Posted inଖେଳ

ଓଡ଼ିଶା ଫୁଟ୍‌ବଲରେ ନୂଆ ଅଧ୍ୟାୟ

ଭୁବନେଶ୍ୱର, ୧ା୬ (ସ୍ପୋଟର୍‌ସ ବ୍ୟୁରୋ): ଜୁନ୍‌ ୯ରୁ ଓଡ଼ିଶାରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଫୁଟବଲରେ ଏକ ଐତିହାସିକ ନିଷ୍ପତ୍ତି ଭାବରେ ଓଡ଼ିଶା ଫୁଟବଲ ଏକାଡେମୀ, ଭୁବନେଶ୍ୱର ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଆରେନାକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଉପସ୍ଥିତ ରହି ଓଡ଼ିଶା ଫୁଟବଲରେ ନୂଆ ଯୁଗକୁ ସ୍ବାଗତ କରିଥିଲେ। ୯୦ କୋଟି ଟଙ୍କା ବ୍ୟୟରେ ଏହି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ନିର୍ମିତ ହୋଇଥିବା ବେଳେ ଏହା ମଧ୍ୟରେ ସାମିଲ ରହିଛି ୬ଟି ଫିଫା ମଞ୍ଜୁରୀପ୍ରାପ୍ତ ପିଚ୍‌। ଏହା ମଧ୍ୟରେ ରହିଛି ୫ଟି ପ୍ରାକୃତିକ ଓ ଗୋଟିଏ ସିନ୍ଥେଟିକ୍‌ ପିଚ୍‌। ଏହା ବ୍ୟତୀତ ଏଲ୍‌ଇଡି ଫ୍ଲଡ୍‌ ଲାଇଟ୍ସ, ଚେଞ୍ଜିଙ୍ଗ ରୁମ୍‌, ଗ୍ୟାଲେରି, ଜିମ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି। ସହରର କେନ୍ଦ୍ରରେ ଏହି ୩ଟି ଯାକ ପ୍ରଶିକ୍ଷଣ କେନ୍ଦ୍ର ରହିଥିବାରୁ ବଡ ଟୁର୍ନାମେଣ୍ଟ ସମୟରେ ଏକାଧିକ ଦଳର ଅଭ୍ୟାସ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ।
ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ଓଡ଼ିଶା ଫୁଟବଲ ଏକାଡେମୀ, ଭୁବନେଶ୍ୱର ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଆରେନାକୁ ଉଦ୍‌ଘାଟନ କରିବା ସମୟରେ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରୀଡା ଭିତ୍ତିଭୂମି ଓଡ଼ିଶାରେ ଫୁଟବଲର ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରିବ। ଏହା ଉଦ୍‌ଘାଟିତ ହେବା ସହିତ ଓଡ଼ିଶାରେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହ ଫୁଟବଲର ବିକାଶ ପାଇଁ ଏକ ପାରିପାର୍ଶ୍ୱିକ ସ୍ଥିତି ସୃଷ୍ଟି ହେବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ୩ଟି ଯାକ ପ୍ରଶିକ୍ଷଣ କେନ୍ଦ୍ରରେ ସମସ୍ତ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବାକୁ ପ୍ରୟାସ କରାଯାଇଛି। ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ର କ୍ରୀଡା ବିକାଶରେ ସରକାରଙ୍କ ବଦ୍ଧପରିକରତା ଦର୍ଶାଉଛି। ଯୁବ ଖେଳାଳିମାନଙ୍କୁ ଫୁଟବଲକୁ କ୍ୟାରିୟର କରିବା ପାଇଁ ଏହା ଅନୁପ୍ରାଣିତ କରିବ। ଭବିଷ୍ୟତରେ ଏହା ଓଡ଼ିଶାକୁ ଦେଶର ଫୁଟବଲ ହବ୍‌ରେ ପରିଣତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ କେନ୍ଦ୍ରାପଡାର ଆଳିରେ ରହିଥିବା ମହିଳା ଫୁଟବଲ ଏକାଡେମୀରେ ଆର୍ଟିଫିସିଆଲ ଟର୍ଫ ବିଛାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ୍‌ ଆଳି ଗସ୍ତ କରି ଫୁଟବଲରମାନଙ୍କ ସହିତ କଥା ହୋଇଥିଲେ।
୩ଟି ଯାକ ସେଣ୍ଟରରେ ୬-୧୨ ବର୍ଷ ବୟସର ଶିଶୁମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ, ଯାହା ଦ୍ୱାରା ତୃଣମୂଳ ସ୍ତରରୁ ଫୁଟବଲର ବିକାଶ ସମ୍ଭବ ହେବ। ଏହା ବ୍ୟତୀତ ରେଫରି ଓ କୋଚ୍‌ଙ୍କ ପାଇଁ ଏଜୁକେଶନ ପ୍ରୋଗ୍ରାମ ଲଞ୍ଚ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧୬ ଓ ୧୯ ବର୍ଷରୁ କମ୍‌ ଜାତୀୟ ଦଳ ସହିତ ଓଡ଼ିଶା ଏଫ୍‌ସି(ପୁରୁଷ, ମହିଳା ଓ ଯୁବ ଦଳ) ଓ ରାଜ୍ୟର ପୁରୁଷ ଓ ମହିଳା ଦଳ ଏହି ଷ୍ଟାଡିୟମକୁ ଅଭ୍ୟାସ ପାଇଁ ବ୍ୟବହାର କରିପାରିବେ। ରାଜ୍ୟର ବିଭିନ୍ନ ଏକାଡେମୀର ୧୩, ୧୫ ଓ ୧୮ ବର୍ଷରୁ କମ୍‌ ବୟସ ବର୍ଗର ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହେବ। ଫାଓ ଲିଗ୍‌, ଓଡ଼ିଶା ଓମେନ୍ସ ଲିଗ୍‌ ଓ ସ୍କୁଲ ଲିଗ୍‌ ପରି ଟୁର୍ନାମେଣ୍ଟଗୁଡିକ ମଧ୍ୟ ଏହି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଜୁନ୍‌ ୯ରୁ ହେବାକୁ ଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ସମଗ୍ର ବିଶ୍ୱ ଓଡ଼ିଶାର ଭିତ୍ତିଭୂମି ଦେଖିବାରେ ସମର୍ଥ ହେବ। ଏହି ଟୁର୍ନାମେଣ୍ଟରେ ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଅଂଶଗ୍ରହଣ କରିବେ। ବୁଧବାରର କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ କ୍ରୀଡା ସଚିବ ଆର୍‌. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ଗ୍ୟାସ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri