ବିଶ୍ୱାସଘାତକତାର ସ୍ମାରକ

ବ୍ରହ୍ମ ଚେଲାନୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଶୀଘ୍ର ତଥା ଭୁଲ ନିଷ୍ପତ୍ତି ନେବା ପରେ ସନ୍ତ୍ରାସବାଦୀମାନେ ଆଫଗାନିସ୍ତାନକୁ କବ୍ଜା କରି ନେଇଛନ୍ତି। ଫଳରେ ସେଠାରେ ଆମେରିକା ଦୀର୍ଘଦିନ ଧରି ଚଳାଇଥିବା ଯୁଦ୍ଧର ଲଜ୍ଜାଜନକ ପରିସମାପ୍ତି ଘଟିଛି। କେବଳ ଏତିକି ନୁହେଁ, ବିଶ୍ୱଶାନ୍ତି ପାଇଁ ଆମେରିକାର ଦୀର୍ଘ ଲଢ଼େଇ ଓ୍ୟପଚାରିକ ଭାବେ ଶେଷ ହେବା ସହ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ପ୍ରଭୁତ୍ୱ ଉପରେ ମଧ୍ୟ ପରଦା ଢାଙ୍କି ହୋଇଯାଇଛି। ଏଭଳି ଏକ ଏ୍ୟତିହାସିକ ମୁହୂର୍ତ୍ତ ସବୁଦିନ ପାଇଁ ମନେରହିବ। ସମ୍ପ୍ରତି ବୈଶ୍ୱିକ ପ୍ରଭୁତ୍ୱକୁ ଚାଇନା ଭୀଷଣ ଚ୍ୟାଲେଞ୍ଜ ଦେଉଥିବାବେଳେ ଆମେରିକା ଏହି ଝଟକାରୁ କେବେ ବି ଉଧୁରି ପାରିବନି। ଏଭଳି ମାନବୀୟ ବିପର୍ଯ୍ୟୟ ଅନ୍ତର୍ଜାତୀୟ ସ୍ତରରେ ତା’ ପ୍ରତି ଥିବା ବିଶ୍ୱାସ ଓ ସ୍ଥିତି ଉପରେ ଘୋର ଆଞ୍ଚ ଆଣିଛି। ଏହା ମଧ୍ୟ ଆମେରିକାର ମିତ୍ରରାଷ୍ଟ୍ରଗୁଡ଼ିକୁ ଏକ ବର୍ତ୍ତା ଦେଇଛି । ସେମାନେ ବିପଦ ସମୟରେ ଆମେରିକା ସହଯୋଗ ଉପରେ ଭରସା କରିବା ଉପରେ ଅବଗଣନା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଆମେରିକା ନିଜ ସ୍ବାର୍ଥ ପାଇଁ ଆଫଗାନ୍‌ ସରକାରଙ୍କୁ ପ୍ରତାରଣା କରି ବିଶ୍ୱର ଭୟଙ୍କର ସନ୍ତ୍ରାସବାଦୀ ତାଲିବାନଙ୍କ ସହ କାମ କରିବା ଯୋଗୁ ଆଫଗାନିସ୍ତାନରେ ପୁଣି ବିପର୍ଯ୍ୟୟ ଦେଖାଦେଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମେ ଶତ୍ରୁ ସହ ମୂଲଚାଲ କରିଥିଲେ। ପରେ ବାଇଡେନ ପ୍ରଶାସନ ଚୁକ୍ତି ମୁତାବକ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିଦେଲେ। ଏପରି କି ତାଲିବାନ୍‌ ଚୁକ୍ତିକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଥିଲେ ମଧ୍ୟ ବାଇଡେନ ଏହା କରିଥିଲେ।
ଆଫଗାନ୍‌ ପ୍ରତିରକ୍ଷା ଓ ସରକାରଙ୍କ ନାଟକୀୟ ପତନ ଆମେରିକାର ପ୍ରତାରଣା ବା ବିଶ୍ୱାସଘାତକତା ଯୋଗୁ ହେଲା। ଟ୍ରମ୍ପ୍‌ ଆଫଗାନିସ୍ତାନରେ ଆମେରିକା ସୈନ୍ୟସଂଖ୍ୟା କମାଇ ପାଖାପାଖି ୨,୫୦୦ରେ ସୀମିତ ରଖିଥିଲେ ବୋଲି ବାଇଡେନ୍‌ ସ୍ବୀକାର କରିଛନ୍ତି। ଏତେ କମ୍‌ ସଂଖ୍ୟକ ସୈନ୍ୟଙ୍କୁ ନେଇ ଯୁଦ୍ଧ ଜାରି ରଖିବାକୁ ବାଇଡେନ୍‌ ମନା କଲେ ଓ ତାଲିବାନ୍‌ ଯୁଦ୍ଧ ଆରମ୍ଭ କରିବାବେଳେ ଶୀଘ୍ର ସୈନ୍ୟ ଅପସାରଣ କରିବାକୁ ନିର୍ଦ୍ଦେଶ ଦେଲେ। ବାଇଡେନ୍‌ ଆଫଗାନ୍‌ ସେନାଠାରୁ ସମର୍ଥନ ପ୍ରତ୍ୟାହାର କରି ନେବା ଯୋଗୁ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ସହଜ ହୋଇଗଲା। ଆମେରିକା ଆଫଗାନ୍‌ ସେନାକୁ ଯୁଦ୍ଧ କରିବା ଓ ଯୁଦ୍ଧ ଉପକରଣଗୁଡ଼ିକୁ ସ୍ବାଧୀନ ଭାବେ ଉପଯୋଗ କରିବାକୁ ସୁଯୋଗ କିମ୍ବା ପ୍ରଶିକ୍ଷଣ ଦେଇ ନ ଥିଲା। ଏ କ୍ଷେତ୍ରରେ ସେମାନେ ଆମେରିକା ଓ ନାଟୋ ସେନା ଉପରେ ନିର୍ଭର କରୁଥିଲେ। ଆଫଗାନ୍‌ ସେନାର ଯୁଦ୍ଧ ଦକ୍ଷତା ବଜାୟ ରଖିବା ଲାଗି କୌଣସି ସ୍ପଷ୍ଟ ଯୋଜନା ନ କରି ବାଇଡେନ୍‌ ସୈନ୍ୟ ଅପସାରଣ ଭଳି ଘାତକ କାର୍ଯ୍ୟ କରିବା ଦ୍ୱାରା ଏହାର ଏକ ଦୂରଗାମୀ ପ୍ରଭାବ ପ୍ରତୀୟମାନ ହୋଇଛି। ଏହାସହ ୮,୫୦୦ ନାଟୋ ସେନା ଓ ପ୍ରାୟ ୧୮,୦୦୦ ଆମେରିକାର ମିଲିଟାରୀ କଣ୍ଟ୍ରାକ୍ଟର୍ସ ଆଫଗାନିସ୍ତାନ ଛାଡ଼ିବା ଦ୍ୱାରା ଆଫଗାନ୍‌ ସେନାକୁ ଶକ୍ତ ଝଟକା ଲାଗିଲା ଓ ଏହା ହିଁ ତାଙ୍କ ବିପର୍ଯ୍ୟୟର କାରଣ ପାଲଟିଲା।
ପୂର୍ବତନ ସିଆଇଏ ମହାନିର୍ଦ୍ଦେଶକ ଡ୍ୟାଭିଡ୍‌ ପିଟ୍ରାଉସ୍‌ କହିଛନ୍ତି ଯେ, ୧ ଜାନୁୟାରୀ ୨୦୧୫ରେ ଆଫଗାନିସ୍ତାନରେ ଆମେରିକାର ଯୁଦ୍ଧ ଅଭିଯାନ ପ୍ରାୟ ଶେଷ ହେବା ପରଠାରୁ ଆଫଗାନ୍‌ ସୈନ୍ୟମାନେ ସେମାନଙ୍କ ଦେଶ ଲାଗି ସାହସର ସହ ଲଢ଼େଇ କରି ଶହୀଦ ହେଉଥିଲେ। ଚଳିତ ଗ୍ରୀଷ୍ଣ ଯାଏ ସେମାନେ ଲଢେଇ ଜାରି ରଖିଥିଲେ, କିନ୍ତୁ ହଠାତ୍‌ ଆମେରିକା ସେମାନଙ୍କ ହାତ ଛାଡ଼ିଦେବାରୁ ଅତ୍ୟଧିକ ଆଫଗାନ୍‌ ସୈନ୍ୟଙ୍କର ମୃତ୍ୟୁ ଘଟିଲା ଓ ବହୁ କ୍ଷତି ହେଲା। ସୈନ୍ୟଙ୍କ ମୃତ୍ୟୁସଂଖ୍ୟାକୁ ଦେଖିବାରୁ ଏହା ସ୍ପଷ୍ଟ ଜଣାପଡ଼ିଲା। ଯେହେତୁ ଯୁଦ୍ଧରେ ଆମେରିକାର ଭୂମିକା ସାଢେ ଛଅ ବର୍ଷରୁ ଉର୍ଦ୍ଧ୍ୱ ହେବ ଶେଷ ହୋଇସାରିଥିଲା, ସେଥିପାଇଁ ଆଫଗାନ୍‌ ସେନା ତା’ର ହଜାର ହଜାର ସୈନ୍ୟଙ୍କୁ ହରାଉଥିଲା। ଏହି ସମୟ ମଧ୍ୟରେ ଆମେରିକାର ମାତ୍ର ୯୯ ସୈନ୍ୟଙ୍କର ମୃତ୍ୟୁ ହୋଇଥିତ୍ଲା, ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁର ଯୁଦ୍ଧ ସହ ସମ୍ପର୍କ ନ ଥିଲା।
ଆମେରିକା ତା’ ସମର୍ଥକ ବା ମିତ୍ରମାନଙ୍କୁ ଦୂରକୁ ଫିଙ୍ଗିଦେବାରେ ଏହା ପ୍ରଥମ ଘଟଣା ନୁହେଁ। ଏଠାରେ ୨୦୧୯ର ଘଟଣା ମନେପକାଯାଇପାରେ। ଉତ୍ତର ସିରିଆରେ ଆମେରିକା ତା’ କୁର୍ଦ୍ଦିସ ମିତ୍ରଙ୍କୁ ସମ୍ପୂର୍ଣ୍ଣ ଦୂରେଇଦେଇ ସେମାନଙ୍କ ଜୀବନକୁ ଟର୍କିର ଦୟା ଉପରେ ଛାଡ଼ିଦେଲା। କିନ୍ତୁ ଆଫଗାନିସ୍ତାନରେ ଆମେରିକା ସମସ୍ୟା ଆରମ୍ଭ କରିଥିତ୍ଲା ତାହାକୁ ବଡ଼ କରିଥିଲା। ଶେଷରେ ତା’ବୋକାମି ଲାଗି ତାକୁ ପରିଣାମ ଭୋଗିବାକୁ ପଡ଼ିଲା। ନିଜର ପରାଜୟ ଘଟିଲା ଓ ଅପମାନିତ ହେଲା। ଏଥିପାଇଁ ସେନା ନେତୃତ୍ୱ ଦାୟୀ ନୁହେଁ, ବରଂ ରାଜନୈତିକ ବିଫଳତା ଯୋଗୁ ଘଟିଲା। ଆଫଗାନିସ୍ତାନର ତୃଣମୂଳ ସ୍ତରରେ ଅବସ୍ଥା କ’ଣ ରହିଛି ତାହାକୁ ବାଇଡେନ୍‌ ଅଣଦେଖା କଲେ। ଏପ୍ରିଲରେ ସେନା ମୁଖ୍ୟମାନଙ୍କ ନିଷ୍ପତ୍ତିକୁ ନ ମାନି ସେ ଆମେରିକା ସୈନ୍ୟଙ୍କୁ ଘରକୁ ଫେରିବା ଲାଗି ନିର୍ଦ୍ଦେଶ ଦେଇଥିତ୍ତ୍ଲେ। ଏହାଦ୍ୱାରା ଶତ୍ରୁ ତାଲିବାନ ବିଜୟ ଲାଭ କରିି କ୍ଷମତାକୁ ଫେରିଲା। ଏହାଯୋଗୁ ସେଠାରେ ଆମେରିକା ଦୁଇ ଦଶନ୍ଧି ଧରି ଚଳାଇଥିବା ଯୁଦ୍ଧର ଅବସାନ ଘଟିଲା। ଅନ୍ୟ ପକ୍ଷରେ ଭିଏତ୍‌ନାମରେ ୫୮,୨୨୦ ଆମେରିକୀୟଙ୍କୁ ହତ୍ୟା କରାଯାଇଥିବାବେଳେ ଆଫଗାନିସ୍ତାନରେ ୨୦ ବର୍ଷରେ ୨,୪୪୮ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ଘଟଛି। କିନ୍ତୁ ବିଶ୍ୱରେ ଭିଏତ୍‌ନାମରେ ଆମେରିକା ହାରିବା ଠାରୁ ଆଫଗାନିସ୍ଥାନରେ ପରାଜୟ ବରଣ କରିବାର ଗୁରୁତ୍ୱ ଯଥେଷ୍ଟ ରହିଛି।
ପାକିସ୍ତାନ ପ୍ରୋତ୍ସାହିତ ତାଲିବାନର କୋଣସି ବୈଶ୍ୱିକ ଲକ୍ଷ୍ୟ ନ ଥାଇପାରେ, କିନ୍ତୁ ସେମାନଙ୍କ ହିଂସକ ସନ୍ତ୍ରାସବାଦ ବିଚାର ଅନ୍ତର୍ଜାତୀୟ ଜେହାଦି ଅଭିଯାନ ସହ ସମ୍ପର୍କ ରହିଛି। ତାଲିବାନ କ୍ଷମତା ହାସଲ କରିବା ଦ୍ୱାରା ଜେହାଦି ଅଭିଯାନ ଶକ୍ତିଶାଳୀ ହେବ ଓ ହିଂସା ସହ ଜଡିତ ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହିତ କରିବ। ଏହା ପୁଣି ବିଶ୍ୱ ସନ୍ତ୍ରାସବାଦକୁ ନୂଆ ଜନ୍ମ ଦେବ। ତାଲିବାନ ଶାସନରେ ଅଲକାଏଦା, ଇସ୍‌ଲାମିକ ଷ୍ଟେଟ୍‌(ଆଇଏସ୍‌) ଏବଂ ପାକିସ୍ତାନୀ ସନ୍ତ୍ରାସବାଦୀ ଗୋଷ୍ଠୀଗୁଡ଼ିକ ପାଇଁ ଆଫଗାନିସ୍ତାନ ପ୍ରକୃଷ୍ଟ ସ୍ଥାନ ପାଲଟିବ। ନିକଟରେ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ,ତାଲିବାନ ଓ ଅଲକାଏଦାର ନିବିଡ଼ ସମ୍ପର୍କ ରହିଛି। ସେମାନେ ପାକିସ୍ତାନର ଅକାନି ନେଟଓ୍ବର୍କ ମାଧ୍ୟମରେ ଯୋଗାଯୋଗ ରକ୍ଷା କରୁଛନ୍ତି। ଏହି ନେଟ୍‌ଓ୍ବର୍କ ପାକିସ୍ତାନୀ ଗୋଇନ୍ଦା ସହ କାମ କରୁଛି। ଏକ ଗଣତାନ୍ତ୍ରିକ ଆଫଗାନିସ୍ତାନ ଗଠନ କରିବାର ପ୍ରଚେଷ୍ଟାରେ ଅସଫଳତା ଏବେ ଅନ୍ୟ ରାଷ୍ଟ୍ରଗୁଡ଼ିକ ପ୍ରତି ବିପଦ ଆଣିବ। ଏହା ସିରିଆର ଦୁଃଖଦ ବିପର୍ଯ୍ୟୟଠାରୁ ଅଧିତ୍କ ହେବ । ବହୁ ସଂଖ୍ୟକ ଶରଣାର୍ଥୀ ୟୁରୋପକୁ ପଳାୟନ କରିବେ ଓ ଆଇଏସ୍‌କୁ ତା’ କ୍ଷମତା ବଢ଼ାଇବା ସହ ଇରାକରେ ଆଧିପତ୍ୟ ବିସ୍ତାର କରିବାକୁ ସୁଯୋଗ ପାଇବ। ଆଫଗାନିସ୍ତାନରେ ତାଲିବାନ ସମ୍ପୂର୍ଣ୍ଣ କ୍ଷମତା ନେବା ପରେ ଆମେରିକା ସୁରକ୍ଷା ଉପରେ ବିପଦ ସୃଷ୍ଟି କରିବ।
ଆମେରିକାକୁ ତାଲିବାନ୍‌ ହରାଇବା ପରେ ଚାଇନା ମଧ୍ୟ ତା’ସ୍ବାର୍ଥ ହାସଲ କରିବ। ଆମେରିକାର ସମ୍ପୂର୍ଣ୍ଣ ପରାଜୟ ଚାଇନାର ଦାଦାଗିରି ଓ ବିସ୍ତାରବାଦକୁ ବଢ଼ାଇବ। ବିଶ୍ୱସ୍ତରରେ ଆମେରିକାର ଶକ୍ତି ଅପ୍ରତ୍ୟାଶିତ ହ୍ରାସ ହୋଇଥିବାବେଳେ ତାଇଓ୍ବାନ୍‌ ବିରୋଧରେ ଚାଇନା ବଳ ପ୍ରୟୋଗ କରିବାକୁ ଆଗେଇ ଆସିବ। ସୁବିଧାବାଦୀ ଚାଇନା ଖଣିଜ ପରିପୂର୍ଣ୍ଣ ଆଫଗାନିସ୍ତାନରେ ପ୍ରବେଶ କରିବା ସହ ପାକିସ୍ତାନ, ଇରାନ ଏବଂ କେନ୍ଦ୍ର ଏସିଆରେ ତା’ ଆଡ୍ଡା ଜମାଇବ। ତାଲିବାନକୁ ସହଯୋଗ କରିବା ପାଇଁ ଦୀଘର୍ର୍ମିଆଦୀ ଚୁକ୍ତି କରିବ । ଚାଇନା ମଧ୍ୟ ତାଳିବାନ୍‌ ସମ୍ମୁଖରେ ଲୋଭନୀୟ ପ୍ରସ୍ତାବ ରଖିତ୍ସାରିଲାଣି। କୂଟନୈତିକ ସ୍ବୀକୃତି, ଭିତ୍ତିଭୂମି ଏବଂ ଆର୍ଥିକ ସହଯୋଗର ଲୋଭ ଦେଖାଇ ସାରିଲାଣି। ଆଫଗାନିସ୍ତାନରେ ଏକ ମଧ୍ୟଯୁଗୀୟ, ଚରମ ରକ୍ଷଣଶୀଳ, ଜିହାଦ ଚରାଭୂଇଁର ପୁନଃ ସ୍ଥାପନ ଆମେରିକା ବିଶ୍ୱାସଘାତକତାର ସ୍ମାରକ ବା ଅଲିିଭା ଚିହ୍ନ ହୋଇ ରହିବ। ଚିନୋକ ଓ ବ୍ଲାକ ହକ୍‌ ହେଲିକପ୍ଟରରେ କାବୁଲ ସ୍ଥିତ ଆମେରିକା ଦୂତାବାସରୁ ଆମେରିକୀୟଙ୍କୁ ଫେରାଇ ଆଣିବା ମନେପକାଇ ଦେଇଛି ୧୯୭୫ର ସାଇଗୁନ୍‌ର ସ୍ଥାନାନ୍ତର ଘଟଣାକୁ। ଏହା ମଧ୍ୟ ବିଶ୍ୱରେ ଆମେରିକାର ବିଶ୍ୱସନୀୟତା ଏବଂ ତା’ ତତ୍ତ୍ୱାବଧାନରେ ଚାଲିଆସୁଥିତ୍ବା ବିଶ୍ୱ ଶାନ୍ତି ଅଭିଯାନରେ ଘଟିଥିତ୍ବା ଘୋର କ୍ଷତିର ସାକ୍ଷୀ ହୋଇ ରହିଯିବ।
ପ୍ରାଧ୍ୟାପକ,ଷ୍ଟ୍ରାଟେଜିକ ଷ୍ଟଡିଜ, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ( ନୂଆଦିଲ୍ଲୀ)
ଫେଲୋ, ରୋବର୍ଟ ବୋକ୍‌ ଏକାଡେମୀ, ବର୍ଲିନ