ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ବାହଲି ଗ୍ରାମର ସୁନିଲ ପାତ୍ର (ଚେରୁ) ୩୦ ବର୍ଷ ସକାଳୁ ବାଇକ୍ ଯୋଗେ ଚାରିଛକ ଯାଉଥିବା ବେଳେ ଏକ ହାଇଓ୍ବା ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁନିଲଙ୍କ ମୃତ୍ୟୁ ହୋଇଥିବାବେଳେ ହାଇଓ୍ବାଟି ଯାଇ ଏକ ଗଛରେ ପିଟି ହୋଇଥିଲା। ତେବେ ଦୁର୍ଘଟଣା ପରେ ହାଇଓ୍ବା ଚାଳକ ଫେରାର ହୋଇଯାଇଛନ୍ତି । ଖବର ପାଇ ପୁରୁଣା କଟକ ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ବୌଦ୍ଧ ପଠାଇଛି।
Dharitri – Odisha’s No.1 Odia Daily


