Posted inଜାତୀୟ

ନୂଆ ସମ୍ବିଧାନ ଲୋଡ଼ା

ନୂଆଦିଲ୍ଲୀ,୧୯ା୮, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ଅଧ୍ୟକ୍ଷ ଡକ୍ଟର ବିବେକ ଦେବରାୟ ଭାରତ ପାଇଁ ଏକ ନୂଆ ସମ୍ବିଧାନ ପ୍ରଣୟନ ଦାବିକରି ବିବାଦରେ ଫସିଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଆପତ୍ତି ଉଠାଇଥିବାବେଳେ ବିବେକଙ୍କ ବିବାଦୀୟ ଆଲେଖ୍ୟରୁ କେନ୍ଦ୍ର ଦୂରତ୍ୱ ଅବଲମ୍ବନ କରିବା ସହ ଏହା ସରକାରଙ୍କ ମତ ନୁହେଁ ବୋଲି ସ୍ପଷ୍ଟ କରିଛି। ଏହି ପରିପ୍ରେକ୍ଷୀରେ ବିବେକ ମଧ୍ୟ ଗୁରୁବାର ସ୍ପଷ୍ଟୀକରଣ ଦେଇଛନ୍ତି।
୧୫ରେ ଦେଶ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ‘ଦି ମିଣ୍ଟ’ ଖବରକାଗଜରେ ବିବେକ ଦେବରାୟଙ୍କ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା। ‘ଦେଆର୍‌ ଇଜ୍‌ ଏ କେସ୍‌ ଫର୍‌ ଦି ପିପୁଲ ଟୁ ଏମ୍ବ୍ରାସ୍‌ ଏ ନ୍ୟୁ କନ୍‌ଷ୍ଟିଚ୍ୟୁଶନ୍‌’ ଶୀର୍ଷକ ଏହି ସ୍ତମ୍ଭରେ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ପରିବର୍ତ୍ତେ ବର୍ତ୍ତମାନ ଭାରତରେ ଏକ ନୂଆ ସମ୍ବିଧାନର ଆବଶ୍ୟକତା ରହିଥିବା ଉଲ୍ଲେଖ କରାଯାଇଥିଲା। ଏଥିରେ ବିବେକ ଯାହା ଲେଖିଥିଲେ ତା’ର ସାରାଂଶ ହେଉଛି, ସ୍ବାଧୀନତା ଦିବସରେ ଆମେ ଅତୀତକୁ ଫେରି ଦେଖିଲେ ପ୍ରଶ୍ନ କରିବା ଯେ, ୧୯୪୭ ପରଠୁ କ’ଣ ପାଇଛେ। ଆମ ସମ୍ବିଧାନ ୧୯୩୫ର ଗଭର୍ନମେଣ୍ଟ ଅଫ୍‌ ଇଣ୍ଡିଆ ଆକ୍ଟ ଉପରେ ବହୁଳ ଭାବେ ପର୍ଯ୍ୟବସିତ। ସେହି ଦୃଷ୍ଟିରୁ ଦେଖିଲେ ଏହା ଏକ ଉପନିବେଶ ଲିଗାସି ମନେହୁଏ। ୨୦୦୨ରେ ସମ୍ବିଧାନର କାର୍ଯ୍ୟକାରିତା ଉପରେ ସମୀକ୍ଷା ପାଇଁ ଗଠିତ ଏକ କମିଶନଙ୍କ ରିପୋର୍ଟ ଆସିଥିଲା। କିନ୍ତୁ ଏହା ଅଧୁରା ହୃଦୟରେ ନିଆଯାଇଥିବା ଏକ ପଦକ୍ଷେପ ଥିଲା। ଆଇନ ସଂସ୍କାର ଉଦ୍ଦେଶ୍ୟରେ କରାଯାଉଥିବା କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ନୁହେଁ। ସମ୍ବିଧାନଗୁଡ଼ିକର ଆୟୁଷ ମାତ୍ର ୧୭ ବର୍ଷ ରହିଥାଏ। ତେଣୁ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ନୂଆ ସମ୍ବିଧାନର ଆବଶ୍ୟକତା ଥିବା ସେ ଉକ୍ତ ସ୍ତମ୍ଭରେ ଉଲ୍ଲେଖ କରିଥିଲେ।
ଉକ୍ତ ପ୍ରସଙ୍ଗକୁ ନେଇ ବିବାଦ ଘନେଇବାରୁ ଇଏସି-ପିଏମ୍‌ ଏଥିରୁ ନିଜକୁ ଦୂରେଇ ରଖିଛି। ବିବେକଙ୍କ ସଦ୍ୟ ନିବନ୍ଧ ତାଙ୍କ ବ୍ୟକ୍ତିଗତ ମତ। ଏଥିରେ ଇଏସି-ପିଏମ୍‌ କିମ୍ବା ଭାରତ ସରକାରଙ୍କ ମତାମତ ପ୍ରତିଫଳିତ ହେଉ ନ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅର୍ଥିକ ବ୍ୟାପାରରେ ପରାମର୍ଶ ଦେଉଥିବା ଏହି ସ୍ବାଧୀନ ସଂସ୍ଥା କହିଛି। ଏନେଇ ବିବେକ ମଧ୍ୟ ଗୁରୁବାର ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ସ୍ବାଧୀନତା ଦିବସରେ ପ୍ରକାଶିତ ସ୍ତମ୍ଭ ତାଙ୍କର ବ୍ୟକ୍ତିଗତ ମତ। ଯେତେବେଳେ ଜଣେ ବ୍ୟକ୍ତି ଏକ ସ୍ତମ୍ଭ ଲେଖିଥାନ୍ତି ସେଥିରେ ଲେଖକଙ୍କ ବ୍ୟକ୍ତିଗତ ମତାମତ ପ୍ରତିଫଳିତ ହୋଇଥାଏ। ତାହା ସେ ସମ୍ପୃକ୍ତ ଥିବା ସଂସ୍ଥାର ମତ ନୁହେଁ ବୋଲି ଏଏନ୍‌ଆଇକୁ ସାକ୍ଷାତ୍‌କାର ବେଳେ ବିବେକ କହିଛନ୍ତି। ସାକ୍ଷାତ୍‌କାର ବେଳେ ବିବେକ ଆହୁରି କହିଛନ୍ତି, ତାଙ୍କ ବ୍ୟକ୍ତିଗତ ମତକୁ ଲୋକେ ଇଏସି-ପିଏମ୍‌ ସହ ଯୋଡ଼ିବା ଦୁର୍ଭାଗ୍ୟଜନକ। ସେ ସମ୍ବିଧାନର ସମୀକ୍ଷା ଉପରେ ପ୍ରଥମ ଥର ପାଇଁ ଲେଖିନାହାନ୍ତି। ଅତୀତରେ ମଧ୍ୟ ସମାନ ପ୍ରସଙ୍ଗରେ ସେ ଅନୁରୂପ ମତ ବ୍ୟକ୍ତ କରିଥିଲେ। ଏପରି କି ସମ୍ବିଧାନର ସ୍ଥପତି ଆମ୍ବେଡକର ମଧ୍ୟ ଜୀବିତାବସ୍ଥାରେ ଏଭଳି ମତ ଦେଇଥିଲେ। ୧୯୫୩ ସେପ୍ଟେମ୍ବର ୨ରେ ଆମ୍ବେଡକର ରାଜ୍ୟ ସଭାରେ ସମ୍ବିଧାନର ସମୀକ୍ଷା କରାଯିବା ଉଚିତ ବୋଲି କହିଥିଲେ। ଏହାର ତାତ୍ପର୍ଯ୍ୟ ବର୍ତ୍ତମାନର ଗୋଟା ସମ୍ବିଧାନକୁ ଫୋପାଡ଼ିଦେବା ନୁହେଁ ବୋଲି ବିବେକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri