ଯାତ୍ରା ଦେଖିବାକୁ ଯାଇ ଗାଁକୁ ଫେରିବା ବେଳେ ଗଣବଳାତ୍କାରର ଶିକାର ହେଲେ ନାବାଳିକା

କୁଚିଣ୍ଡା,୧ା୧୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୧୪ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଶନିବାର ବିଳମ୍ବିତ ରାତିରେ ନାବାଳିକା ଜଣକ ବିଲୁଙ୍ଗ ଗ୍ରାମରୁ ଯାତ୍ରାଦେଖି ଏକୁଟିଆ ନିଜ ଗାଁକୁ ଫେରୁଥିବା ସମୟରେ ଗଣବଳାତ୍କାରର ଶିକାର ହୋଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Share
Tags: gang rape