ଛାତ୍ରୀନିବାସରେ ପୁତ୍ର ସନ୍ତାନ ଜନ୍ମ କଲେ ନାବାଳିକା

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ଏକ ବାଳିକା ବିଦ୍ୟାଳୟରେ ଜଣେ ଅନ୍ତେବାସୀ ୭ ମାସର ଗର୍ଭବତୀ ହେବା ଘଟଣାରେ ନାବାଳିକା ଜଣଙ୍କ ଶନିବାର ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ହେଁ ବିଭାଗୀୟ ଅବହେଳାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଅସନ୍ତୋଷ ପ୍ରକାଶ ପାଇଛି। ଆଜି ମା ଓ ଶିଶୁ ମେଡ଼ିକାଲରୁ ଡିସଚାର୍ଯ୍ୟ ହୋଇଥିବା ଜଣା ପଡ଼ିଛି। ତେବେ ଉଭୟଙ୍କ ଭବିଷ୍ୟତ କଣ ହେବ, ନାବାଳିକାର ପାଠ ପଢା କଣ ହେବ ସେ ନେଇ ପ୍ରଶ୍ନ ଉଙ୍କି ମାରିଛି। ତେବେ ଏ ନେଇ ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଅସନ୍ତୋଷ ବ୍ୟକ୍ତି କରି ଏଭଳି ସମ୍ବେଦନଶୀଳ ଘଟଣାକୁ ଚପେଇ ଦେବାକୁ ଉଦ୍ୟମ ହେଉଥିବାରୁ ଆଦିବାସୀ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖରେ ଛାତ୍ରୀ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ଗର୍ଭବତୀ ଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡିଥିଲା । ଏହାର ୧୨ ଦିନ ପରେ ସେପ୍ଟେମ୍ବର ୧୦ ତାରିଖରେ ନାବାଳିକା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ଛାତ୍ରୀଜଣକ ୭ ମାସ ପୂର୍ବରୁ ନବମ ଶ୍ରେଣୀରେ ପଢୁଥିଲେ । ଏହି ଘଟଣା ପରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଅନ୍ତେବାସୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ ଏବଂ ମାସିକ ରେଜିଷ୍ଟ୍ରର ମଧ୍ୟ ଲିପିବଦ୍ଧ କରାଯାଏ । ବିଦ୍ୟାଳୟର ଅନ୍ତେବାସୀ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଠିକ ଭାବରେ ହେଉ ନ ଥିବା ସ୍ପଷ୍ଟ ହୋଇଛି । ଦଶମ ଶ୍ରେଣୀର ଛାତ୍ରୀ ୭ ମାସର ଗର୍ଭବତୀ ଥିଲେ ମଧ୍ୟ ମାଟ୍ରନ, ଏଏନଏମ ଏବଂ ସହକାରୀ ପରିଚାଳିକା, ପ୍ରଧାନ ଶିକ୍ଷୟିତ୍ରୀ କିପରି ଜାଣି ପାରିଲେ ତାହା ସମସ୍ତଙ୍କୁ ଚକିତ କରିଛି । ନାବାଳିକା ପୁତ୍ର ସନ୍ତାନ ଜନ୍ମ କଲା ପରେ ପାଠ ପଢା ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ଏବେ ସେ ଅବିବାହିତ ଭାବେ ମାତୃତ୍ୱ ସାରା ଜୀବନ ପାଇଁ ଭୋଗିବାକୁ ପଡିବ । ବିଭାଗୀୟ ଅଧିକାରୀଙ୍କ ପରିଦର୍ଶନର ଅଭାବ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ଘଟଣା ବାରମ୍ବାର ଘଟୁଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି । ଏଭଳି ଘଟଣାରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଶ୍ରୀ ଟୁଡୁ କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri