୍ଚିତ କରିବା ଆବଶ୍ୟକ। ଏଥିପାଇଁ ସେମାନେ ନୈତିକ ଶାସନ ଓ ସ୍ବଚ୍ଛତାର ସବୁଠୁ ଭଲ ମାନକ ପାଇଁ ଦାବି କରିବା ଉଚିତ, ତାହାକୁ ଉପଯୋଗ କରିବା ଦରକାର।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ଘଟଣା… ଅଧରାତିରେ ଚାରି ଝିଅଙ୍କୁ କୂଅରେ ଫିଙ୍ଗିଦେଲେ ମା’, ନିଜେ ବି ହାରିଲେ ଜୀବନ

ଭୋପାଳ,୧୩।୩: ଗୁରୁବାର ସକାଳେ ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କେସଲି ପୋଲିସ ଷ୍ଟେସନ ଅଧୀନସ୍ଥ ଖାମାରିଆ ଗାଁରେ ଜଣେ ମହିଳାଙ୍କ…

‘ତାଙ୍କୁ ଗୁଳି କରିଦିଅ…’ କାହାକୁ ଏମିତି କହିଲେ ପୂର୍ବତନ ପାକିସ୍ତାନୀ କିମ୍ବଦନ୍ତୀ, କ୍ରିକେଟ୍‌ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୩।୩: ବାଂଲାଦେଶ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚରେ ପାକିସ୍ତାନର ପରାଜୟ ପରେ, ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ନିରାଶାଜନକ ବୟାନ ଦେଇଛନ୍ତି। ମୀରପୁରରେ ଖେଳାଯାଇଥିବା ମ୍ୟାଚରେ, ପାକିସ୍ତାନର ସମ୍ପୂର୍ଣ୍ଣ…

ଭୟଙ୍କର ଦୁର୍ଘଟଣା: ୨ଟି ଟ୍ରକ୍‌ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୨ ଡ୍ରାଇଭରଙ୍କ…

ଅତାବିରା, ୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ – ସମ୍ବଲପୁର ଜାତୀୟ ରାଜପଥରେ ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଅତାବିରା – ଧର୍ମଶାଳା ଛକରେ ଏହି…

ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ୍‌: ଦେଲେ କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି…

ରୁଷିଆ ତେଲ ଉପରେ ବଡ଼ ୟୁ-ଟର୍ନ ନେଲା ଆମେରିକା: ଭାରତ ପରେ ଏବେ ସମସ୍ତଙ୍କୁ…ବିଶ୍ୱରେ ଚହଳ

ଓ୍ବାଶିଂଟନ,୧୩।୩: ଆମେରିକା ବର୍ତ୍ତମାନ ପର୍ଯ୍ୟନ୍ତ ବଜାରରେ ରୁଷୀୟ ତୈଳ ପ୍ରବେଶକୁ ଅବରୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଏବେ ଅନ୍ୟ ଦେଶମାନଙ୍କୁ ରୁଷୀୟ ତୈଳ କ୍ରୟ କରିବାକୁ ଅନୁରୋଧ…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri