ଡିଜିଟାଲ ଯୁଗରେ ହଜିଗଲାଣି କୌଳିକ ବୃତ୍ତି: ଓଡ଼ିଆ ଅସ୍ମିତାର ଝଲକ କେନ୍ଦରା ଗୀତ

ମହାକାଳପଡ଼ା, ୫ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):ଓଡ଼ିଶାର କଳା ସଂସ୍କୃତି ପରମ୍ପରା ମହାନ୍‌। ପ୍ରାଚୀନ ଲୋକକଳା ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଡିଜିଟାଲ ଯୁଗରେ ଚାଲିଛି ସଂଗ୍ରାମ। ବୟସର ଅପରାହ୍ନରେ ଚମ ଧୁଡୁଧୁଡୁ ଶରୀରରେ ପାଦକୁ ଅବିଶ୍ରାନ୍ତ ନାହିଁ। କେନ୍ଦରାର ସୁମଧୁର ସୁର ଆଗରେ ହାର ମାନିଛି ବୟସ। ମୁଖରୁ ଅନର୍ଗଳ ବାହାରୁଛି ଟୀକା ଗୋବିନ୍ଦ ଚନ୍ଦ୍ରଙ୍କ ରଚିତ ଭଜୁକି ନା ରାମ ନାମରେ ରାଜନ୍‌ ଭଜୁକି ନା ରାମ ନାମ..। ଦିନ ଥିଲା ଗଁା ଗଣ୍ଡାରେ ପ୍ରାଚୀନ ସଂସ୍କୃତି ଲୋକକଳା କେନ୍ଦରା ସ୍ବର ବେଶ୍‌ ମନ ମୋହୁଥିଲା। ଘର ଅଗଣାରେ ଯୋଗୀ ପୁଅ କେନ୍ଦରା ଗୀତରେ କାନରେ ବାଜିବା ମାତ୍ରେ ଘରର ନୂଆ ବୋହୂ ଶ୍ରଦ୍ଧାର ସହ ଚାଉଳ ମୁଠେ, ଟଙ୍କା, ପଇସା, ପନିପରିବା ଯିଏ ଯାହା ପାଇଲା ଯୋଗୀ ନାଉଥାଳରେ ଅଜାଡ଼ି ଦେଉଥିଲେ। ଏବେ ଆଧୁନିକ ବା ଡିଜିଟାଲ ଯୁଗରେ ଲୋକକଳା ବିଲୁପ୍ତହେବାକୁ ବସିଲାଣି। ଆଉ ଖରା ବେଳେ ଗଁା ମୁଣ୍ଡ ବରଗଛ ମୂଳେ ଯୋଗୀ ପୁଅର ଧୁନ୍‌ ଶୁଭୁନାହିଁ।
କେନ୍ଦ୍ରାପଡ଼ା ଜିଲା ପୁନ୍ଦାଳ କଉଡ଼ିଆ ବାରି ଅଞ୍ଚଳର ଚକ୍ରଧର ନାଥ (୮୦) ଓ ବିଜୟ ନାଥ (୬୦) ପ୍ରଚଣ୍ଡ ଖରାକୁ ଖାତିର ନ କରି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ଦେଖିବାକୁ ମିଳିଛି। ବ୍ଲକ୍‌ ଅଧୀନ ମହାକାଳପଡ଼ା ଓ ମଙ୍ଗଳପୁର ସମେତ ଗଁାକୁ ଗଁା ବୁଲି ଲୋକଙ୍କୁ ଭଗବାନଙ୍କ ବାଣୀ ଓ ହରି କଥାମୃତ କେନ୍ଦରାର ସୁରେ ସୁରେ ଶୁଣାଇଥାନ୍ତି। ଏହି ଗୀତକୁ କାନ ଡେରି ଶୁଣିବା ପାଇଁ ଆବାଳ ବୃଦ୍ଧ ବନିତା ଧାଇଁ ଆସୁଛନ୍ତି। ୨ ବରିଷ୍ଠ କେନ୍ଦରା ବାଦକଙ୍କ କହିବା କଥା ଏହି କୌଳିକ ବୃତ୍ତି ପାଞ୍ଚ ପିଢ଼ି ଧରି ଚାଲି ଆସୁଛି। ତେବେ ଆମ ପିଢ଼ି ପରେ ଆଉ ଗଁା ଗଁାରେ କେନ୍ଦରାର ଗୀତ ଶୁଭିବ ନାହିଁ। ପିଲାବେଳୁ ବାପା ଜେଜେଙ୍କଠାରୁ ଶିକ୍ଷା ଗ୍ରହଣ କରିଛୁ। ଏହି ବାଦ୍ୟ ସୃଷ୍ଟି ଆରମ୍ଭରୁ ରହିଛି। ଏହି ବାଦ୍ୟକୁ ଅନୁକରଣ କରାଯାଇ ଅନ୍ୟ ବାଦ୍ୟ ସୃଷ୍ଟି କରାଯାଇଛି। ଦିନ ଥିଲା ରାଜାରାଜୁଡ଼ାଙ୍କ ରାଜ ସଭାରେ କେନ୍ଦରା ଗୀତକୁ ପ୍ରାଧାନ୍ୟ ଦିଆଯାଉଥିଲା। ବିଶେଷକରି ରାଜ ଦରବାରରେ ମହାରାଣୀଙ୍କ ମାନ ଭଞ୍ଜନ ପାଇଁ ସେ ସମୟର ସଙ୍ଗୀତଗୁଡ଼ିକୁ କେନ୍ଦରା ମାଧ୍ୟମରେ ସ୍ବର କରାଯାଇ ଅତି ଚମତ୍କାର ଭାବେ ରାଜସଭାରେ ଉପସ୍ଥାପନ କରାଯାଇଥିଲା। ରାଜ ନଅରରେ ଅନୁଷ୍ଠିତ ହେଉଥିବା ପୂଜାପାର୍ବଣରେ କେନ୍ଦରା ବାଦକକୁ ଖୋଜା ପଡୁଥିଲା। ରାଜା ଖୁସି ହୋଇ ପୁରସ୍କାର ପ୍ରଦାନ କରୁଥିଲେ ବୋଲି ବାପା ଜେଜେଙ୍କଠାରୁ ଶୁଣିଛୁ। ସମୟ ବଦଳିବା ସାଙ୍ଗକୁ ଡିଜିଟାଲ ଯୁଗରେ କେନ୍ଦରା ତା’ର ସତ୍ତା ହରାଇନାହିଁ। ଯଦି ସରକାର କେନ୍ଦରା ବାଦକମାନଙ୍କ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତେବେ ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତି ପରମ୍ପରା ଓ ଅସ୍ମିତା ଅକ୍ଷୁଣ୍ଣ ରହନ୍ତା ବୋଲି ୨ ବରିଷ୍ଠ କେନ୍ଦରା ବାଦକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri